ଅଦା ମିଶ୍ରିତ ଦୁଧ ପିଇଲେ ମିଳେ ଏସବୁ ଫାଇଦା!

ଅଦା ମିଶ୍ରିତ ଚା’ ପିଇବା ସ୍ୱାସ୍ଥ୍ୟପକ୍ଷେ ଭଲ ଏବଂ ଏହା ସ୍ୱାଦିଷ୍ଟ ବୋଲି ସମସ୍ତଙ୍କୁ ଜଣା। କାରଣ ଅଦା ଅତ୍ୟନ୍ତ ଲାଭକାରୀ। ହେଲେ ଆପଣ କ’ଣ ଜାଣନ୍ତି କି କ୍ଷୀରରେ ଅଦା ମିଶାଇ ପିଇବା ମଧ୍ୟ ସ୍ୱାସ୍ଥ୍ୟବର୍ଦ୍ଧକ।
ପ୍ରଥମେ ଜାଣନ୍ତୁ କିପରି ଏହା ପ୍ରସ୍ତୁତ କରିବେ। ପ୍ରଥମେ ଦୁଧକୁ ଗରମ କରି ସେଥିରେ ଛୋଟ ଛୋଟ ଖଣ୍ଡ ଅଦା ମିଶାଇ କ୍ଷୀରକୁ ଫୁଟାନ୍ତୁ। ତା’ପରେ ସେହି କ୍ଷୀରକୁ ଛାଣି ଦିଅନ୍ତୁ।
ରାତିରେ ଶୋଇବା ପୂର୍ବରୁ ଏହି ଦୁଧ ପିଇଲେ ସବୁଠାରୁ ଅଧିକ ଫାଇଦା ମିଳେ।
ଦୁଧରେ ଅଦା ମିଶାଇ ପିଇଲେ ହଜମ କ୍ରିୟାରେ ତାହା ସହାୟକ ହୋଇଥାଏ। ଏହା କୋଷ୍ଠକାଠିନ୍ୟତା ଦୂର କରିଥାଏ। ପେଟରେ ଯନ୍ତ୍ରଣା,ଅମ୍ଳ ଆଦିରୁ ମଧ୍ୟ ରକ୍ଷା କରିଥାଏ। ସକାଳ ଜଳଖିଆ ପରେ ଅଦାମିଶ୍ରିତ କ୍ଷୀର ପିଇଲେ ମଧ୍ୟ ଅଧିକ ଉପକାର ମିଳିଥାଏ।


ଅଦା ମିଶା ଦୁଧ ପିଇଲେ ରୋଗ ପ୍ରତିରୋଧକ କ୍ଷମତା ବି ବୃଦ୍ଧି ପାଇଥାଏ। ତା’ଛଡ଼ା ଏହା ରୋଗ ସଂକ୍ରମଣରୁ ବି ଶରୀରକୁ ରକ୍ଷା କରିଥାଏ।

ସମ୍ବନ୍ଧିତ ଖବର