ଜାଣନ୍ତୁ କେଉଁ ଖାଦ୍ୟ ଖାଇବାପରେ ନିଦ ଲାଗେ ?

ଆମେ ପ୍ରତିଦିନ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇଥାଉ। ଏହା ଆମିଷ ହୋଇପାରେ ବା ନିରାମିଷ ହୋଇଥାଏ। ତେବେ ଏମିତି କିଛି ଖାଦ୍ୟ ଅଛି ଯାହା ଖାଇବାପରେ ନିଦ ଲାଗେ। ଆସନ୍ତୁ ଜାଣିବା ସେହି ଖାଦ୍ୟସଂପର୍କରେ…
ପନିର୍‌, ଛେନା, ସାମୁଦ୍ରିକ ଖାଦ୍ୟ , ଡାଲି ଆଦି ଖାଦ୍ୟ ଖାଇଲେ, ଖାଇବା ପରେ ତତକ୍ଷଣାତ୍‌ ନିଦ ମାଡ଼ି ଆସେ । କୁହାଯାଏ ଏ ସବୁ ଖାଦ୍ୟ ଗ୍ରହଣ କରିବା ଦ୍ୱାରା ଶରୀରର ଶିରା ପ୍ରଶିରା କମ୍‌ ସକ୍ରିୟ ହୋଇଥାଏ ଓ ଧୀରେ ଧୀରେ ନିଦ ଆମକୁ କବଳିତ କରିଥାଏ । ଯଦି ଭୋଜନରେ ବେଶି ମିଠା ଜିନିଷ ଖାଉଥାଉ , ତେବେ ଅନ୍ତ୍ୟାଶୟ ଇନସୁଲିନ୍‌ର ଉତ୍ପାଦନ କରିଥାଏ । ଏହା ରକ୍ତରେ ମିଶିଯାଏ । ଟ୍ରିପଟୋଫନ ହେଉଛି ମସ୍ତିଷ୍କରେ ଥିବା ଏକ ଅମ୍ଳ ଯାହା ପାଚନ କାର୍ଯ୍ୟକୁ କ୍ଷିପ୍ର କରିଥାଏ ।

ଏହାର କାର୍ଯ୍ୟ କ୍ଷିପ୍ର ହେବା କାରଣରୁ ମଧ୍ୟାହ୍ନ ଭୋଜନ ପରେ ନିଦ ମାଡ଼େ ବୋଲି କୁହାଯାଇଛି । ଠିକ୍‌ ସେହିପରି ଯଦି ଅଧିକମାତ୍ରାରେ ମନପସନ୍ଦ ଖାଦ୍ୟ ଖାଇବେ ତେବେ ବି ନିଦ ମାଡିବ। ତେଣୁ ଭୋଜନପରେ ଯଦି କାମ କରିବାର ଥାଏ , ତେବେ ଭାବି ଚିନ୍ତି ଖାଆନ୍ତୁ।

ସମ୍ବନ୍ଧିତ ଖବର