ସପୁରୀ ଖାଇବା ଦ୍ୱାରା ଶରୀରକୁ ମିଳିଥାଏ ଏହି ସବୁ ଫାଇଦା
ଖଟା ମିଠା ସ୍ୱାଦ ବିଶିଷ୍ଟ ସପୁରୀ ପ୍ରାୟ ସବୁ ଋତୁରେ ମିଳିଥାଏ । ଲୋକେ ଏହାର ସ୍ୱାଦର ମଜା ଖୁବ୍ ସହଜରେ ନେଇ ପାରିଥାନ୍ତି । ତେବେ ଏହା ପାଟିକୁ ସ୍ୱାଦିଷ୍ଟ ଲାଗିବା ସହ ଶରୀରର ଅନେକ ସମସ୍ୟା ଦୂର କରିଥାଏ । ଏଥିରେ ଥିବା ଥାୟାମିନ୍, ଭିଟାମିନ୍ସ, କ୍ୟାଲସିୟମ, ପୋଟାସିୟମ, ଫାଇବର ଆଣ୍ଟି-ଅକ୍ସିଡାଣ୍ଟ, ଫସଫରସ ଭଳି ଗୁଣ ଭରି ରହିଥିବା ବେଳେ ଶରୀରର ଅନେକ ବଡ଼ ବଡ଼ ସମସ୍ୟାକୁ ଦୂର କରି ଦେଇଥାଏ ।
୧. ଖରାଦିନେ ଶରୀରରୁ ଜଳୀୟଅଂଶ କମିବା ଭଳି ସମସ୍ୟା ଦେଖିବାକୁ ମିଳିଥାଏ । ଏ ସମୟରେ ଆପଣ ସପୁରୀ ଖାଇ ବା ତାହାର ଜୁସ୍ ପିଇ ଏହି ସମସ୍ୟାକୁ ଦୂର କରି ପାରିବେ ।
Sambad is now on WhatsApp
Join and get latest news updates delivered to you via WhatsApp
୨. ଭିଟାମିନ୍ ଏ, ଭିଟାମିନ ସି ଏବଂ କେରୋଟିନ୍ରେ ଭରପୂର ହୋଇଥିବା ହେତୁ ଏହାର ସେବନ ଆଖିକୁ ସୁସ୍ଥ ଏବଂ ଦୃଷ୍ଟିଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ । ପ୍ରତିଦିନ ଏହାର ସେବନ କରିବା ଦ୍ୱାରା ମୋତିଆବିନ୍ଦୁ ଭଳି ସମସ୍ୟା ମଧ୍ୟ ଦୂର ହୋଇଥାଏ ।
୩. ଯଦି ଆପଣ ଲଗାତାର ବଢ଼ୁଥିବା ଓଜନର ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି, ତେବେ ଏହାକୁ ନିଜ ଡାଏଟ୍ରେ ସାମିଲ କରନ୍ତୁ । ଫାଇବରର ମାତ୍ରା ଅଧିକ ଥିବାରୁ ଏହା ଭୋକ ହେବାରୁ ରୋକିଥାଏ ।
୪. ଏଥିରେ ଆଣ୍ଟି-ଅକ୍ସିଡାଣ୍ଟର ପରିମାଣ ଅଧିକ ଥିବାରୁ ଏହା କୋଲେଷ୍ଟ୍ରଲ ସ୍ତରକୁ ସନ୍ତୁଳିତ ରଖିବାରେ ସାହାଯ୍ୟ କରିଥାଏ । ଯାହାଦ୍ୱାରା ହୃଦ୍ଜନିତ ସମସ୍ୟା ହେବାର ଆଶଙ୍କା କମ ହୋଇଥାଏ ।