କେଶରୁ ଜାଣନ୍ତୁ ଆପଣଙ୍କ ଶରୀର କେଉଁ ରୋଗରେ ପୀଡ଼ିତ

କେଶ ଚେହେରାର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହିତ ଶରୀର ସହିତ ଜଡ଼ିତ ଥିବା କଥାକୁ ବି ସୂଚାଇ ଥାଏ। କେଶରେ ହେଉଥିବା ପରିବର୍ତ୍ତନ ହେତୁ ଆପଣ ଜାଣି ପାରିବେ କି ଆପଣଙ୍କ ଶରୀର ଠିକ୍‌ ଅଛି କି ନାହିଁ। ଆଜି ଆମେ ଆପଣଙ୍କୁ କେଶରେ ହେଉଥିବା ପରିବର୍ତ୍ତନ ତଥା ତାହା ସହିତ ଜଡ଼ିତ ଥିବା ଶରୀର ସମ୍ବନ୍ଧୀୟ ଅସୁବିଧା ସମ୍ପର୍କରେ ଆସନ୍ତୁ ଜାଣିବା।

କେଶ ପତଳା ହେବା: କେଶ ଝଡ଼ିବା ସହିତ ପତଳା ହେବା ଅନେକ ସମସ୍ୟାର କାରଣ ହୋଇପାରେ ବୋଲି ବିଶେଷଜ୍ଞଙ୍କ ମତ। କେଶ ଚର୍ମରେ କୁଣ୍ଡାଇ ହେଲେ ଏଗଜିମା ଓ ସୋରାୟସିସ୍‌ ଭଳି ଚର୍ମ ରୋଗ ହେବାର ସଙ୍କେତ ଦେଇଥାଏ। ସେହିପରି ଶରୀରରେ ଆଇରନ୍‌ ଅଭାବ ହେତୁ ବି କେଶ ଝଡ଼ିବା ସମସ୍ୟା ଦେଖା ଦେଇଥାଏ।

ଚନ୍ଦାପଣ: ଆଜିକାଲି ଲୋକଙ୍କ କ୍ଷେତ୍ରରେ ଚନ୍ଦାପଣ ସମସ୍ୟା ଅଧିକ ମାତ୍ରାରେ ସାମ୍ନାକୁ ଆସୁଛି। ଚନ୍ଦାପଣ ସସମ୍ୟା ବଂଶଗତ ବି ହୋଇପାରେ, ଏତଦ୍‌ ବ୍ୟତୀତ ଏହା କୌଣସି ରୋଗର ସଙ୍କେତ ବି ହୋଇପାରେ ବୋଲି ଡାକ୍ତର କହନ୍ତି। ବିଜ୍ଞାନ ଅନୁଯାୟୀ ଅଟୋଡମ୍ୟୁନ୍‌ ରୋଗର କାରଣରୁ ଶରୀରର ଚର୍ମ ଶୁଷ୍କ ହୋଇଯିବା ସହିତ କେଶ ଝଡ଼ିବା ସମସ୍ୟା ଦେଖା ଦେଇଥାଏ।

ଅସମୟରେ କେଶ ଧଳା ହୋଇଯିବା: ମେଲେନିନର ସ୍ତର କମ୍‌ ହେବା ହେତୁ କେଶ ଧଳା ହୋଇଯାଏ। ବୟସ ବଢ଼ିବା ସହିତ କେଶ ଧଳା ହେବା ସାମାନ୍ୟ ଘଟଣା। ଯଦି ୩୫ବର୍ଷରୁ କମ୍‌ ବୟସର ଲୋକଙ୍କ କେଶ ଧଳା ହୁଏ ଏହାର ଅର୍ଥ ଶରୀରରେ ଭିଟାମିନ୍‌ ବି କମ୍‌ ରହିଛି। ଏଥିସହିତ ଆପଣଙ୍କୁ ଥାଇରଏଡର ବି ପରୀକ୍ଷା କରି ନେବା ଉଚିତ।

ଶୁଷ୍କ କେଶ: ଉଚିତ ଡାଏଟ୍‌ ନ ନେବା ହେତୁ କେଶ ଶୁଷ୍କ ହୋଇଯାଇଥାଏ। ତେଲଯୁକ୍ତ ଖାଦ୍ୟ ଅଧିକ ମାତ୍ରାରେ ଖାଇବା ଦ୍ୱାରା ଡିହାଇଡ୍ରେସନ୍‌ କାରଣରୁ କେଶ ଶୁଷ୍କ ହୋଇଥାଏ। ଜଙ୍କଫୁଡରେ ଅଧିକ ପୋଷାଣ ତ ହୋଇ ନଥାଏ କିନ୍ତୁ କ୍ୟାଲୋରି ଭରପୂର ମାତ୍ରାରେ ହୋଇଥାଏ। ଯାହା କେଶ ପାଇଁ ଭଲ ହୋଇ ନଥାଏ।

ସମ୍ବନ୍ଧିତ ଖବର