ଓଜନ କମାଏ ନାହିଁ ଏହି ସ୍ୱାସ୍ଥ୍ୟକାରୀ ଖାଦ୍ୟ

ଓଜନ ବଢ଼ାଇବା ଯେତେ ସହଜ ତା’ ଠାରୁ କଷ୍ଟ ଓଜନ କମାଇବା । ଓଜନ କମାଇବା ପାଇଁ ଆପଣ ଅନେକ ପ୍ରକାରର କଷ୍ଟ କରୁଥିବେ ନିଶ୍ଚୟ । ଏହା ଆପଣଙ୍କର ପ୍ରତି ଦିନର ସଂଘର୍ଷ ହୋଇଥିବା ବେଳେ କେଉଁ ଖାଦ୍ୟ ଖାଇଲେ ଆପଣ ଆପଣଙ୍କର ଓଜନ କମାଇ ପାରିବେ ତାହା ଆପଣଙ୍କୁ ଚିନ୍ତିତ କରୁଥିବ? ଓଜନ କମାଇବା ପାଇଁ ଆପଣ ନିଜର ଏକ ଡାଏଟ ପ୍ଲାନ କରିବା ସହ ସେଥିରେ ଅନେକ ସ୍ୱାସ୍ଥ୍ୟକର ଜିନିଷକୁ ରଖିଥିବେ । ତେବେ ଆପଣ ଜାଣିଛନ୍ତି କି ଆପଣ ରଖିଥିବା ସ୍ୱାସ୍ଥ୍ୟକର ଖାଦ୍ୟଗୁଡ଼ିକ ଆପଣଙ୍କ ଓଜନ କମାଇବା ବଦଳରେ ତାକୁ ବଢ଼ାଉଛି ବୋଲି । ଆଜି ଆମେ ଜଣାଇବୁ ସେହି ପରି କିଛି ଖାଦ୍ୟ ବିଷୟରେ ଯାହା ସ୍ୱାସ୍ଥ୍ୟକର ହୋଇଥିଲେ ମଧ୍ୟ ଆପଣଙ୍କ ଓଜନକୁ ବଢ଼ାଏ ।

mango.org

୧.ଆମ୍ବ :
ଓଜନ କମାଇବା ପାଇଁ ଫଳ ସବୁଠାରୁ ଭଲ ଏବଂ ଏଥିରୁ ବିଭିନ୍ନ ଧରଣର ପୋଷଣ ମିଳିଥାଏ । ଏହା ତରଳ ହେବା ସହ ସହଜରେ ହଜମ ହୋଇଯାଇଥାଏ ଏବଂ ଏଥିରେ ଥିବା ଭିଟାମିନ ଶରୀରକୁ ଶକ୍ତି ଯୋଗାଇଥାଏ । ତେବେ ଯଦି ଆପଣଙ୍କର ଓଜନ ଅଧିକ ତା’ହେଲେ ଆମ୍ବ ଜମାରୁ ନ ଖାଇବା ହିଁ ଭଲ । ଏହା ପାଟିକୁ ସ୍ୱାଦ ଲାଗୁଥିଲେ ମଧ୍ୟ ଏଥିରେ ଥିବା କ୍ୟାଲୋରି ଶରୀରର ଓଜନ ବଢ଼ାଇଥାଏ ।

Jess Kitchen

୨.ମହୁ :
ଚିନି ଏବଂ ମିଠା ବଦଳରେ ସମସ୍ତେ ମହୁ ଖାଇବାକୁ ସ୍ୱାସ୍ଥ୍ୟକର ଭାବିଥାନ୍ତି । ଏହା ଆଣ୍ଟି-ଫୋଙ୍ଗାଲ ଏବଂ ଆଣ୍ଟି-ବ୍ୟାକ୍ଟେରିଆଲ ହୋଇଥିବାରୁ ସମସ୍ତଙ୍କୁ ଲାଗେ କି ପ୍ରତିଦିନ ଏହାକୁ ଖାଇବା ଦ୍ୱାରା ଓଜନ କମ ହୋଇଥାଏ । ସେଥିପାଇଁ ଲୋକମାନେ ଏହାକୁ ସ୍ୱାସ୍ଥ୍ୟକର ବୋଲି କହିଥାନ୍ତି । କିନ୍ତୁ ଏଥିରେ ଥିବା କିଲୋଜୁଲ ଚିନି ଭଳି କ୍ଷତି କାରକ ହୋଇଥାଏ । ସେଥିପାଇଁ ମହୁ କମ ମାତ୍ରାରେ ଖାଆନ୍ତୁ ।

Days Of The Year

୩.ପିନଟ ବଟର:
ଅନ୍ୟ ବଟର ଅପେକ୍ଷା ପିନଟ ବଟରକୁ ଅଧିକ ସ୍ୱାସ୍ଥ୍ୟକର ଧରାଯାଇଥାଏ । କିନ୍ତୁ ଏକ ଚାମଚ ପିିନଟ ବଟର ଖାଇଲେ ଶରୀରକୁ ୨୦୦ କ୍ୟାଲୋରି ମିଳିଥାଏ । ସେଥିପାଇଁ ଏହାକୁ ସବୁଦିନ ନ ଖାଇ କିଛି ସମୟ ବ୍ୟବଧାନରେ ଖାଆନ୍ତୁ ।

YouTube

୪.ଘର ତିଆରି ଦହି
ସବୁଠାରୁ ଅଧିକ ପ୍ରୋଟିନ ଯୁକ୍ତ ଖାଦ୍ୟ ହେଉଛି ଦହି । ଏହା ଖାଦ୍ୟ ହଜମ କରିବା ସହ ହାଡ଼କୁ ଶକ୍ତ କରିଥାଏ । ଲୋକମାନେ ଓଜନ କମାଇବା ପାଇଁ ଏହାର ବ୍ୟବହାର ଅଧିକ ମାତ୍ରାରେ କରନ୍ତି । କିନ୍ତୁ ଏହାକୁ ଅଧିକ ଖାଇଲେ ଓଜନ କମିବା ପରିବର୍ତ୍ତେ ବଢ଼ିଥାଏ ।

ସମ୍ବନ୍ଧିତ ଖବର