ମଧୁମେହ ସହ ଏହି ସବୁ ରୋଗକୁ ଦୂରରେ ରଖେ ଆମ୍ବର ପତ୍ର

ଖରାଦିନ ଆସିବା ମାତ୍ରେ ଲୋକମାନେ ଆମ୍ବ ଖାଇବା ପାଇଁ ଅପେକ୍ଷା କରି ରହିଥାନ୍ତି । ଖାସ କରି ପାଚିଲା ଆମ୍ବ ଖାଇବା ପାଇଁ ଲୋକମାନେ ଅଧିକ ପସନ୍ଦ କରିଥାନ୍ତି । ତେବେ ଆମ୍ବର ଫାଇଦା ବିଷୟରେ ଆମେ ଆପଣଙ୍କୁ ପୂର୍ବରୁ ଜଣାଇ ସାରିଛୁ । ଆଜି ଆମେ ଆମ୍ବର ପତ୍ରରୁ ଶରୀରକୁ ମିଳୁଥିବା ଫାଇଦା ବିଷୟରେ ଜଣାଇବୁ ।

୧. ଆମ୍ବରେ ମ୍ୟାଙ୍ଗୋ ଫେରିନ ନାମକ ତତ୍ତ୍ୱ ରହିଥାଏ । ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ ।

୨. ଯଦି ଆପଣ ମଧୁମେହ ରୋଗର ଶିକାର ହୋଇଛନ୍ତି, ତେବେ ଆମ୍ବର ପତ୍ର ସାହାଯ୍ୟରେ ଏହାକୁ ଆପଣ ନିୟନ୍ତ୍ରଣରେ ରଖି ପାରିବେ । ଗୋଟେ ଚାମଚ ଆମ୍ବର ପତ୍ରର ଚୂର୍ଣ୍ଣକୁ ପାଣି ସହ ପିଅନ୍ତୁ । ଏଭଳି କରିବା ଦ୍ୱାରା ଆପଣଙ୍କ ଶରୀରରେ ଶର୍କରା ସ୍ଥର ନିୟନ୍ତ୍ରଣ ହୋଇ ରହିବ ।

nari.punjabkesari.in

୩. ଖରାଦିନେ କୋଷ୍ଠକାଠିନ୍ୟ ଏବଂ ପେଟ ସମ୍ବନ୍ଧିତ ସମସ୍ୟା ଦେଖା ଯାଇଥାଏ । ଏଥିରୁ ମୁକ୍ତି ପାଇବା ପାଇଁ ଆମ୍ବ ପତ୍ରକୁ ଗୋଟେ ଗ୍ଲାସ ପାଣିରେ ଫୁଟାଇ ରାତି ସାରା ରଖି ଦିଅନ୍ତୁ । ସକାଳ ସମୟରେ ଏହାକୁ ଛାଣି ଖାଲି ପେଟରେ ପିଅନ୍ତୁ । ଏଭଳି କରିବା ଦ୍ୱାରା ପେଟର ଅନେକ ସମସ୍ୟା ଦୂର ହେବ ।

୪. ଆମ୍ବର ପତ୍ରରେ ଥିବା ହାଇପୋଗ୍ଲାସେମିକ୍‌ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ । ଯାହାଦ୍ୱାରା ହୃଦ୍‌ଜନିତ ସମସ୍ୟା ହେବାର ଆଶଙ୍କା କମ ହୋଇ ଯାଇଥାଏ । ଏଭଳି ପରିସ୍ଥିତିରେ ଆମ୍ବ ପତ୍ର ଦ୍ୱାରା ତିଆରି ଚା’ର ସେବନ କରନ୍ତୁ ।

nari.punjabkesari.in
ସମ୍ବନ୍ଧିତ ଖବର