ସାବଧାନ ରୁହନ୍ତୁ, ପୁରୁଷଙ୍କ କ୍ଷେତ୍ରରେ ଦ୍ରୁତଗତିରେ ବୃଦ୍ଧି ପାଇପାରେ ଲାଗିଛି ଏହି କର୍କଟ ରୋଗ

ନୂଆଦିଲ୍ଲୀ: କର୍କଟ ଏପରି ଏକ ରୋଗ ଯାହାକି ଧୀରେଧୀରେ ମହାମାରୀର ରୂପ ନେଉଛି। ନିକଟରେ ଏକ ରିପୋର୍ଟରେ ୧୦୦ରୁ ଊର୍ଧ୍ୱ ପ୍ରକାରର କର୍କଟ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଦିଲ୍ଲୀରେ ବସବାସ କରୁଥିବା ପୁରୁଷଙ୍କ କ୍ଷେତ୍ରରେ ମସ୍ତିଷ୍କ, ଗଳା, ଗାଲ, ପ୍ରୋଷ୍ଟେଟ ଆଦି କର୍କଟ ମାମଲା ସାମ୍ନାକୁ ଆସିଛି। ସେହିପରି ଦିଲ୍ଲୀ ମହିଳାଙ୍କ କ୍ଷେତ୍ରରେ ବ୍ରେଷ୍ଟ, କର୍ବିକ୍ସ, ଗେଲବ୍ଲେଡର, ଓଭରି ଆଦିରେ କର୍କଟ ସମସ୍ୟା ଦେଖା ଦେଉଛି। ଗତକିଛି ବର୍ଷ ମଧ୍ୟରେ ଦିଲ୍ଲୀବାସିନ୍ଦାଙ୍କ କ୍ଷେତ୍ରରେ ଗେଲବ୍ଲେଡର କର୍କଟ (ଜିବିସି) ହେବାର ଆଶଙ୍କା ବୃଦ୍ଧି ପାଉଛି।

ତେବେ ଡାକ୍ତରଙ୍କ କହିବାନୁସାରେ, ଗେଲବ୍ଲେଡର ହେବାର ସଠିକ୍‌ କାରଣ ଏଯାବତ୍‌ ଜଣାପଡ଼ି ନାହିଁ। କିନ୍ତୁ ମୋଦବହୁଳ ଓ ପାରିପାର୍ଶ୍ୱିକ ବାତାବରଣ ଏହି ଚିନ୍ତାଜନକ ରୋଗର କାରଣ ବନିପାରେ । ଦିଲ୍ଲୀ ଯୁବପିଢ଼ିଙ୍କ କ୍ଷେତ୍ରରେ ଗତ ଦୁଇଦଶକ ମଧ୍ୟରେ ଫାଷ୍ଟଫୁଡ଼, ଫ୍ରାଏଡ ଫୁଡ ଓ ଆଧୁନିକ ଜୀବନଶୈଳୀ ବୃଦ୍ଧି ପାଇଛି। ଯେଉଁ କାରଣରୁ ଜିବିସିର ଆଶଙ୍କା ଅଧିକ ବଢ଼ି ଯାଇଛି। ଏତଦ୍‌ବ୍ୟତୀତ ପ୍ରଦୂଷିତ ପାନୀୟ ଓ ବାୟୁମଣ୍ଡଳ ବି କର୍କଟର ମୁଖ୍ୟ କାରଣ ରହିଛି।

ଏମ୍ସର ଡାକ୍ତରଙ୍କ କହିବାନୁସାରେ, ଦିଲ୍ଲୀ ଗେଲବ୍ଲେଡର କର୍କଟ ମାମଲାରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ଜିବିସି ଏକ ମାରାତ୍ମକ କର୍କଟ ମଧ୍ୟରୁ ଗୋଟିଏ। ଏହି ମାମଲା ବହୁତ ବିଳମ୍ବରେ ଜଣାପଡ଼ିଥାଏ। ଯେଉଁସ୍ଥିତିରେ କି ସର୍ଜରି କରାଯାଇ ପାରି ନଥାଏ। ଫଳରେ ଗୋଟିଏ ବର୍ଷ ମଧ୍ୟରେ ରୋଗୀର ମୃତ୍ୟୁ ହୋଇଯାଇଥାଏ। ଗେଲବ୍ଲେଡର ଲିଭର ତଳେ ଥିବା ଏକ ପାଉଚ ଭଳି ଆକୃତିର ଅଙ୍ଗ। ଏହା ପିତ, ଲିଭର ଦ୍ୱାରା ଉତ୍ପାଦିତ ଲିକ୍ୟୁଡ ଷ୍ଟୋର କରିଥାଏ, ଯାହାକି ଫ୍ୟାଟକୁ ନଷ୍ଟ କରିଥାଏ।

ସମ୍ବନ୍ଧିତ ଖବର