ଶରୀରକୁ ସୁସ୍ଥ ରଖିବାକୁ ହେଲେ ସକାଳର ଜଳଖିଆ ଭଲରେ ଆରମ୍ଭ କରିବା ଦରକାର । କାରଣ ଯଦି ଆପଣ ସକାଳର ଖାଦ୍ୟ-ପେୟ ସହିତ ଜଡ଼ିତ କିଛି ଭୁଲ୍ କରିବସନ୍ତି, ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ। ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଆହାର ବିଷୟରେ କହିବୁ, ଯାହାକୁ ସକାଳୁ ସକାଳୁ ସେବନ କଲେ ଶରୀର ଦିନ ଯାକ ସଂପୂର୍ଣ୍ଣ ଭାବେ ଶକ୍ତିଶାଳୀ ରହିଥାଏ।
ତେବେ ଏହା ତ ସମସ୍ତେ ଜାଣନ୍ତି ଯେ ସକାଳୁ ସେଓ ସେବନ କଲେ ଶରୀରକୁ ଅନେକ ରୋଗ ଦାଉରୁ ରକ୍ଷା ମିଳିଥାଏ। କାରଣ ସେଓ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଆପଣ ଯଦି ସେଓର ସଂପୂର୍ଣ୍ଣ ଫାଇଦା ନେବାକୁ ଚାହୁଁଛନ୍ତି ତ, ତେବେ ଏହାକୁ ସଠିକ୍ ସମୟରେ ଖାଇବା ଜରୁରୀ! ତେଣୁ ସକାଳୁ ଉଠିବା କ୍ଷଣି ଆପଣ ଖାଲିପେଟରେ ସେଓ ଖାଆନ୍ତୁ । ଏହା କରିବା ଦ୍ୱାରା ପାଚନ ଶକ୍ତି ସକ୍ରିୟ ହେବା ସହ ସଂପୂର୍ଣ୍ଣ ଦିନ ଆପଣ ସବଳ ଅନୁଭବ କରିବେ । କାରଣ ସେଓରେ ଫାଇବର୍, ନ୍ୟୁଟ୍ରିସନ୍, ଭିଟାମିନ୍ ଭଳି ପୋଷାକ ତତ୍ତ୍ୱ ଭରପୂର ମାତ୍ରାରେ ଥାଏ। ଏହା ସ୍ୱାସ୍ଥ୍ୟ ସହିତ ଜଡ଼ିତ ସମସ୍ତ ସମସ୍ୟା ଯେପରିକି ଅନିୟମିତ ଋତୁସ୍ରାବ, କୋଲେଷ୍ଟ୍ରଲ୍ ,ଅନିଦ୍ରା,ମାଇଗ୍ରେନ୍,ରକ୍ତର ଅଭାବ ଏବଂ ଅବସାଦ ଭଳି ସମସ୍ୟା ଠାରୁ ବ୍ୟକ୍ତିକୁ ରକ୍ଷା କରିଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/09/apples.jpg)