ଏହି ଦେଶରେ ପ୍ରେମୀଯୁଗଳଙ୍କୁ ଏକାଠି ସମୟ ବିତାଇବାକୁ ମିଳେ ଆରାମଦାୟକ କୋଠରୀ

ସାଧାରଣତଃ ଦେଖାଯାଏ, ଯେତେବେଳେ ଜଣେ ଯୁବକ ଓ ଯୁବତୀଙ୍କ ମଧ୍ୟରେ ପ୍ରେମ ସଂପର୍କ ସ୍ଥାପନ ହୋଇଥାଏ ସେତେବେଳେ ସେମାନେ ପରସ୍ପରକୁ ଦେଖା କରିବା ପାଇଁ ଅନେକ ଉପାୟ ଖୋଜିଥାନ୍ତି । ସଂପର୍କକୁ ସମାଜ ସ୍ୱୀକାର କରି ନ ଥିଲେ ମଧ୍ୟ ସେମାନେ ଏକାକୀ ସମୟ ବିତାଇବା ପାଇଁ ସ୍ଥାନ ଖୋଜିଥାନ୍ତି। ତେବେ ଆପଣ ଜାଣିଛନ୍ତି କି, ଏମିତି ଏକ ଦେଶ ଅଛି ଯେଉଁଠାରେ ପ୍ରେମ ଯଗଳଙ୍କୁ ପରସ୍ପରକୁ ଦେଖା କରିବା ପାଇଁ ଓ ଏକାଠି ସମୟ ବିତାଇବା ଲାଗି ସରକାର ଯୋଗାଇ ଦେଇଥାନ୍ତି ସ୍ୱତନ୍ତ୍ର କୋଠରୀ ।

rochakpost.com

ଆଜ୍ଞା ହଁ ! କ୍ୟୁବାରେ ପ୍ରେମୀ ଯୁଗଳଙ୍କୁ ଦେଖା କରିବା ପାଇଁ ସରକାର ଯୋଗାଇବେ ରୁମ। ପୂର୍ବରୁ କ୍ୟୁବାରେ ପ୍ରେମୀଯୁଗଳଙ୍କ ପାଇଁ ଏହିପରି କିଛି ସୁବିଧା ଥିଲା।

rochakpost.com

କିନ୍ତୁ ୧୯୯୦ ମସିହାରେ ଦେଶରେ ଆର୍ଥକ ସଂକଟ ହେବାରୁ ଏହାକୁ ବନ୍ଦ କରାଯାଇଥିଲା। ଏଥିପାଇଁ ଯୁବକ ଯୁବତୀଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିରବା ପାଇଁ ପଡ଼ିନଥାଏ । କ୍ୟୁବାରେ ଏହି ରୁମକୁ ‘ପୋରେସସ୍‌’ କୁହାଯାଇଥାଏ । ଏହି ରୁମଗୁଡ଼ିକରେ ଏସି , ଫ୍ରିଜ , ଆରାମଦାୟକ ଖଟ ସହ ଅନ୍ୟ ଆବଶ୍ୟକୀୟ ସୁବିଧା ମିଳୁଥିଲେ ମଧ୍ୟ ଏଥିପାଇଁ ବହୁତ କମ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ।

ସମ୍ବନ୍ଧିତ ଖବର