ପିଅନ୍ତୁ ଲାଉର ଜୁସ୍‌, ଜିମ୍‌ ନ ଯାଇ କରନ୍ତୁ ନିଜର ଓଜନ କମ୍‌

ଲାଉର ନାଁ ଶୁଣିଲେ କିଛି ଲୋକ ନାକ ଉପରକୁ କରିବା ସହ ଖାଇବାକୁ ଇଚ୍ଛା କରନ୍ତି ନାହିଁ । କିଛି ଲୋକ ଏଥିରୁ ମିଳୁଥିବା ଫାଇଦା ଜାଣି ନଥିବାରୁ ଏହାକୁ ଖାଇବା ବିଷୟରେ ଭାବନ୍ତି ନାହିଁ । ହେଲେ, ଏଥିରେ ଥିବା ପୋଷକ ତତ୍ତ୍ୱ ଏବଂ ଫାଇବର ଶରୀରକୁ ସୁସ୍ଥ ରଖିଥାଏ । ଅଧିକ ଓଜନ ବିଶିଷ୍ଟ ହୋଇଥିବା ଲୋକମାନେ ଏହାର ଜୁସ୍‌ ତିଆରି କରି ପିଇବା ଦ୍ୱାରା ଶରୀରର ଓଜନ କମ ହୋଇଥାଏ । ଆଜି ଆମେ ଲାଉ ଜୁସ୍‌ରୁ ଶରୀରକୁ ମିଳୁଥିବା ଫାଇଦା ବିଷୟରେ ଜଣାଇବାକୁ ଯାଉଛୁ…

୧. ଲାଉ ଖାଇବା ଦ୍ୱାରା ପାଚକ ତନ୍ତ୍ର ମଜବୁତ୍‌ ହୋଇଥାଏ । ଯେଉଁ ଲୋକମାନଙ୍କର ଗ୍ୟାସ୍‌ ବା କୋଷ୍ଠକାଠିନ୍ୟ ସମସ୍ୟା ରହିଛି ସେମାନଙ୍କ ପାଇଁ ଲାଉ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ସପ୍ତାହକୁ ୩ଥର ଲାଉର ଜୁସ୍‌ ପିଇବା ଦ୍ୱାରା ପେଟ ଜନିତ ସମସ୍ୟା ଦୂର ହୋଇଥାଏ ।
୨. ଯଦି ଆପଣ ଆପଣଙ୍କ ଓଜନ କମ କରିବାକୁ ଚାହୁଁଛନ୍ତି । ତେବେ ପ୍ରତିଦିନ ସକାଳୁ ଖାଲି ପେଟରେ ଲାଉର ଜୁସ୍‌ ପିଅନ୍ତୁ ।

nari.punjabkesari.in

୩. ଉଚ୍ଚ ରକ୍ତଚାପ ଥିବା ଲୋକମାନେ ଏହାକୁ ସେବନ କରି ପାରିବେ । ଏଥିରେ ଥିବା ପୋଟାସିୟମ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ ।
୪. ମସଲା ଜାତୀୟ ଖାଦ୍ୟ ଏବଂ ଅତ୍ୟଧିକ ମଦ ପିଇବା ଦ୍ୱାରା ଲିଭରରେ କୁପ୍ରଭାବ ପଡ଼ିଥାଏ । ଏହାକୁ ଦୂର କରିବା ପାଇଁ ଲାଉ ଏବଂ ଅଦାର ଜୁସ୍‌ ତିଆରି କରି ପିଅନ୍ତୁ ।

ସମ୍ବନ୍ଧିତ ଖବର