ମାସିକ ଧର୍ମ ସମୟରେ ଏହି ୫ଟି ଜିନିଷ ଖାଆନ୍ତୁ ନାହିଁ, ଅସୁବିଧାରେ ପଡ଼ିବେ!

ମାସିକ ଧର୍ମ ସମୟରେ କେଉଁ ଜିନିଷ ଖାଇବା ଦରାକର, କେଉଁ ଜିନିଷ ଖାଇବା ଦରକାର ନୁହେଁ, ସେ ସଂପର୍କରେ ଜାଣିବା ନିତାନ୍ତ ଆବଶ୍ୟକ । ବେଳେ ବେଳେ କିଛି ମହିଳା ସେମାନଙ୍କ ମାସିକ ଧର୍ମ ସମୟରେ ଯେଉଁ ଜିନିଷ ଖାଇବା କଥା ନୁହେଁ, ସେହି ସବୁ ଜିନିଷ ନିଜ ଅଜାଣତରେ ଖାଇ ଥାଆନ୍ତି । ଯାହାକି ପରବର୍ତ୍ତୀ ସମୟରେ ସେମାନଙ୍କୁ ଅସୁବିଧାରେ ପକାଇଥାଏ । କିଛି ପୃଷ୍ଟିକର ଖାଦ୍ୟ ଏପରି ରହିଛି, ଯାହାକି ଅନ୍ୟ ସମୟରେ ଶରୀରକୁ ଶକ୍ତି ଦେଉଥିବା ବେଳେ ମାସିକ ଧର୍ମ ସମୟରେ, ତା’ହା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ ।
ତେବେ, ଆପଣ ଯେମିତି କିଛି ଅସୁବିଧାରେ ନ ପଡ଼ିବେ, ସେଥିପାଇଁ ଆମେ ଆପଣଙ୍କୁ ମାସିକ ଧର୍ମ ସମୟରେ କେଉଁ ଜିନିଷ ଖାଇବା କଥା ନୁହେଁ ସେ ବିଷୟରେ ଜଣାଇବୁ । ଆସନ୍ତୁ ଜାଣିବା…
୧. ମାସିକ ଧର୍ମ ସମୟରେ ନିଶା ସେବନ କରନ୍ତୁ ନାହିଁ । କିଛି ମହିଳା ମାସିକ ଧର୍ମ ସମୟରେ ହେଉଥିବା ପେଟ ବିନ୍ଧାକୁ କମାଇବା ପାଇଁ ମଦ ପିଇ ଥାଆନ୍ତି । କିନ୍ତୁ ଏହା ଭଲ ହେବା ପରିବର୍ତ୍ତେ ଏହାର ଖରାପ ପ୍ରଭାବ ଶରୀର ଉପରେ ପଡ଼ିଥାଏ । ସେଥିପାଇଁ ମଦ ପିଇବା ପରିବର୍ତ୍ତେ ଦହି , ଲସି ଇତ୍ୟାଦି ପିଅନ୍ତୁ ।

bebeautiful.in

୨. ମାସିକ ଧର୍ମ ସମୟରେ କଫି ପିଇବା ଶରୀର ପ୍ରତି ହାନିକାରକ ହୋଇପାରେ । ଯଦି ଆପଣ ଏହି ସମୟରେ ଅଧିକ ପରିମାଣରେ କଫି ପଅନ୍ତି, ତେବେ ରକ୍ତ ଚାପ ବଢ଼ିବା ସହ ହୃଦୟର ସ୍ପନ୍ଦନ ବଢ଼ି ଯାଇଥାଏ । ସେଥିପାଇଁ କଫି ନ ପିଇ ଆପଣମାନେ ଟମାଟୋ, ଗାଜର ବା ଗ୍ରିନ ଟି’ ପିଇ ପାରିବେ ।

bebeautiful.in

୩. ଫ୍ରିଜ୍‌ରେ ରଖା ଯାଇଥିବା ଖାଦ୍ୟ ବା ବାହାରେ ମିଳୁଥିବା ଫାଷ୍ଟଫୁଡ଼୍‍ ଠାରୁ ମାସିକ ଧର୍ମ ସମୟରେ ଦୂରେଇ ରୁହନ୍ତୁ । ମାସିକ ଧର୍ମ ସମୟରେ ଏ ସବୁ ଜିନିଷ ଖାଇବା ଦ୍ୱାରା ହରମୋନରେ ଅସନ୍ତୁଳତା ଦେଖାଯିବା ସହ ରକ୍ତ ସ୍ରାବ ଅଧିକ ହେବାର ସମ୍ଭାବନା ଥାଏ । ସେଥିପାଇଁ ଘର ତିଆରି ଖାଦ୍ୟ ହିଁ ଖାଆନ୍ତୁ, ଏବଂ ତା’ ସହ ସାଲାଡ଼ ଅଧିକ ପରିମାଣରେ ଖାଆନ୍ତୁ ।

Vital Abo

୪. ଯେଉଁ ଖାଦ୍ୟରେ ଅଧିକ ପରିମାଣରେ ଫ୍ୟାଟ୍‌ ରହିଥାଏ, ସେ ଖାଦ୍ୟକୁ ମାସିକ ଧର୍ମ ସମୟରେ ଜମା ବି ଖାଆନ୍ତୁ ନାହିଁ । କାରଣ ଏହା ଶରୀରକୁ ଶୁଷ୍କ କରିବା ସହ ଶରୀରରୁ ଜଳୀୟଅଂଶ କମାଇ ଦେଇଥାଏ ।

bebeautiful.in

୫. ଏହି ସମୟରେ କ୍ଷୀର ଏବଂ ଛେନା ଖାଇବା ଅନୁଚିତ୍‌ । ଏହା ଶରୀରକୁ ଶକ୍ତି ଦେଉଥିଲେ ମଧ୍ୟ ମାସିକ ଧର୍ମ ସମୟରେ ଏହାକୁ ଖାଇବା ଦ୍ୱାରା ପେଟ ବିନ୍ଧା ଅଧିକ ବଢ଼ି ଯାଇଥାଏ ।

Purposely Well
ସମ୍ବନ୍ଧିତ ଖବର