ଭଲ ସ୍ୱାସ୍ଥ୍ୟ ଚାହୁଁଛନ୍ତି ତ , କରନ୍ତୁ ଏହି କାମ

ସମସ୍ତଙ୍କର ଇଚ୍ଛା ସେମାନେ ଖୁସିରେ ରହିବେ । ଆଉ ଏଥିପାଇଁ ସବୁଠୁ ଅଧିକ ଲୋଡା ଭଲ ସ୍ୱାସ୍ଥ୍ୟ । ତେବେ ଏକଥା ପ୍ରଥମେ ଜାଣିବା ଉଚିତ ଯେ ନିଜର ସ୍ୱାସ୍ଥ୍ୟ ନିଜ ହାତରେ । ସୁସ୍ୱାସ୍ଥ୍ୟ ସହିତ ନିଜକୁ ଫିଟ୍‌ ରଖିବା ପାଇଁ କେତେକ ସ୍ୱତନ୍ତ୍ର ଅଭ୍ୟାସ ପ୍ରତି ଧ୍ୟାନ ଦେବାକୁ ପଡିବ । ଏସବୁ ଦିଗ ପ୍ରତି ଉପଯୁକ୍ତ ଧ୍ୟାନ ଦିଆଗଲେ, ଆପଣ ନିଜକୁ ଫିଟ୍‌ ରଖିପାରିବେ ଓ ସୁଖମୟ ଜୀବନଶୈଳୀକୁ ଆପଣାଇ ପାରିବେ । ଏଥିମଧ୍ୟରୁ ପ୍ରଥମ କଥା ହେଲା ସୁନିଦ୍ରା  ।

photo-dailymail.co.uk

କେବେ ବି ସଂପୂର୍ଣ୍ଣ ନିଦ୍ରା ନେବାକୁ ଭୁଲନ୍ତୁ ନାହିଁ  , କାରଣ ଶରୀର ଉପରେ ନିଦ୍ରାର ଯଥେଷ୍ଟ ପ୍ରଭାବ ରହିଛି । ନିଦ ସଂପୂର୍ଣ୍ଣ ନ ହେଲେ ବା ଆବଶ୍ୟକତାଠୁଁ କମ୍‌ ଶୋଇଲେ ଏହାର ପ୍ରଭାବ ମେଟାବଲିଜିମ୍‌, ମୁଡ୍‌, ଏକାଗ୍ରତା ଓ ସ୍ମରଣ ଶକ୍ତି ଉପରେ ପଡ଼ିଥାଏ । ସଂପୂର୍ଣ୍ଣ ମାତ୍ରାରେ ନିଦ୍ରା ଗଲେ, ଆପଣଙ୍କ ଶରୀରରେ ନୂତନ ଶକ୍ତିର ସଞ୍ଚାର ହୋଇ ଥାଏ । ଏଣୁ ପ୍ରତ୍ୟହ ସୁନିଦ୍ରା ଯାଆନ୍ତୁ ।

ସମ୍ବନ୍ଧିତ ଖବର