ମହୁ ପାଲଟିବ ଜହର ! ଭୁଲରେ ବି ଏ ସବୁ ସହ ଖାଆନ୍ତୁ ନାହିଁ ମହୁ

ନୂଆଦିଲ୍ଲୀ : ମହୁ ଖାଇବା କାହାକୁ ବା ନାପସନ୍ଦ ? ଘରେ ଘରେ ଏହା ରହିଥିବା ବେଳେ ଅନେକ ରୋଗର ପ୍ରତିଶୋଧକ ସାଜିଥାଏ ମହୁ । ମହୁ ଖାଇବା ଲାଗି ପାଟିକୁ ଯେତିକି ମିଠା, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଲାଭଦାୟକ ହୋଇଥାଏ। ତେବେ ଆପଣ ଜାଣିଛନ୍ତି କି ମହୁ କିଛି ଦ୍ରବ୍ୟ ସହ ସେବନ କରିବା ଦ୍ୱାରା ଜହର ପାଲଟିଥାଏ । ଆସନ୍ତୁ ଜାଣିବା କେଉଁ ଜିନିଷ ସହ ଭୁଲରେ ମଧ୍ୟ ମହୁ ସେବନ କରିବା ଉଚିତ ନୁହଁ ।
ଗରମପାଣି: ସାଧାରଣତଃ ଲୋକ ଓଜନ କମ୍‌ କରିବା ପାଇଁ ଗରମ ପାଣିରେ ମହୁ ମିଶାଇ ପିଇଥାନ୍ତି । ତେବେ ଆପଣ ଜାଣିଛନ୍ତି କି ଅଧିକ ଗରମ ପାଣିରେ ମହୁ ମିଶାଇ ପିଇବା ଦ୍ୱାରା ଶରୀରରେ ଗରମ ବଢ଼ିବା ସହ ପେଟ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇଥାଏ । ଏଣୁ ଅଧିକ ଗରମ କିମ୍ବା ଅଧିକ ଥଣ୍ଡା ପାଣି ସହ ଭୁଲରେ ମଧ୍ୟ ମହୁ ସେବନ କରନ୍ତୁ ନାହିଁ ।

TheHealthSite.com

ମୂଳା : କେବେ ମଧ୍ୟ ଭୁଲରେ ମହୁ ସହିତ ମୂଳା ସେବନ କରନ୍ତୁ ନାହିଁ । ଏହା ଦ୍ୱାରା ଶରୀରରେ ଟକ୍ସିନ୍‌ ବଢ଼ିବା ଆରମ୍ଭ ହୋଇଥାଏ, ଯାହା ଶରୀର ପାଇଁ ହାନିକାରକ ସାଜିଥାଏ । ମୂଳା ଖାଇବାର ଏକ ଘଣ୍ଟା ପୂର୍ବରୁ କିମ୍ବା ପରେ ମହୁ ଖାଇବା ଉଚିତ ।
ଚା କିମ୍ବା କଫି : ଚା କିମ୍ବା କଫି ପରେ କେବେ ମଧ୍ୟ ମହୁ ଖାଇବା ଉଚିତ ନୁହଁ । ଏହା ଦ୍ୱାରା ଶରୀରର ତାପମାତ୍ରାରେ ପରିବର୍ତ୍ତନ ଘଟିଥାଏ। ଫଳରେ ମାନସିକ ଚାପ ବୃଦ୍ଧି ପାଇବା ସହ ଅସୁସ୍ଥ ଅନୁଭୂତ ହୋଇଥାଏ ।
ସାଧାରଣତଃ ଗରମ ପ୍ରଦାର୍ଥ ସହ ମହୁ ସେବନ ଜହର ସହ ସମାନ । ଏହା ଦ୍ୱାରା ଫୁଡ୍‌ ପଏଜନିଂ ହେବା ସହ ପେଟ ସହ ଜଡ଼ିତ ଅନେକ ପ୍ରକାରର ସମସ୍ୟା ସୃଷ୍ଟି ହୋଇଥାଏ ।

ସମ୍ବନ୍ଧିତ ଖବର