ଭୋକ ହେଉ ନାହିଁ କି ? ଏହି ୪ଟି ଜିନିଷ ଖାଆନ୍ତୁ

0 945

ସଂପ୍ରତି ଲୋକମାନଙ୍କ ମଧ୍ୟରେ ଖାଦ୍ୟ ଖାଇବାର ସମୟରେ ଠିକ୍‌ ରହୁ ନଥିବା କାରଣରୁ ମଣିଷ ଶରୀରରେ ଅନେକ ପ୍ରକାରର ଶାରୀରିକ ସମସ୍ୟା ଦେଖା ଯାଇଥାଏ । ପାଚନ କ୍ରିୟାରେ ଅସୁବିଧା, ଛାତି ପୋଡ଼ିବା, ଏସିଡ଼ିଟି ବା ଗ୍ୟାସ୍‌ର ସମସ୍ୟା ଠିକ୍‌ ସମୟରେ ଖାଦ୍ୟ ନ ଖାଇବା ଦ୍ୱାରା ହୋଇଥାଏ । ଏସବୁ ସମସ୍ୟା ଦେଖା ଗଲେ ଭୋକ ମଧ୍ୟ ଲାଗି ନଥାଏ । ଭୋକ ନ ଲାଗିବା ଦ୍ୱାରା ଆପଣ ଖାଦ୍ୟ ଖାଆନ୍ତି ନାହିଁ । ଯାହାଦ୍ୱାରା ଆପଣଙ୍କ ଶରୀରକୁ ପୋଷଣ ମିଳି ପାରି ନଥାଏ । ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ଠିକ୍‌ ସମୟରେ ଠିକ୍‌ ଖାଦ୍ୟ ଖାଇବା ଅତ୍ୟନ୍ତ ଜରୁରୀ । କିନ୍ତୁ ସେଥିପାଇଁ ଭୋକ ଲାଗିବା ମଧ୍ୟ ଆବଶ୍ୟକ । ଯଦି ଆପଣଙ୍କ ଭୋକ ଲାଗୁ ନାହିଁ, ତେବେ ଆଜିଠାରୁ ଏ ସବୁ ଜିନିଷ ଖାଇବା ଆରମ୍ଭ କରନ୍ତୁ ।

୧. ଦିନରେ ଦୁଇଥର ଟମାଟୋରେ କଳା ଲୁଣ ପକାଇ ଚାଟିବା ଦ୍ୱାରା ପାଚନକ୍ରିୟା ଠିକ୍‌ ହୋଇ ଯାଇଥାଏ । ଯାହାଦ୍ୱାରା ଆପଣଙ୍କୁ ଭୋକ ଲାଗିବା ସହ ଆପଣ ଠିକ୍‌ ଭାବରେ ଖାଇବା ଆରମ୍ଭ କରି ପାରିବେ ।
୨. ଯଦି ଆପଣଙ୍କୁ ଭୋକ ଲାଗୁ ନାହିଁ, ତେବେ ପ୍ରତିଦିନ ଗୋଟେ ଗ୍ଲାସ ସେଓ ଫଳର ରସ ପିଇବା ଆରମ୍ଭ କରନ୍ତୁ । କିଛି ଦିନ ଏପରି କରିବା ଦ୍ୱାରା ଆପଣଙ୍କ ଭୋକ ନ ଲାଗିବା ସମସ୍ୟା ଦୂରେଇ ଯିବ ।

Khodarji.com

୩. ଖାଇବା ସମୟରେ ମୂଳାରେ କଳା ଲୁଣ ଏବଂ ଲଙ୍କା ମିଶାଇ ଖାଇବା ଦ୍ୱାରା ପାଚନ ସମ୍ବନ୍ଧିତ ସମସ୍ୟା ଦୂର ହେବା ସହ ଆପଣଙ୍କୁ ଭୋକ ଲାଗିବା ଆରମ୍ଭ ହୋଇଥାଏ ।
୪. ଧନିଆ ପତ୍ର ଖାଇବା ଶରୀର ପାଇଁ ଲାଭଦାୟକ ତାହା ତ ଆପଣମାନେ ଜାଣିଥିଲେ । କିନ୍ତୁ ଧନିଆ ପତ୍ର ରସରେ କିଛି ଲୁଣ ମିଶାଇ ପିଇଲେ ଭୋଗ ନଲାଗିବା ସମସ୍ୟା ଦୂର ହୋଇଥାଏ ।

News Track
ସମ୍ବନ୍ଧିତ ଖବର

Leave A Reply

Your email address will not be published.