ଅଙ୍ଗୁର ଖାଇଲେ କମ ହୋଇଥାଏ ଫୁସ୍‌ଫୁସ୍‌ କର୍କଟ ରୋଗ ହେବାର ଆଶଙ୍କା!

ଅଙ୍ଗୁରରେ ଫୁସଫୁସ୍ କର୍କଟ ପ୍ରତିରୋଧୀ ଉପାଦାନ ଥିବା ୟୁନିଭର୍ସିଟି ଅଫ୍ ଜେନିଭାର ଦଳେ କର୍କଟ ଚିକିତ୍ସା-ବିଜ୍ଞାନୀଙ୍କ ନୂଆ ଗବେଷଣାରୁ ଜଣାପଡ଼ିଛି। ଏହି ଉପାଦାନର ନାଁ ‘ରେସଭାରାଟ୍ରଲ୍’। ଅଙ୍ଗୁର ଚୋପା ଓ ମଞ୍ଜିରେ ତାହା ଥାଏ ଏବଂ ଫୁସଫୁସ୍ କର୍କଟକୁ ପ୍ରତିହତ କରିବାକୁ ସମର୍ଥ। ଛବିଶ ସପ୍ତାହ ଧରି ମୂଷାମାନଙ୍କ ଠାରେ ଅଧ୍ୟୟନ ପରେ ସେମାନେ ଏ ବାବଦ‌ରେ ନିଶ୍ଚିତ ହୋଇଥିବା ପ୍ରକାଶ। ମୂଷାମାନଙ୍କୁ ଦୁଇଟି ଦଳରେ ବିଭକ୍ତ କରାଯାଇଥିଲା।

thefitglobal.com

ରେସଭାରାଟ୍ରଲ୍ ଦ୍ବାରା ଚିକିତ୍ସିତ ହେଉଥିବା ତେଷଠି ପ୍ରତିଶତ ମୂଷାଙ୍କ ଠା‌େର କର୍କଟର ପୁନଃନମୁନା ମିଳି ନ ଥିଲା। ଭବିଷ୍ୟତରେ ଫୁସଫୁସ୍ କର୍କଟ ଆକ୍ରାନ୍ତ ମଣିଷଙ୍କ ଠାରେ ଏହାର ବ୍ୟବହାର ପାଇଁ ଅଧିକ ଗବେଷଣା ଚାଲିଛି। ଉଲ୍ଲେଖଯୋଗ୍ୟ, ଫୁସଫୁସ୍ କର୍କଟ ବିଶ୍ବର ଅନ୍ୟତମ ପ୍ରାଣଘାତୀ ରୋଗ। ଧୂମ ପାନ ଏହି ରୋଗର ମୁଖ୍ୟ କାରଣ। ପ୍ରତିବର୍ଷ ସାରା ବିଶ୍ବରେ ଧୂମପାନ କାରଣରୁ ଅଶୀ ପ୍ରତିଶତ ବ୍ୟକ୍ତିଙ୍କ ମୃତ୍ୟୁ ଘଟୁଛି।

ସମ୍ବନ୍ଧିତ ଖବର