ପୁରୁଷଙ୍କ ପାଇଁ ଏଥିପାଇଁ ରାମବାଣ ସଦୃଶ୍ୟ ହୋଇଥାଏ ରସୁଣ

ନୂଆଦିଲ୍ଲୀ: ପ୍ରତିଦିନ ବିଭିନ୍ନ ପ୍ରକାର ପନିପରିବାକୁ ମିଶାଇ ଖାଇବା ଉଚିତ। ତେବେ ରସୁଣକୁ କଞ୍ଚ ଖାଆନ୍ତୁ ଅବା ଅଚାର କିମ୍ବା ରୋଷେଇ କରି ଏହାର ଫାଇଦା ସବୁଥିରେ ମିଳିଥାଏ। ତେବେ ଆସନ୍ତୁ ଜାଣିବା ରସୁଣ ଖାଇବାର ଲାଭ ବିଷୟରେ।

୧. ରସୁଣରେ ଆଣ୍ଟି ବ୍ୟାକଟେରିଆ ପ୍ରପଟିଜ ବହୁତ ପରିମାଣରେ ରହିଥାଏ। ଏହାଦ୍ୱାରା ମୁହଁରୁ ବାହାରୁ ଥିବା ଦୁର୍ଗନ୍ଧ ଦୂର ହୋଇଥାଏ।

୨. ରସୁଣରେ ଥିବା ପ୍ରୋଟିନ୍‌ ମାଂସପେଶୀକୁ ଦୃଢ଼ କରିଥାଏ।

୩. ଏଥିରେ କାର୍ବୋହାଇଡ୍ରେଟସ୍‌ ରହିଥାଏ। ତେଣୁ ରସୁଣ ଖାଇବା ଦ୍ୱାରା ଶରୀରରୁ ଦୁର୍ବଳାତା ହ୍ରାସ ପାଇଥାଏ। ଦିନସାର ମନ ଓ ଶରୀର ସତେଜ ରହିଥାଏ।

୪. ରସୁଣ ସେବନ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତିର କ୍ଷମତା ବୃଦ୍ଧି ପାଇଥାଏ।

୫. କେବଳ ଏତିକି ନୁହେଁ ରସୁଣରେ କ୍ୟାଲସିୟମ ଥିବାରୁ ଏହା ହାଡକୁ ଶକ୍ତ କରିଥାଏ।

୬. ରସୁଣରେ ଥିବା ଏଲିସିନ୍‌ ଓଜନ ବୃଦ୍ଧିକୁ ହ୍ରାସ କରିଥାଏ।

୭. ରସୁଣ ଖାଇବା ଦ୍ୱାରା ପେଟ ସମସ୍ୟା ଦୂର ହୋଇଥାଏ।

୮. ଖାଲି ପେଟରେ ରସୁଣ ଖାଇବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ସଠିକ୍‌ ଭାବେ ହୋଇଥାଏ। ଯାହାଫଳରେ ହୃଦୟ ସମ୍ଭନ୍ଧୀୟ ରୋଗ ହେବାର ସମ୍ଭାବନା କମ୍‌ ରହିଥାଏ।

ସମ୍ବନ୍ଧିତ ଖବର