ପ୍ରଥମ ଦେଖାରେ ଝିଅର ପ୍ରେମିକକୁ ଏହି ୬ଟି ପ୍ରଶ୍ନ କରନ୍ତି ମାତା-ପିତା!
ସାଧାରଣ ଭାବେ ବିବାହ ପୂର୍ବରୁ ପୁଅ ବା ଝିଅ ସେମାନଙ୍କ ଶାଶୁ-ଶଶୁରଙ୍କୁ ଦେଖା କରିଥାଆନ୍ତି । ଯେଉଁଠି ସେମାନଙ୍କର ଅଗ୍ନି ପରୀକ୍ଷା ନିଆ ଯାଇଥାଏ । ଏ କଥା ଶୁଣିବା ପରେ ଆପଣମାନେ ଟିକେ ଆଶ୍ଚର୍ଯ୍ୟ ହେଉଥିବେ । ତେବେ ବିବାହ ପୂର୍ବରୁ ଶାଶୁ-ଶଶୁରଙ୍କ ପ୍ରଶ୍ନର ସାମ୍ନା କରିବା କୌଣସି ଅଗ୍ନି ପରୀକ୍ଷା ଠାରୁ କମ ନୁହେଁ,ଏହା ବିବାହ କରି ସାରିଥିବା ଲୋକମାନେ ହିଁ ଭଲ କହି ପାରିବେ । ତେବେ ପ୍ରେମ ବିବାହ ହେଉ ବା ପ୍ରସ୍ତାବିତ ବିବାହ, ଏହି ସମୟ ସମସ୍ତଙ୍କ ଜୀବନରେ ଆସେ । ଖାସ୍ କରି ଗୋଟେ ପୁଅ ପାଇଁ ଏହା ସବୁଠୁ କଠିନ ପରୀକ୍ଷା ବୋଲି କୁହାଯାଏ । ପ୍ରେମ ବିବାହରେ ଯେତେବେଳେ ତାଙ୍କ ଝିଅ ତାର ପ୍ରେମିକକୁ ବିବାହ ପାଇଁ ପ୍ରଥମ ଥର ଘରକୁ ନେଇକି ଆସେ ସେତେବେଳେ ଝିଅର ମାତା-ପିତାମାନେ ତାକୁ କିଛି ପ୍ରଶ୍ନ କରି ଥାଆନ୍ତି । ସେ ସବୁ କ’ଣ ଆସନ୍ତୁ ଜାଣିବା…।
Sambad is now on WhatsApp
Join and get latest news updates delivered to you via WhatsApp
୧. ତମେ ମୋ ଝିଅକୁ ଛୁଇଁନ ତ? ଏହା ସବୁ ମା’ଙ୍କର ପ୍ରଥମ ପ୍ରଶ୍ନ ରହିଥାଏ । ଏତେ ଦିନ ଧରି ଝିଅ ଜଣେ ପୁଅକୁ ଡ଼େଟ୍ କରୁଛି ବୋଲି ଜାଣିବା ପରେ ମଧ୍ୟ ଏଭଳି ପ୍ରଶ୍ନ ମା’ମାନେ ପଚାରିଥାଆନ୍ତି ।
୨.ପୁଅର କେଶ ସଜ୍ଜାକୁ ଦେଖି ମଧ୍ୟ ସବୁ ମା’ ପୁଅର କେଶ ସଜ୍ଜା ବିଷୟରେ ପଚାରି ଥାଆନ୍ତି । ଏହି କେଶ ସଜ୍ଜାକୁ କ’ଣ କୁହାଯାଏ?ଏହା ଛଡ଼ା ଆଉ କେଉଁ ଷ୍ଟାଇଲରେ କେଶ ରଖିବାକୁ ପସନ୍ଦ କର? ଏଭଳି କିଛି ଅଦରକାରୀ ପ୍ରଶ୍ନ ସବୁ ଝିଅଙ୍କ ମା’ମାନେ ପଚାରି ଥାଆନ୍ତି ।
୩. ଝିଅର ଭଲ କଥା ଚିନ୍ତା କରି ପୁଅ ଆଗରୁ ଆଉ କେଉଁ ଝିଅ ସହ ସଂପର୍କରେ ଥିଲା କି ନାହିଁ ସେ ବିଷୟରେ ମାତା-ପିତାମାନେ ପଚାରି ଥାଆନ୍ତି । ଏହି ପ୍ରଶ୍ନ ଶୁଣିବା ପରେ ସବୁ ପୁଅମାନଙ୍କ ଶରୀରରୁ ଝାଳ ବାହାରିବାକୁ ଲାଗିଥାଏ ଏବଂ ସେ ସମୟରେ ସେ ଏଠାକୁ କାହିଁକି ଆସିଲେ ବୋଲି ଭାବିବାକୁ ଲାଗନ୍ତି ।
୪.ତମେ ଆମ ଝିଅକୁ କେତେ ଭଲ ପାଅ? ଏହି ପ୍ରଶ୍ନ ସବୁ ମାତା-ପିତାମାନେ ଝିଅର ପ୍ରେମିକକୁ ପଚାରିଥାଆନ୍ତି ।
୫.କେଉଁ ଭଳି ପୋଷାକ ତମେ ପିନ୍ଧିବାକୁ ଭଲପାଅ । ଏହି ପ୍ରଶ୍ନ ପଚାରି ସେ ପୁଅର ପୋଷାକ ପିନ୍ଧିବା ପସନ୍ଦରୁ ହିଁ ପୁଅର ଗୁଣ ବିଷୟରେ ଅନ୍ଦାଜ ଲଗାଇଥାଆନ୍ତି ।
୬.ଆମ ଝିଅ ସହ କିଛି ଖରାପ କାମ କରିନ ତ?ଏପରି ପ୍ରଶ୍ନ ପଚାରି ପୁଅ-ଝିଅ ମଧ୍ୟରେ ଶାରୀରିକ ସଂପର୍କ ଅଛି କି ନାହିଁ ସେ ବିଷୟରେ ଜାଣିବା ପାଇଁ ଚେଷ୍ଟା କରି ଥାଆନ୍ତି ମାତା-ପିତା ।