ଗ୍ୟାସ୍‌ଷ୍ଟ୍ରିକ୍‌ ସମସ୍ୟା ଅଛି କି? ମାତ୍ର ମାସଟିଏ ପିଅନ୍ତୁ ପଇଡ଼, ମାଣ୍ଡିଆ କିମ୍ବା ମିସିରି-ଭୂଷି; ରୋଗ ଯିବ ତା’ ବାଟେ

ଆଜିକାଲି ଲୋକଙ୍କ ଭିତରେ ଗ୍ୟାସ୍‌ଷ୍ଟ୍ରିକ୍‌ ଏକ ସାଧାରଣ ସମସ୍ୟା। ଟିକେ ଖାଦ୍ୟପେୟ ଅନୟମିତତା ହେଲେ ଏହି ରୋଗ ଦେଖା ଦେଇଥାଏ। ଉଚିତ ସମୟରେ ନଖାଇଲେ, ନଶୋଇଲେ କିମ୍ବା ଯଥେଷ୍ଟ ପରିମାଣର ପାଣି ନପିଇଲେ ଏହି ରୋଗ ହେବା ଏକ ରକମର ଥୟ। ମାତ୍ର ଆପଣ ଆଦୌ ଭୟ କରନ୍ତୁ ନାହିଁ। ଏହାର ସମାଧାନ୍‌ ଚୁଟ୍‌କିରେ ରହିଛି। କେତୋଟି ଘରୋଇ ଉପାୟ ଆପଣେଇବା ଦ୍ୱାରା ଏହି ରୋଗ କୁଆଡ଼େ ଭଲ ହୋଇଯିବ ଆପଣ ନିଜେ ବି ଜାଣିପାରିବେ ନାହିଁ।

ସକାଳୁ ଉଠି ପ୍ରଥମେ ଶୌଚ କାମ ସାରିବା ପରେ ମାତ୍ର କେତେ ସମୟ ପାଇଁ ଯୋଗ କରନ୍ତୁ। କପାଳଭାତି ଯୋଗ ଗ୍ୟାସ୍‌ଷ୍ଟ୍ରିକ୍‌ ରୋଗୀଙ୍କ ପାଇଁ ଖୁବ ଭଲ ହୋଇଥାଏ।

ଦ୍ୱିତୀୟରେ ଆପଣଙ୍କ ନିକଟରେ ଯଦି ପଇଡ଼ ଉପଲବ୍ଦ ତେବେ ପଇଡ଼ ପାଣି ପଇଲେ ଅତ୍ୟନ୍ତ ଭଲ। ଖାଲି ପେଟରେ ପଇଡ଼ ପାଣି ପିଇବା ଗ୍ୟାସ୍‌ଷ୍ଟ୍ରିକ୍‌ ରୋଗୀଙ୍କ ପାଇଁ ଖୁବ୍‌ ଭଲ ସାବ୍ୟସ୍ତ ହୋଇଥାଏ।

ଘରେ ମାଣ୍ଡିଆ ରଖନ୍ତୁ। ରାତିରେ ତାହାକୁ ଫୁଟାଇକି ରଖନ୍ତୁ ସକାଳୁ ପିଅନ୍ତୁ। ମାତ୍ର ଗୋଟିଏ ମାସ ସକାଳେ ମାଣ୍ଡିଆ ଖାଇବା ପରେ ଆପଣ ପ୍ରଭାବ ଜାଣିପାରିବେ।

ଏହାବ୍ୟତୀୟ ମିସିରି ଓ ଭୂଷି ମଧ୍ୟ ଗ୍ୟାସ୍‌ ଭଲ କରିବା ପାଇଁ ଖୁବ ଭଲ କାମ କରିଥାଏ। ରାତିରେ ଗୋଟିଏ ଗ୍ଲାସ୍‌ ପାଣିଲେ ଭୂଷି ଓ ମିସିରି ପକାଇ ରଖନ୍ତୁ। ତାହାକୁ ସକାଳୁ ପିଅନ୍ତୁ।

ସମ୍ବନ୍ଧିତ ଖବର