ଭଲ ପୋଷାକ ନୁହେଁ, ବାସ୍ତବରେ ଉତ୍ତମ ବ୍ୟକ୍ତିତ୍ୱର ଚାବିକାଠି ଏହି ସବୁ

ଅନେକ ବ୍ୟକ୍ତିଙ୍କ ଧାରଣା ଭଲ ପୋଷାକ ପିନ୍ଧିବା ବା ବ୍ରାଣ୍ଡେଡ୍‌ ଜିନିଷ ବ୍ୟବହାର କରିବା ଉତ୍ତମ ବ୍ୟକ୍ତିତ୍ୱର ମାପକାଠି ହୋଇଥାଏ। ମାତ୍ର ଛୋଟ ଛୋଟ କଥାରେ ବି ଜଣେ ବ୍ୟକ୍ତିର ବ୍ୟକ୍ତିତ୍ୱକୁ ପରଖି ହେବ। କାହାର ବ୍ୟକ୍ତିତ୍ୱ ପୋଷାକ କିମ୍ବା ସଉଖିନ ଜିନିଷରେ ନୁହେଁ ବରଂ ଆଚରଣରେ ଥାଏ। ନିମ୍ନରେ ଉଲ୍ଲେଖ କରାଯାଇଥିବା ଦିଗ ପ୍ରତି ଧ୍ୟାନ ଦିଅନ୍ତୁ।

-ପାଦ ଘୋଷାରି ଘୋଷାରି ଚାଲିବା ଏକ ଖରାପ ଗୁଣ। ଆପଣଙ୍କର ଏହି ଗୁଣ ସାମ୍ନା ଲୋକକୁ ବିରକ୍ତ କରାଇପାରେ। ଏପରିକ କରିବା ଦ୍ୱାରା ବ୍ୟକ୍ତିତ୍ୱ କ୍ଷୁର୍ଣ୍ଣ ଘଟେ।
-ଆବଶ୍ୟକରୁ ବଡ଼ ପାଟିରେ କଥା ହୁଅନ୍ତୁ ନାହିଁ। ଏହା ଆପଣଙ୍କ ବ୍ୟକ୍ତିତ୍ୱ ହ୍ରାସ ଘଟାଇପାରେ।
-ତଳିପାଦରେ ଲାଗିଥିବା ଅସନା ପ୍ରତି ଧ୍ୟାନ ଦିଅନ୍ତୁ। ସବୁବେଳେ ପାଦ ସଫା ରଖବାକୁ ଚେଷ୍ଟା କରନ୍ତୁ।
-ନିଜ ଶୋଇବା ବିଛଣାକୁ ସବୁବେଳେ ସଜାଡ଼ି ରଖନ୍ତୁ। ଏହା ଅନ୍ୟର ଦୃଷ୍ଟି ଆକର୍ଷଣର ପ୍ରଥମ କାରଣ ହୋଇଥାଏ।
-ବାସନ ଓ ଜୋତା ଆଦି ସଜାଡ଼ି ରଖନ୍ତୁ। ଆପଣଙ୍କ ସାଜସଜା ପାଇଁ ଆପଣଙ୍କୁ ଲୋକ ପସନ୍ଦ କରିପାରନ୍ତି।

ସମ୍ବନ୍ଧିତ ଖବର