ଏହି ୧୨ ଖାଦ୍ୟ ଖାଆନ୍ତୁ, ଅନେକ ସମସ୍ୟାରୁ ପାଇବେ ମୁକ୍ତି; ଜାଣନ୍ତୁ କେଉଁ ଖାଦ୍ୟରେ କ’ଣ ରହିଛି

କଦଳୀ: କଦଳୀରେ ଶକ୍ତିଶାଳୀ ଆଣ୍ଟି ଭାଇରାଲ୍‌ ପ୍ରପଟିଜ୍‌ ରହିଛି। ଏହା ଶରୀରକୁ ଉନ୍ନତ ମାନର ଶକ୍ତି ଯୋଗାଇଥାଏ।

ସେଓ: ସେଓ ଖାଇବା ଦ୍ୱାରା ଦୁଃଖ ଓ ବିଶାଦ ଦୂର ହୋଇଥାଏ। ବ୍ୟକ୍ତିର ମାନସିକ ଦୁଶ୍ଚିନ୍ତାକୁ ଦୂର କରେ।

କନ୍ଦମୂଳ: ଉତ୍ତମ ହଜମ ପ୍ରକିୟା ଚାହୁଁଥିଲେ କନ୍ଦମୂଳ ସର୍ବକୃଷ୍ଟ ହୋଇଥାଏ। ଏହାକୁ ଖାଇବା ଦ୍ୱାରା ପଟେ ସଫା ହୋଇଥାଏ।

କାକୁଡ଼ି: ଓଜନ ହ୍ରାସ କରିବା ପାଇଁ ଏହା ସବୁଠାରୁ ଭଲ ଫଳ। ଦୈନିକ କାକ୍‌ୁଡ଼ି ଖାଇବା ଦ୍ୱାରା ଆପଣ ଆପଣଙ୍କ ଓଜନକୁ ଆୟତ୍ତରେ ରଖିପାରିବେ।

ଚକୋଲେଟ: ବିଷେଶଜ୍ଞମାନେ କହନ୍ତି ପାଠ ପଢ଼ା ସମୟରେ ପିଲାଙ୍କୁ ଚକୋଲେଟ ଦେବା ଉଚିତ। ଏହା ସୃଜନଶିଳତା ବୃଦ୍ଧି କରିବା ସହ ସ୍ମରଣ ଶକ୍ତି ବଢ଼ାଇଥାଏ।

ସପୁରୀ: ସପୁରୀ ଖାଇବା ଦ୍ୱାରା ଷ୍ଟ୍ରୋକ୍‌ ଭୟ କମ ହୋଇଥାଏ। ଏହା ଶରୀରର ମୋଟାପଣ ବି ହ୍ରାସ କରିଥାଏ।

ବନ୍ଧାକୋବି: ବନ୍ଧାକୋବି ବି ଚର୍ବି କମାଇବା ପରି ଏକ ପରିବା। ଏହାକୁ ଖାଇବା ଦ୍ୱାରା ଶରୀରକୁ ଉପଯୁକ୍ତ ପରିମାଣର ଭିଟାମିନ୍‌ ମିଳିଥାଏ ମାତ୍ର ଫ୍ୟାଟ୍‌ ଜମିନଥାଏ।

ମଟର ଛୁଇଁ: ମଟର ଛୁଇଁ ଏକ ରକ୍ତ ଉତ୍ପାଦନକାରୀ ପରିବା। ଏହା ମଧ୍ୟ ଓଜନ ହ୍ରାସ କରିବାରେ ସହାୟ ହୋଇଥାଏ।

କମଳା: ସାଇନସ୍‌ ପାଇଁ ଏହା ଖୁବ ଭଲ। ଶ୍ୱାସ ରୋଗୀମାନେ ବି କମଳା ଖାଇ ରୋଗକୁ ଆୟତ୍ତରେ ରଖିପାରନ୍ତି।

ବିଟ୍‌: ଏହି ପରିବା ଖାଇବା ଦ୍ୱରା ଶରୀରରେ ପ୍ରବଳ ମାତ୍ରାରେ ରକ୍ତ ତିଆରି ହୋଇଥାଏ। ଗୋଟାଏ ଖଣ୍ଡ ବିଟ୍‌ରେ ୪୦ କ୍ୟାଲୋରି ରହିଛି।

ଧନିଆପତ୍ର: ଧନିଆ ପତ୍ରକୁ ଆପଣ ନିଜର ଓଜନ କମାଇବା ପାଇଁ ସାଲାଡରେ ପକାଇ ଖାଇପାରନ୍ତି।

ଅଣ୍ଡା: ଅଣ୍ଡା ଏକ ଏପରି ଖାଦ୍ୟ ଯାହାକୁ ଆପଣ ଦିନକର କୌଣସି ବି ସମୟରେ ଖାଇପାରନ୍ତି। ମାତ୍ର ମନେ ରଖନ୍ତୁ କେବଳ ସିଝା ଅଣ୍ଡା ହିଁ ଦେହ ପାଇଁ ଭଲ ହୋଇଥାଏ।

ସମ୍ବନ୍ଧିତ ଖବର