କମ ବୟସରେ ଆପଣ ସବୁ ଜିନିଷ ଭୁଲି ଯାଉଛନ୍ତି କି? ହୋଇପାରେ ଏହି ୪ଟି କାରଣ

ଆଜିକାଲିକା ବ୍ୟସ୍ତବହୁଳ ଜୀବନ ଏବଂ କାର୍ଯ୍ୟବ୍ୟସ୍ତତା ପାଇଁ ଲୋକମାନେ କିଛି କିଛି ଜିନିଷ ଭୁଲି ଯାଉଛନ୍ତି । ସବୁ ଜିନିଷକୁ ମନେରଖିବା ସମସ୍ତଙ୍କ ପକ୍ଷେ ସମ୍ଭବ ହେଉ ନାହିଁ । ଆଗରୁ ଲୋକମାନଙ୍କ ପାଖରେ ଏଭଳି ସମସ୍ୟା ଅଧିକ ବୟସ ହେବା ପରେ ଦେଖାଯାଉଥିବା ବେଳେ ଏବେ ଏହା ପ୍ରାୟ ସମସ୍ତଙ୍କ ପାଖରେ ଦେଖିବାକୁ ମିଳିଛି । ପ୍ରଥମେ ଛୋଟ ଛୋଟ କଥା ଭୁଲିବା ଆରମ୍ଭ କରିବାକୁ ଆପଣ ଅବଜ୍ଞା କରୁଥିବାରୁ ପରବର୍ତ୍ତୀ ମୁହୂର୍ତ୍ତରେ ଏହା ବଡ଼ ଅସୁବିଧାରେ ପକାଉଛି । ଆପଣ ଜାଣିଛନ୍ତି ସବୁବେଳେ ଛୋଟ ଛୋଟ କଥା ଭୁଲିବା ପଛର କାରଣ କ’ଣ? ଯଦି ନାଁ, ତେବେ ଆସନ୍ତୁ ଜାଣିବା ଏହା ପଛର କାରଣ।
୧.ନିତିଦିନିଆ କାମକୁ ନେଇ ସବୁ ବେଳେ ଚିନ୍ତିତ ରହୁଥିବା ବ୍ୟକ୍ତି ଧୀରେ ଧୀରେ କିଛି ଜିନିଷ ଭୁଲିବା ଆରମ୍ଭ କରନ୍ତି । ଯାହାକି ପରବର୍ତ୍ତୀ ମୁହୂର୍ତ୍ତରେ ସେମାନଙ୍କୁ ଅସୁବିଧାରେ ପକାଇଥାଏ । ଡ଼ିପ୍ରେସନ ହର୍‌ମୋନ ମସ୍ତିଷ୍କର କୋଷିକାଗୁଡ଼ିକୁ ସେମାନଙ୍କ କାର୍ଯ୍ୟକରିବାକୁ ରୋକିଥାଏ । ଯାହା ଦ୍ୱାରା ଲୋକମାନେ ଭୁଲିବା ଆରମ୍ଭ କରନ୍ତି ।
୨.ମଦ୍ୟପାନ ଏବଂ ଧୂମପାନ କରିବା ଶରୀର ପାଇଁ କ୍ଷତିକାରକ,ଏହା ସମସ୍ତଙ୍କୁ ଜଣା । କିନ୍ତୁ ସବୁ ବିଷୟରେ ଜାଣି ମଧ୍ୟ ଲୋକମାନେ ଏହାକୁ ଛାଡ଼ିବାର ନାଁ ନେଉ ନାହାନ୍ତି । ଏହାକୁ ଅଧିକ ମାତ୍ରାରେ ସେବନ କରିବା ଦ୍ୱାରା ଲୋକମାନେ ଧୀରେ ଧୀରେ ସବୁ ଭୁଲିବାକୁ ଆରମ୍ଭ କରନ୍ତି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଅଧିକ ମାତ୍ରାରେ ଧୂମପାନ କରିବା ଦ୍ୱାରା ଏହା ମସ୍ତିଷ୍କର ରକ୍ତ କୋଷିକାଗୁଡ଼ିକ ଉପରେ ପ୍ରଭାବ ପକାଇଥାଏ । ଯାହା ଦ୍ୱାରା ମସ୍ତିଷ୍କକୁ ପର୍ଯ୍ୟାପ୍ତ ପରିମାଣରେ ଅମ୍ଲଜାନ ପହଞ୍ଚି ପାରି ନଥାଏ । ଯାହା ଦ୍ୱାରା ଆପଣ ଧୀରେ ଧୀରେ ଭୁଲିବା ଆରମ୍ଭ କରନ୍ତି ।

Image result for forget-things
ZDNet

୩.ସୁସ୍ଥ ରହିବା ଏବଂ ଶରୀରରେ ରକ୍ତର ପରିମାଣ ଠିକ୍‌ ରଖିବା ପାଇଁ ଭିଟାମିନ ବି-୧୨ର ଆବଶ୍ୟକତା ଅନେକ । ଶରୀରରେ ଏହି ଭିଟାମିନ କମ୍‌ ହେବା ଫଳରେ ଲୋକମାନେ ଚିନ୍ତାଗ୍ରସ୍ତ ହେବା ଏବଂ ଭୁଲିବା ଭଳି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଶରୀରରେ ଏହି ଭିଟାମିନର ଅଭାବକୁ ପୂରଣ କରିବା ପାଇଁ ପ୍ରତିଦିନ ମାଛ, ପୋଇ, ପନିର,ଅଣ୍ଡା ଏବଂ କ୍ଷୀର ଖାଇବା ଆରମ୍ଭ କରନ୍ତୁ ।

୪.ଆଜିକାଲି ଶରୀରରେ କିଛି ଛୋଟ ସମସ୍ୟା ଦେଖାଦେଲେ ଲୋକମାନେ ଔଷଧ ସେବନ କରୁଛନ୍ତି। ଛୋଟ ଛୋଟ ସମସ୍ୟା ପାଇଁ ଔଷଧ ଖାଇବା ଦ୍ୱାରା ଧୀରେ ଧୀରେ ମଣିଷ ସବୁ ଭୁଲିବା ଆରମ୍ଭ କରିଥାଏ ।

ସମ୍ବନ୍ଧିତ ଖବର