ଖରାଦିନେ ଫ୍ରେସ୍‌ ରହିବାକୁ ଚାହାଁନ୍ତି କି?

ଏବେ ଖରା ଦିନ।ସମସ୍ତେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅସ୍ତବ୍ୟସ୍ତ ଅଛନ୍ତି। ହେଲେ ଆପଣ ଚାହିଁଲେ ଏଥିରୁ ମୁକ୍ତି ପାଇପାରିବେ । ସେଥିପାଇଁ କିଛି ଉପାୟ ଜାଣନ୍ତୁ।
ପ୍ରଥମ କଥା ହେଲା ରାତିରେ ଠିକ୍‌ ସମୟରେ ଶୋଇ ଓ ସକାଳେ ଠିକ୍‌ ସମୟରେ ନିୟମିତ ଉଠିଲେ ଶାରୀରିକ ଓ ମାନସିକ ସ୍ଥିତି ସୁଦୃଢ଼ ହୋଇଥାଏ। ସୂର୍ଯ୍ୟାଦୟ ପୂର୍ବରୁ ଉଠିଲେ ଆପଣ ଥଣ୍ଡାପଣ ଅନୁଭବ କରିବେ। ଏହି ସମୟରେ ବ୍ୟାୟାମ କରିଲେ ବି ଭଲ।

ପ୍ରାତଃ କାଳରେ ଯୋଗ,ପ୍ରାଣାୟମ ଓ ଧ୍ୟାନ କରିଲେ ଆପଣ ଖରାଦିନେ ମଧ୍ୟ ସହଜରେ ଥକିବେ ନାହିଁ। ଖାଲି ସେତିକି ନୁହେଁ ମାନସିକ ଚିନ୍ତା,ଅବସାଦରୁ ମଧ୍ୟ ମୁକ୍ତି ପାଇବେ। ଯଦି ବ୍ୟାୟାମ କରିବା ସମ୍ଭବପର ନୁହେଁ,ତେବେ ସକାଳେ ଟହଲିବା ବା ପ୍ରାତଃଭ୍ରମଣ ଭଲ। ଏହା ଦ୍ୱାରା ଦିନସାରା ଆପଣଙ୍କୁ ଶକ୍ତି ମିଳିବ।
ବୈଜ୍ଞାନିକ ଦୃଷ୍ଟିକୋଣରୁ ଆମ ଶରୀରକୁ ଅତି କମ୍‌ରେ ଅଢ଼େଇ ଲିଟର ପାଣିର ଆବଶ୍ୟକତା ଅଛି। ତେବେ ଖରାଦିନେ କେବଳ ଗୋଟିଏ ନିୟମ କରନ୍ତୁ ଯେ ଯେତେବେଳେ ଶୋଷ ହେବ,ସେତେବେଳେ ପାଣି ପିଅନ୍ତୁ। ଖରାଦିନେ କୃତ୍ରିମ ପାନୀୟ ନ ପିଇ ଥଣ୍ଡା ଜଳ ,ଦହି ଓ ଫଳ ସରବତ୍‌ ପିଇଲେ ଭଲ।

photo-navbharattimes

ଖରାଦିନେ ତାଜା ଓ ହାଲୁକା ଭୋଜନ କରିଲେ ବି ଆପଣଙ୍କୁ ଭଲ ଲାଗିବ। ଶୀଘ୍ର ହଜମ ହେଉଥିବା ଖାଦ୍ୟ,ସାଲାଡ଼୍‍ ଓ ଫଳ ଆଦି ଖାଇଲେ ବି ଖରାର ପ୍ରଭାବ ପଡ଼ିବନି ଆପଣଙ୍କ ଉପରେ। ଆଉ ଏକ ଉଲ୍ଲେଖନୀୟ କଥା ହେଲା ଯେ,ପ୍ରତ୍ୟହ ଖରାଦିନେ ଦୁଇ ଥର ସ୍ନାନ କରନ୍ତୁ। ଉଭୟ ସମୟରେ ଥଣ୍ଡାଜଳରେ ଗାଧୋଇଲେ କ୍ଳାନ୍ତି ମେଣ୍ଟିଯିବ ଓ ଆପଣ ଫ୍ରେସ୍‌ ଅନୁଭବ କରିବେ। ଖରାଦିନେ ଗ୍ରୀଷ୍ମରୋଧକ କପଡ଼ା ପିନ୍ଧନ୍ତୁ। ତା’ଛଡ଼ା ବଜାରରେ ଉପଲବ୍ଧ ସନ୍‌ସ୍କ୍ରିନ୍‌ କ୍ରିମ୍‌ ବା ଲୋସନ୍‌ ର ଉପଯୋଗ ମଧ୍ୟ କରିପାରନ୍ତି।

ସମ୍ବନ୍ଧିତ ଖବର