କେଶର ଯତ୍ନ ନିଅନ୍ତୁ ଏପରି, ଆପଣଙ୍କ କେଶ ଲମ୍ବା ଓ ଘନ ହେବ

କୁହାଯାଏ ମଣିଷର ସୌନ୍ଦର୍ଯ୍ୟ କେଶରେ ଥାଏ। ଯାହାର କେଶ ଯେତେ ସୁନ୍ଦର ସେ ବ୍ୟକ୍ତି ସେତେ ଆକର୍ଷଣୀୟ। କେବଳ ଲମ୍ବା ନୁହେଁ ବରଂ ଗହବା କେଶ ମଧ୍ୟ ଗୁରୁତ୍ୱ ରଖିଥାଏ। ମାତ୍ର ଗହବା କେଶ ପାଇବା ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇନଥାଏ। ଆଜି କାଲି ପ୍ରଦୂଷଣ ହେତୁ କେଶ ଝଡ଼ିବା ସମସ୍ୟା ଏକ ସାଧାରଣ କଥା ପାଲଟି ଗଲାଣି। ତା’ ସତ୍ତ୍ୱେ ବି ଆମକୁ ନିଜ ସୌନ୍ଦର୍ଯ୍ୟ ଓ କେଶ ପ୍ରତି ଯତ୍ନବାନ୍‌ ହେବାକୁ ପଡ଼ିବ। ଚାଲନ୍ତୁ ଜାଣିବା କିଛି ଘରୋଇ ଉପାୟରେ କିପରି କେଶର ଯତ୍ନ ନେଇପାରିବା।

ବଜାରରେ ମିଳୁଥିବା ରସାୟନ ଯୁକ୍ତ ତୈଳ ବ୍ୟବହାର କରିବା ଅପେକ୍ଷା ଆପଣ ଘରେ ତିଆରି କରିଥିବା ତେଲ ବ୍ୟବହାର କଲେ କେଶ ପାଇଁ ଖୁବ୍‌ ଭଲ ହୋଇଥାଏ। ଘରେ ନିଜେ ନଡ଼ିଆ ତେଲ ମାରି ତାହାକୁ କେଶରେ ମାଲିସ୍‌ କରିବା ଦ୍ୱାରା କେଶ ଲମ୍ବା ଓ ଘନ ହୋଇଥାଏ।

ଅଧିକାଂଶ ଲୋକଙ୍କର ଧାରଣା ଯେ କେଶ ଝଡ଼ିଗଲେ ଆଉ ଉଠିନଥାଏ। ମାତ୍ର ତାହା ଭ୍ରାନ୍ତ ଧାରଣା। ଉପଯୁକ୍ତ ଯତ୍ନ ନେଲେ କେଶ ପୁଣି ସେହି ସ୍ଥାନରୁ ଉଠିଥାଏ। ଆପଣ ଆପଣଙ୍କ ତୈଳରେ ମେଥିକୁ ଗୁଣ୍ଡ କରି ମିଶାଇ ଦିଅନ୍ତୁ। ସେହି ମେଥି ଗୁଣ୍ଡ ତେଲ ଲଗାଇବା ଦ୍ୱାରା ନୂଆ କେଶ ଉଠିଥାଏ।

ଯଦି ଉକୁଣି ସମସ୍ୟା ଅଛି ତେବେ କର୍ପୁର ସବୁଠାରୁ ଭଲ। କିଛି କର୍ପୁରକୁ ଗୁଣ୍ଡ କରି ତେଲରେ ମିଶାଇ ଦିଅନ୍ତୁ। ତା’ପରେ ସେହି ତେଲକୁ ରୀତିମତ ଭାବେ ୨-୪ଥର ଲଗାଇଲେ ଉକୁଣୁ କୁଆଡ଼େ ସଫା ହୋଇଯିବେ।

ଶୋଇବା ପୂର୍ବରୁ ନିଜ ହାତରେ କେଶକୁ ସୁଲୁସୁଲୁ କରନ୍ତୁ। ଏହା ଏକ ପ୍ରକାରର ବ୍ୟାୟାମ। ଏପରି କରିବା ଦ୍ୱାରା କେଶ ଶୀଘ୍ର ବଢ଼ିଥାଏ।

ସମ୍ବନ୍ଧିତ ଖବର