ପିଜୁଳିରେ ଭିଟାମିନ୍ ଏ, ଭିଟାମିନ୍ ସି ଓ ଆଣ୍ଟିଅକ୍ସିଡେଣ୍ଟସ ଆଦି ଥିବା ହେତୁ ଏହା ସ୍ୱାସ୍ଥ୍ୟପ୍ରଦ ଫଳ ବିବେଚିତ ହୋଇଥାଏ। କେବଳ ପିଜୁଳି ନୁହେଁ ଏହାର ପତ୍ର ମଧ୍ୟ ଖୁବ୍ ଲାଭଦାୟକ। ଏହାର ଔଷଧୀୟ ଗୁଣ ବିଷୟରେ ଆପଣ ଜାଣିଲେ ବିସ୍ମିତ ହେବେ।
ପିଜୁଳି ପତ୍ରରେ ଆଣ୍ଟି ଅକ୍ସିଡେଣ୍ଟସ୍ ଓ ଆଣ୍ଟି ଇଂପ୍ଲୋମେଟ୍ରି ଯୌଗିକ ଭଳି ଲାଭଦାୟକ ପଦାର୍ଥ ବି ରହିଛି। ଏହା ବିଭିନ୍ନ ପ୍ରକାରର ତ୍ୱଚା ଜନିତ ରୋଗରୁ ସୁରକ୍ଷା ଦେବାରେ ସହାୟକ ହୋଇଥାଏ।
ଯଦି ଆପଣ ପାଣିରେ କିଛି ପିଜୁଳି ପତ୍ର ମିଶାଇ ତାକୁ ଫୁଟାଇ ସେହି ଜଳରେ ସ୍ନାନ କରିବେ, ତେବେ ଆପଣଙ୍କ ଦେହରେ ଥିବା କୀଟାଣୁ ଦୂର ହୋଇଯିବେ ଓ ସଂକ୍ରମଣର ଆଶଙ୍କା ମଧ୍ୟ ରହିବ ନାହିଁ। ଏହି ଜଳରେ ମୁଣ୍ଡର କେଶ ଧୋଇଲେ ମଧ୍ୟ ରୁପି ଓ ଉକୁଣି ହେବେ ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଯଦି ଆପଣଙ୍କ ମୁହଁରେ କୌଣସି ଦାଗ ରହିଛି, ତେବେ ସେଥିରୁ ମୁହଁକୁ ମୁକ୍ତ କରିବା ଲାଗି ଏହି ଉପାୟ କରିପାରନ୍ତି। କିଛି ପିଜୁଳି ପତ୍ର ନେଇ ସେଥିରେ ପାଣି ମିଶାଇ ଦିଅନ୍ତୁ। ସେହି ଚେଷ୍ଟାକୁ ଦାଗରେ ଲଗାଇ ୧୫ ରୁ ୨୦ ମିନିଟ୍ ଯାଏଁ ରଖନ୍ତୁ। ତା’ପରେ ଥଣ୍ଡା ଜଳରେ ମୁହଁକୁ ଧୋଇ ଦିଅନ୍ତୁ ଓ ସଫା ତଉଲିଆରେ ମୁହଁକୁ ପୋଛି ଦିଅନ୍ତୁ। ଦୁଇ ସପ୍ତାହ ଯାଏଁ ଦୁଇରୁ ତିନି ଥର ଏହି ପେଷ୍ଟ ଲଗାଇ ମୁହଁରୁ ଦାଗଟି ସଂପୂର୍ଣ୍ଣ ନିଶ୍ଚିହ୍ନ ହୋଇଯିବ।