ପବନପୁତ୍ର ହନୁମାନଙ୍କ ପ୍ରିୟ ମଙ୍ଗଳବାରରେ କରନ୍ତୁ ନାହିଁ ଏହି ସବୁ କାମ; ପଡ଼ିପାରେ ମହାବିପତ୍ତି!

ପବନ ପୁତ୍ର ହନୁମାନ ହିଁ ସିଏ, ଯିଏ ଗ୍ରହମାନଙ୍କ ପ୍ରକୋପରୁ ମଣିଷଙ୍କୁ ରକ୍ଷା କରିଥାନ୍ତି। ବିଶେଷ କରି ଏହି କାରଣରୁ ହିଁ ତାଙ୍କୁ କଳିଯୁଗର ଭଗବାନ୍‌ ବୋଲି କୁହାଯାଏ। କାହିଁକି ନା, କଳିଯୁଗର ମଣିଷଙ୍କୁ ମଙ୍ଗଳ, ସନି, ରାହୁ, କେତୁ ଆଦି ଗ୍ରହ ବହୁ ସମସ୍ୟାରେ ପକାଇଥାନ୍ତି ବୋଲି ବର୍ଣ୍ଣିତ। ମଙ୍ଗଳବାର ହେଉଛି ପ୍ରଭୁ ହନୁମାନଙ୍କର ପ୍ରିୟ ବାର। ଏହି ଦିନ ହନୁମାନଙ୍କୁ ଆରାଧାନା କଲେ ସୁଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି। ଏହି ଦିନ ହନୁମାନଙ୍କୁ ପୂଜା କରି ମଙ୍ଗଳ ଦୋଷ କଟାଯାଇପାରେ। ଏମିତି ବହୁତ କିଛି ଅଛି ଯାହା ମଙ୍ଗଳବାର ଦିନ କରିବା ପାଇଁ ବାରଣ କରାଯାଇଛି। ଆମେ ଆଜି ଆପଣଙ୍କୁ ଏମିତି କିଛି କାର୍ଯ୍ୟଳ ସଂପର୍କରେ ବତାଇବୁ ଯାହାକୁ ମଙ୍ଗଳବାର ଦିନ କରିବା ଦ୍ୱାରା ସଙ୍କଟ ପଡ଼ିଥାଏ।

ଯେଉଁମାନେ ମଙ୍ଗଳବାର ଦିନ ହନୁମାନଙ୍କ ବ୍ରତ କରନ୍ତି ସେମାନଙ୍କୁ ଲୁଣ ସେବନ ନେଇ ବାରଣ ରହିଛି। ଲୁଣଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ବ୍ରତ ନଷ୍ଟ ହୋଇଥାଏ।

ଯେପରି ମଙ୍ଗଳବାର ଲୁଣ ଖାଇବା ନେଇ ବାରଣ ରହିଛି ସେପରି ମିଠା ଦାନ ନେଇ ବି ବାରଣ ରହିଛି। ମଙ୍ଗଳବାର କାହାକୁ ମିଠା ଦାନ କରନ୍ତୁ ନାହିଁ।

ଏହି ଦିନ ଆମୀଷ ଭକ୍ଷଣ କିମ୍ବା କୌଣସି ନିଶାଦ୍ରବ୍ୟ ଗ୍ରହଣ ପାଇଁ ସଂପୂର୍ଣ୍ଣ ବାରଣ ରହିଛି। ଏତିକି କଥା ମାନୁନଥିବା ବ୍ୟକ୍ତି ଅସୁବିଧାରେ ପଡ଼ିଥାନ୍ତି।

ମଙ୍ଗଳବାର ଦିନ ନଖ କିମ୍ବା କେଶ କାଟିବା ହନୁମାନଙ୍କର ଅପମାନ କରିବା ସହ ସମାନ ହୋଇଥାଏ। ଏହି ଦିନ ଏପରି କରନ୍ତୁ ନାହିଁ।

ମଙ୍ଗଳବାର ଦିନ ଛୁରୀ, ପନିକି ଆଦି କୌଣସି ପ୍ରକାରର ଧାରୁଆ ଜିନିଷ ଘରକୁ କିଣି ଆଣନ୍ତୁ ନାହିଁ। ଏହି ସବୁ ମଙ୍ଗଳବାର କିଣିଲେ ଅଶୁଭ ହୋଇଥାଏ।

ଏହି ଦିନ କୌଣସି ପୋଡ଼ା ପୋଡ଼ି ମଧ୍ୟ କରନ୍ତୁ ନାହିଁ।

ସମ୍ବନ୍ଧିତ ଖବର