ଖରା ଦିନେ ଏହି ୪ଟି ପାନୀୟ ପିଉଛନ୍ତ କି? ହୋଇ ଯାଆନ୍ତୁ ସାବଧାନ…

ଖରାଦିନ ଆସିବା ମାତ୍ରେ ଲୋକମାନେ ଲସି, ଜୁସ୍‌ ଇତ୍ୟାଦି ପିଇବା ଆରମ୍ଭ କରି ଦେଇଥାନ୍ତି । ଖରାଦିନେ ଶରୀରରୁ ଜଳୀୟାଂଶ କମି ଯାଉଥିବାରୁ ଅଧିକ ମାତ୍ରରେ ପାନୀୟଜଳ ପିଇବା ମଧ୍ୟ ଜରୁରୀ । କିନ୍ତୁ ଖରାଦନେ ଆପଣ ପିଉଥିବା ପାନୀୟଗୁଡ଼ିକ ଆପଣଙ୍କ ଶରୀର ପାଇଁ ଲାଭଦାୟକ କି ନୁହଁ, ତାହା ଆପଣ ଜାଣିଛନ୍ତି କି? କିଛି କିଛି ପାନୀୟରେ କେଫିନ୍‌ ଏବଂ ଚିନିର ଅଂଶ ଅଧିକ ରହିଥାଏ । ଯାହାକୁ ପିଇବା ଶରୀର ପାଇଁ ହାନିକାରକ ହୋଇଥାଏ । ଆଜି ଆମେ ଆପଣ ଖରାଦିନେ ପିଉଥିବା ସେଭଳି କିଛି ପାନୀୟ ବିଷୟରେ ଜଣାଇବୁ ଯାହାକୁ ପିଇଲେ ଆପଣଙ୍କ ଶରୀରକୁ ହାନି ପହଞ୍ଚିଥାଏ ।
୧. ବଜାରରେ ମିଳୁଥିବା ଲେମ୍‌ନେଡ଼୍‍ରେ ସୋଡ଼ା ଭଳି ମିଠା ଜିନିଷ ମିଶା ଯାଇଥାଏ । ଗୋଟେ ଗ୍ଲାସ ଲେମୋନେଡ଼୍‍ରେ ୧୦୦ କ୍ୟାଲୋରି ରହିଥାଏ । ଯାହା ଶରୀର ପାଇଁ ହାନିକାରକ ।
୨. ଖରାଦିନେ ବାହାରେ ବୁଲି ଲୋକମାନେ ଥକି ଯାଉଥିବାରୁ ଏନର୍ଜିି ଡ଼୍ରିଙ୍କ ପିଇଥାନ୍ତି । ଯାହା ଦ୍ୱାରା ଶରୀରକୁ ଇନ୍‌ଷ୍ଟାଣ୍ଟ ଏନର୍ଜି ମିଳିଥାଏ । କିଛି ଲୋକ ନ ଖାଇ ଏହାକୁ ପିଇ ଦିନ ସାରା ରହିଥାନ୍ତି । ଯାହା ଦ୍ୱାରା ନିଦ୍ରହିନତା ଭଳି ସମସ୍ୟା ଦେଖା ଯାଇଥାଏ ।

nari.punjabkesari.in

୩. ପାର୍ଟି ହେଉ ବା କୌଣସି ଖୁସିର ମୁହୁର୍ତ୍ତ ଲୋକମାନେ ନିଜର ଖୁସିକୁ ପାଳନ କରିବାକୁ ଯାଇ କକ୍‌ଟେଲ ପାର୍ଟି କରିଥାନ୍ତି । ବିଭିନ୍ନ ପ୍ରକାରର ଡ଼୍ରିଙ୍କକୁ ନେଇ ଏହାକୁ ପ୍ରସ୍ତୁତ କରାଯାଇଥାଏ । ଯାହାକୁ ଅଧିକ ମାତ୍ରରେ ପିଇବା ଦ୍ୱାରା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । ସେଥିପାଇଁ କକ୍‌ଟେଲ ତିଆରି କରିବାର ଥିଲେ ବିଭିନ୍ନ ପ୍ରକାର ଡ଼୍ରିଙ୍କକୁ ନ ମିଶାଇ ସାଧା ତିଆରି କରନ୍ତୁ ।
୪. କଫି ପିଇବା ଦ୍ୱାରା ଆପଣଙ୍କ ଶରୀରରେ ରକ୍ତର ଗତି ବଢ଼ି ଯାଇଥାଏ । ଯାହା ଦ୍ୱାରା ଆପଣ ଶକ୍ତିଶାଳୀ ଅନୁଭବ କରନ୍ତି । କିନ୍ତୁ ଏହାକୁ ଅଧିକ ମାତ୍ରରେ ପିଇବା ଦ୍ୱାରା ଶରୀରର ଓଜନ ବଢ଼ିବା ସହ ଡ଼ାଇବେଟିସ ସମସ୍ୟା ଦେଖା ଯାଇଥାଏ ।

nari.punjabkesari.in
ସମ୍ବନ୍ଧିତ ଖବର