ସୁଖ ନିଦ୍ରାପାଇଁ ଆପଣାନ୍ତୁ ଏହି ଉପାୟ

ଦୈନିକ ୬ରୁ ୮ ଘଣ୍ଟାର ସୁଖଦ ନିଦ୍ରା ନିହାତି ଆବଶ୍ୟକ ! ହେଲେସମାଜରେ ଲକ୍ଷ ଲକ୍ଷ ଲୋକ ଏପରି ବି ରହିଛନ୍ତି,ଯେଉଁମାନଙ୍କୁ ବି ସୁଖଦ ନିଦ୍ରା ଆସି ନଥାଏ। ଆଉ ଯଦି ଆସିଥାଏ ତ,ତାହା ଅଧରାତିକୁ ହିଁ ଆସିଥାଏ।ତେବେ ଏହି ପରିସ୍ଥିତିରୁ ମୁକୁଳିବାକୁ ହେଲେ ଆପଣଙ୍କୁ ଏପରି କିଛି ସରଳ ଉପାୟକୁ ଅବଲମ୍ବନ କରିବାକୁ ହେବ,ଯାହାର କି ମନ ଏବଂ ଶରୀର ଉପରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ପଡ଼ିନଥାଏ।
ଆସନ୍ତୁ ଜାଣିବା ସୁଖ ନିଦ୍ରାର ସରଳ ଉପାୟ ବିଷୟରେ…..
ସାଧାରଣତଃ ଶିଶୁମାନେ ଯେଉଁଭଳି ଭାବରେ ଶୋଇଥାନ୍ତି,ସେହିଭଳି ଭାବରେ ଏହି ଆସନକୁ କରାଯାଇଥାଏ। ତେବେ ଏହା ହେଉଛି ବିଶ୍ରାମର ସବୁଠାରୁ ଭଲ ଉପାୟ ,ଯାହାକି କ୍ଳାନ୍ତ,କବ୍ଜ,ପେଟରେ ଭାରି ଭାରି ଲାଗିବା,ମୁଣ୍ଡବ୍ୟଥା,ନିଦ୍ରାହୀନତା ଏବଂ ଗ୍ୟାସ୍‌ ଆଦି ସମସ୍ୟା ଠାରୁ ମଧ୍ୟ ରକ୍ଷା କରିଥାଏ। ଆପଣ ସର୍ବପ୍ରଥମେ ଚଟାଣ ଉପରେ ଶଉପକୁ ବଛାଇ ଦିଅନ୍ତୁ ଏବଂ ଏହା ଉପରେ ପେଟକୁ ମାଧ୍ୟମ କରି ଶୋଇ ପଡ଼ନ୍ତୁ। ତେବେ ଏହାକୁ କରିବାକୁ ହେଲେ ଆପଣଙ୍କୁ ପ୍ରଥମେ ଆପଣଙ୍କର ଦୁଇ ହାତକୁ ଆଗକୁ ରଖି,ସେଥିରେ ମୁଣ୍ଡ ରଖିବାକୁ ହେବ।

ଏହାପରେ ପୁଣି ବାମ ପାଖକୁ ଲେଉଟାଇକି ଡ଼ାହାଣ ହାତକୁ ଆଗ ଆଡ଼କୁ ବଢ଼ାଇବାକୁ ପଡ଼ିବ ଏବଂ ବାମ ହାତକୁ ସିଧା କରିବାକୁ ହେବ। ଏହାପରେ ଆପଣ ଡ଼ାହାଣ ଗୋଡ଼କୁ ସିଧା ରଖି ବାମ ପାଦକୁ ଆଣ୍ଠୁ ଉପରେ ମାଡ଼ି ଦିଅନ୍ତୁ। ଏହାପରେ ଆପଣ ଲମ୍ବା ନିଶ୍ୱାସ ନିଅନ୍ତୁ,ଯେମିତିକି ଛୋଟ ଶିଶୁମାନେ ନେଇଥା’ନ୍ତି। ଏହା ସହ ଧୀରେ-ଧୀରେ ଆପଣ ଆପଣଙ୍କର ପ୍ରଶ୍ୱାସ ଛାଡ଼ି ଦିଅନ୍ତୁ।ଏହି ଉପାୟ ଅବଲମ୍ବନ କରିଲାପରେ ଆପଣଙ୍କୁ ନିଦ ଲାଗିବ।

ସମ୍ବନ୍ଧିତ ଖବର