ଅବସାଦଗ୍ରସ୍ତ ରହୁଛନ୍ତି କି? ଆପାଣାନ୍ତୁ ଏହି ଉପାୟ

ନୂଆଦିଲ୍ଲୀ : ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସାଧାରଣତଃ ବ୍ୟକ୍ତି ଅବସାଦଗ୍ରସ୍ତ ବା ବିଷାଦଗ୍ରସ୍ତ ରହୁଥିବାର ଦେଖାଯାଇଥାଏ । ତେବେ ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କ କ୍ଷେତ୍ରରେ ଅଧିକ ପରିମାଣ ବିଷାଦ ଦେଖାଯାଇଥାଏ । କାରଣ ମହିଳାଙ୍କୁ ଉଦ୍ଭୟ ଘର ଏବଂ ବାହାର କଥା ବୁଝିବା ପାଇଁ ପଡ଼ିଥାଏ । ସମସ୍ତଙ୍କ ବିଷୟରେ ବୁଝିବା ଚକ୍କରରେ ନିଜର ଧ୍ୟାନ ରଖିବା ପାଇଁ ଭୁଲିଯାଆନ୍ତି ମହିଳା । ଯାହା ଫଳରେ ବିଷାଦଗ୍ରସ୍ତ ହେବାର ସମ୍ଭାବନା ଅଧିକ ମାତ୍ରାରେ ବଢ଼ିଥାଏ । ଆସନ୍ତୁ ଜାଣିବା କିଛି ସାଧାରଣ ଉପାୟ ବିଷୟରେ ଯାହା ଦ୍ୱାରା ଆପଣ ନିଜକୁ ଶାନ୍ତ କରିବା ସହ ବିଷାଦଗ୍ରସ୍ତ ହେବାରୁ ନିଜକୁ ଦୂରେଇ ରଖିପାରିବେ ।

punjabkesari

କାମ କରିବା ମଧ୍ୟରେ କିଛି ସମୟ ମସ୍ତିଷ୍କକୁ ଶାନ୍ତ କରିବା ପାଇଁ ବିରତି ନେଇ ଆରାମ କରିବା ଆବଶ୍ୟକ । କାମ ମଝିରେ କିଛି ସମୟ ଶାନ୍ତିରେ ରହି ଲମ୍ବା ନିଶ୍ୱାସ ଛାଡ଼ିବା ସହ କିଛି କିଛି ଖାଇବା ଆବଶ୍ୟକ। ଏହା ଦ୍ୱାରା ଶରୀରରେ ଉର୍ଜା ସୃଷ୍ଟି ହେବା ସହ ମନ ଶାନ୍ତ ରହିଥାଏ ।
କୌଣସି କଥାକୁ ନେଇ ମନରେ ନକାରତ୍ମକ ଭାବନା ସୃଷ୍ଟି କରନ୍ତୁ ନାହିଁ । ନକାରତ୍ମକ ଭାବନା ଦ୍ୱାରା ଭଲ ହେଉଥିବା କାମ ମଧ୍ୟ ବିଗିଡ଼ି ଯାଇଥାଏ । ଏଣୁ ସର୍ବଦା ମନରେ ସକାରତ୍ମକ ଭାବନା ସୃଷ୍ଟି କରିବା ସହ ନିଜର ଆତ୍ମବିଶ୍ୱସ ବୃଦ୍ଧି କରନ୍ତୁ ।

punjabkesari

କେବେ ମଧ୍ୟ ଭବିଷ୍ୟତର ଚିନ୍ତା କରନ୍ତୁ ନାହିଁ। ଯାହା ହେବାର ଅଛି ତାହା ହୋଇ କି ରହିବ । ଅପଣ ଆଜି ତାହା ବିଷୟରେ ଚିନ୍ତା କଲେ ତାହା ପରିବର୍ତ୍ତନ ହୋଇଯିବ ନାହିଁ । ଏଣୁ କେବେ ମଧ୍ୟ ଭବିଷ୍ୟତ ବିଷୟରେ ଭାବି ନିଜର ଆଜି ବରବାଦ କରନ୍ତୁ ନାହିଁ ।
ଜୀବନରେ କିଛି ସମୟ ବିରତିର ସମସ୍ତଙ୍କୁ ଆବଶ୍ୟକ ହୋଇଥାଏ । ଏଣୁ ସାଧାରଣତଃ ବର୍ଷକୁ କିଛି ସମୟ ନିଜ ପାଇଁ ବାହାର କରି କିିଛି ନୂଆ ସ୍ଥାନ ବୁଲିବା ପାଇଁ ଯାଆନ୍ତୁ । ଏହା ଦ୍ୱାରା ଜୀବନର ଚିନ୍ତା କିଛି ମାତ୍ରାରେ କମ ହେବା ସହ କାମ କରିବାର ନୂତନ ଉର୍ଜା ସୃଷ୍ଟି ହୋଇଥାଏ ।

ସମ୍ବନ୍ଧିତ ଖବର