ଖରାଦିନେ ଏସବୁ କରିଲେ ଫ୍ରେସ୍‌ ରହିବେ

ଏବେ ଖରା ଦିନ ହେଲାଣି । ଏହି ସମୟରେ କର୍ମଜୀବୀ ମହିଳାମାନେ ନିଜର ସୌନ୍ଦର୍ଯ୍ୟକୁ ଅତୁଟ ରଖିବା ଲାଗି ଟିକେ ଅଧିକ ସଚେତନ ହେବାଜରୁରୀ। ଏଥିଲାଗି କେତେକ କଥା ପ୍ରତି ଧ୍ୟାନ ଦେବା ଜରୁରୀ। ଖରା ଯୋଗୁଁ ଯଦି ଆପଣଙ୍କ ତ୍ୱଚାରେ ନାଲି ରଂଙ୍ଗର ଚିହ୍ନ ଦିଶୁଛି,ତେବେ ଏହା ଆପଣ ଉପରେ ବରଫ ଘଷନ୍ତୁ ଏହା ଆପଣଙ୍କୁୁ ଶାନ୍ତି ପ୍ରଦାନ କରେ! ଏହାବ୍ୟତୀତ ଆଇସ୍‌ ମଧ୍ୟ ତ୍ୱଚାକୁ ଟାଇଟ୍‌ କରିବାରେ ସହାୟକ ହୋଇଥାଏ।

photo-bubble & bee

ଅଫିସ୍‌ରେ ବହୁତ ସମୟ ଧରି କଂପ୍ୟୁଟରରେ କାମ କରିବା ଯୋଗୁଁ କିମ୍ବା ଡ଼େରି ରାତିରେ ଶୋଇବା କାରଣକୁ ନେଇ ଯଦି ଆପଣଙ୍କ ଆଖିକୁ କ୍ଳାନ୍ତ ଲାଗୁଥାଏ ,ତେବେ ଏନେଇ ଆପଣ ଆଖିର ତଳ ଭାଗରେ ଧଳା ରଂଙ୍ଗର କଳା ଲଗାଇବା ସଂଗେସଂଗେ ଆଖିର ଉପରି ଭାଗର ପଲକରେ ବ୍ରାଉନ୍‌ କଲର୍‌ର କଳା ବା ଲାଇନର୍‌ ମଧ୍ୟ ଲଗାନ୍ତୁ।
ନିଜକୁ ଫ୍ରେସ୍‌ କରିବାକୁ ଯଦି ସାରା ଦିନ ମଧ୍ୟରେ ଆପଣଙ୍କୁ ଡ଼ିଓର ସାହାରା ନେବାକୁ ପଡ଼ୁଥାଏ,ତେବେ ଆପଣ ଏହି ଅଭ୍ୟାସରୁ ଦୂରେଇ ରହି ବେକିଙ୍ଗ୍‌ ସୋଡ଼ାର ବ୍ୟବହାର କରନ୍ତୁ। ସକାଳୁ ଅଫିସ୍‌ ଯିବାକୁ ବାହାରିବାବେଳେ କାଖତଳେ ଅଳ୍ପ ପରିମାଣର ବେକିଙ୍ଗ୍‌ ସୋଡ଼ାର ବ୍ୟବହର କରନ୍ତୁ।ଏହା କରିବା ଯୋଗୁଁ ଆପଣ ଦିନସାରା ଝାଳଜନିତ ଦୂଃର୍ଗନ୍ଧରୁ ଦୂରେଇ ରହିପାରିବେ!

ସମ୍ବନ୍ଧିତ ଖବର