ଗ୍ରିନ୍‌ କଫି ପିଇଲେ ଏହି ସବୁ ଫାଇଦା ମିଳେ

ଯଦି ଆପଣ ଦୈନିକ ଏକ କପ୍‌ରୁ ଅଧିକ କଫି ପିଅନ୍ତି ଓ ଅଧିକ ମାତ୍ରାରେ କଫିନ୍‌ ସେବନ କରନ୍ତି, ତେବେ ଆପଣଙ୍କର ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଏବେ ଏଥିରୁ ମୁକ୍ତି ଦେବା ଲାଗି ଆସିଗଲାଣି ବଜାରକୁ ଗ୍ରିନ୍‌ କଫି। ଅଧିକ ମାତ୍ରାରେ ଗ୍ରିନ୍‌ କଫି ପିଇଲେ ଏହାର କୌଣସି କୁପ୍ରଭାବ ସ୍ୱାସ୍ଥ୍ୟ ଉପରେ ପଡ଼ି ନଥାଏ। ଏଥିରେ କଫିନ୍‌ର ମାତ୍ରା ନଥିବା ହେତୁ ଏଭଳି ଘଟିଥାଏ ବୋଲି କୁହାଯାଉଛି।
ଗ୍ରିନ୍‌ କଫି ପିଇଲେ ଆଉ କ’ଣ ସବୁ ଫାଇଦା ମିଳେ, ତାହା ଜାଣନ୍ତୁ..
-ଗ୍ରିନ୍‌ କଫି ପିଇଲେ ଶରୀରରେ ସକାରାତ୍ମକ ଶକ୍ତି ମିଳିଥାଏ।
-ଗ୍ରିନ୍‌ କଫିରେ ଭିଟାମିନ୍‌ ଓ ମିନେରାଲସ ପ୍ରଚୁର ମାତ୍ରାରେ ଥାଏ। ଏହା ଆମ ଶରୀରରେ ପୋଷକ ତତ୍ତ୍ୱର ସ୍ତରକୁ ସଠିକ୍‌ ରଖିବାରେ ସହାୟକ ହୋଇଥାଏ। ଏହା ଓଜନକୁ ନିୟନ୍ତ୍ରଣରେ ରଖେ। ଗ୍ରିନ୍‌ କଫି ସେବନ କରିଲେ ନିଜର ଓଜନ ବଢି ନଥାଏ।
-ଗ୍ରିନ୍‌ କଫିରେ ବିନ୍‌ସ ଆଣ୍ଟିି ଅକ୍ସିଡେଣ୍ଟସରେ ସମୃଦ୍ଧ। ଏଣୁ ଶରୀରରେ ଏହାର କୁପ୍ରଭାବ ପଡ଼ି ନଥାଏ।
-ଗ୍ରିନ୍‌ କଫି ଅଧିକ ପଇଲେ ବି ସୁଗାର୍‌ ମାତ୍ରା କମ୍‌ ରହିଥାଏ। ଏଣୁ ମଧୁମେହ ହେବାର ଆଶଙ୍କା ନ ଥାଏ।

photo-navbharattimes

-କଫି ରକ୍ତଚାପକୁ ନିୟନ୍ତ୍ରିତ କରିଥାଏ। ଉଚ୍ଚ ରକ୍ତଚାପ ହେଲେ ହୃଦଘାତ୍‌, କ୍ରୋନିକ୍‌ କିଡିନି ଫେଲୁଅର୍‌ ଭଳି ସମସ୍ୟା ଦେଖା ଦେଇଥାଏ। ଏଥିରୁ ଗ୍ରିନ୍‌ କଫି ରକ୍ଷା କରିଥାଏ। ଗ୍ରିନ୍‌ କଫି ପିଇଲେ କୋଲଷ୍ଟ୍ରୋଲ୍‌ ବଢି ନଥାଏ ଓ ରକ୍ତଚାପ ନିମନ୍ତ୍ରଣରେ ରହିଥାଏ।
-ଏହାକୁ ଦୈନିକ ପିଇଲେ ଆପଣ ସୁସ୍ଥ ଓ ଫୁର୍ତ୍ତୀ ରହିବେ।

ସମ୍ବନ୍ଧିତ ଖବର