ସକାଳର ଜଳଖିଆ ଓ ରାତ୍ରି ଭୋଜନ ସମୟରେ ମାମୁଲି ପରିବର୍ତ୍ତନ କରିଲେ ଶରୀରରେ କେତେକ ପରିବର୍ତ୍ତନ ଦେଖା ଦେଇଥାଏ। ଏକ ଗବେଷଣାରୁ ଜଣାଯାଇଛି ଏହି ପରିବର୍ତ୍ତନ ଶରୀରର ମୋଟାପା ସମ୍ପର୍କୀତ ରୋଗର ଆଶଙ୍କାକୁ ହ୍ରାସ କରିଥାଏ।
ବ୍ରିଟେନରେ ସରେ ୟୁନିଭର୍ସିଟିର ଗବେଷକମାନେ ମଧୁମେହ ଓ ହୃଦ୍ରୋଗରୁ ରକ୍ଷା ପାଇବା ପାଇଁ ଖାଦ୍ୟ/ଆହାରରେ ପରିବର୍ତ୍ତନ କେତେ ଜରୁରୀ, ତା’ ଉପରେ ଗବେଷଣା କରିଥିଲେ। ଏହି ଗବେଷଣାରେ ବ୍ୟକ୍ତିମାନଙ୍କର ଟିମ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା। ଗୋଟିଏ ଟିମ୍ ଲୋକଙ୍କୁ ସକାଳର ଜଳଖିଆ ୯ ମିନିଟ୍ ବିଳମ୍ବରେ ଦିଆଯାଇଥିଲା। ଅନ୍ୟ ଟିମ୍କୁ ଯଥା ସମୟରେ ଦିଆଗଲା।
ଜର୍ଣ୍ଣାଲ ଅଫ୍ ନ୍ୟୁଟ୍ରିସନ୍ ସାଇନ୍ସେସ୍ରେ ପ୍ରକାଶିତ ଏହି ଗବେଷଣାରେ କୁହାଯାଇଛି ଯେ, ଯେଉଁ ଲୋକ ନିଜର ଭୋଜନ ସମୟରେ ପରିବର୍ତ୍ତନ କରିଥାନ୍ତି, ସେମାନଙ୍କଠାରେ ନିର୍ଦ୍ଧାରିତ ସମୟରେ ଭୋଜନ କରୁଥିବା ଲୋକଙ୍କ ଅପେକ୍ଷା ହୃଦ୍ରୋଗ ହେବାର ଆଶଙ୍କା କମ୍ ଥାଏ। ତା’ଛଡ଼ା ଏମାନେ ମଧୁମେହ ରୋଗରୁ ମଧ୍ୟ ନିଜକୁ ସୁରକ୍ଷିତ ରଖିପାରନ୍ତି। ଏହି ଗବେଷଣାରୁ ସ୍ପଷ୍ଟ ହୋଇଛି ଯେ ଆମର ଭୋଜନ ସମୟରେ ମାମୁଲି ପରିବର୍ତ୍ତନ ଶରୀର ପାଇଁ ଲାଭଦାୟକ।