ଅସୁସ୍ଥତା କେବଳ ଖାଦ୍ୟପେୟ ଅନିୟମିତତାର କାରଣ ନୁହେଁ; ଆପଣଙ୍କ ଭିତରେ ଏହି ସବୁ ଭାବନା ଆସୁଛି କି? ତେବେ ଆପଣ ଅସୁସ୍ଥ

ଆଜିକାଲି ପରିବେଶ ପ୍ରଦୂଷଣ, ସାରଯୁକ୍ତ ଫଳ ଓ ପନିପରିବା ଆଦି ଖାଇବା ହେତୁ ବିଭିନ୍ନ ପ୍ରକାରର ରୋଗ ହେଉଛି ଏଥିରେ ସନ୍ଦେହ ନାହିଁ। ଅସୁସ୍ଥ ଜୀବନ ବିତାଇବା ଏବେ ପିଢ଼ିର ଲୋକଙ୍କ ପାଇଁ ଏକ ରକମର ଅଭ୍ୟାସ ପାଲଟିଗଲାଣି। ଉଚିତ ପରିମାଣର ଖାଦ୍ୟ, ପାନୀୟ ଓ ନିଦ୍ରା ନହେଲେ ରୋଗ ହୋଇଥାଏ ବୋଲି ଆମେ ସମସ୍ତେ ଜାଣନ୍ତି। ମାତ୍ର ରୋଗର ଆହୁରି ଅନେକ କାରଣ ରହିଛି ଯାହା କେବେ ଆଲୋଚନା ପରିସରକୁ ଆସେନାହିଁ। ସେ ସଂପର୍କରେ ଆଜି ଆମେ ଆପଣଙ୍କୁ ଜଣାଇବୁ।

ଡାକ୍ତରୀ ଭାଷାରେ ମୁଖ୍ୟତଃ ୩ ପ୍ରକାରର ମାନସିକ ରୋଗ ରହିଛି। ସେହି ମାନସିକ ରୋଗ ବିଭିନ୍ନ ଅନ୍ୟ ରୋଗର କାରଣ ହୋଇଥାଏ। ମନେରଖନ୍ତୁ, ମାନସିକ ରୋଗ କହିଲେ କେବଳ ମସ୍ତିଷ୍କ ବିକୃତି ନୁହେଁ। ଡାକ୍ତରୀ ଭାଷାରେ ସେଗୁଡ଼ିକ ହେଉଛି ‘ଫିୟର୍‌ନେସ୍‌’, ‘ଆଙ୍ଗ୍‌ଜାଇଟି’ ଓ ‘ଡିପ୍ରେସନ୍‌’।

ଫିୟର୍‌ନେସ୍‌: ଅନେକ ସମୟରେ ଅଯଥାରେ ଗୁଡ଼ାଏ ଭାବନା ମନକୁ ଆସେ। ଯେପରିକି ଯଦି ମୁଁ ବାଟରେ ଯାଉଥିବା ବେଳେ ମୋ ଉପରେ ଗାଡ଼ି ଚଢ଼ିଗଲା, ଯଦି ମୁଁ ଶୋଇଥିବା ଅବସ୍ଥାରେ ମୋ ଉପରେ ଫ୍ୟାନ୍‌ ଖସିପଡ଼ିବ ବା ଯଦି ମୁଁ ବାଥ୍‌ରୁମ୍‌ରେ ଥିବି ଆଉ କବାଟ ଫିଟିବ ନାହିଁ। ଏହିପରି ଚିନ୍ତାଧାରା ବାରମ୍ବାର ଆପଣଙ୍କ ଭାବନାକୁ ଆସୁଥିଲେ ଆପଣ ଫିୟର୍‌ନେସ୍‌ ଅର୍ଥାତ ଭୟାକୁଳ ରୋଗର ଶିକାର। ଏହାର ଉପଚାର ହେଉଛି ପ୍ରଚୁର ପରିମାଣରେ ପ୍ରେରଣାଦାୟକ ପୁସ୍ତକ ପଢନ୍ତୁ, ଉତ୍ସାହିତ ହେବା ପରି ଭିଡିଓ ଓ ଗୀତ ଦେଖନ୍ତୁ, ସକାରାତ୍ମକ ଚିନ୍ତାଧାରାର ଲୋକଙ୍କ ସହ ବନ୍ଧୁତ୍ୱ କରନ୍ତୁ।

ଆଙ୍ଗ୍‌ଜାଇଟି: ଅନେକ ସମୟରେ ଏମିତି ଲାଗେ ଆମ ଦ୍ୱାରା ସବୁ କିଛି ସମ୍ଭବ। ସବୁ କାମ ପ୍ରତି ଆଗ୍ରହ ପ୍ରକାଶ କରିବା। ସବୁ କାମରେ ସଫଳତା ମିଳୁ ବୋଲି ଆଶା ପ୍ରକଟ କରିବା। ସଫଳତା ମିଳିଲେ କେଉଁ ଭଳି ସୁଖ ମିଳେ ତାହାକୁ କଳ୍ପନା କରି ରାତି ରାତି ଅନିଦ୍ରା ରହିବା। ଭବିଷ୍ୟତକୁ ନିଜ ଢଙ୍ଗରେ ରଂଗନ କରି ସଜାଇବାର କଳ୍ପନା କରିବା । ବାସ୍ତବକୁ ଭୁଲି ସବୁବେଳେ କଳ୍ପନା ପଛରେ ଗୋଡ଼ାଉଥିବା ବ୍ୟକ୍ତି ଆଙ୍ଗ୍‌ଜାଇଟି, ଅର୍ଥାତ ଉତ୍କଣ୍ଠା ରୋଗର ଶିକାର। ତାହାକୁ ଆପଣ ଏକପ୍ରକାରର ମନ୍ଦ ଚିନ୍ତା ବୋଲି ଭାବି ପାରନନ୍ତି। ଏହାର ଉପଚାର ହେଉଛି କଳ୍ପନା ଆଶା ଉପରେ ନିୟନ୍ତ୍ରଣ ରଖିବା। ଉଚ୍ଚ ଆଶା ଏକ ଉତ୍ତମ ଗୁଣ ଅନ୍ତର୍ଭୂକ୍ତ। ମାତ୍ର ବେଳେ ବେଳେ ତାହା ଦୁଃଖର କାରଣ ହୋଇଥାଏ। ନିଜ କ୍ଷମତା ବାହାରର ଆଶା ନକରି କ୍ଷମତା ଭିତର କାର୍ଯ୍ୟକୁ ଠିକ୍‌ ଭାବେ ସମ୍ପାଦନା କଲେ ଯେଉଁ ସୁଖ ପ୍ରାପ୍ତି ହୁଏ ତାହା ଏହି ରୋଗକୁ ନିପାତ କରିପାରେ।

ଡିପ୍ରେସନ: ଡିପ୍ରେସନ୍‌ ଅର୍ଥାତ ବିଷାଦଗ୍ରସ୍ତର ଅର୍ଥତ ଆପଣ ବୁଝିପାରୁଥିବେ ନିଶ୍ଚୟ। ଏହା ଆଜିକାଲି ଅଧିକାଂଶ ଲୋକଙ୍କ ଭିତରେ ଦେଖିବାକୁ ମିଳୁଛି। ସବୁ କଥାର ଏକ ନକରାତ୍ମକ ପାର୍ଶ୍ୱ କାଢ଼ିବା ଏହି ରୋଗର ଲକ୍ଷଣ । ଏହି ଧରଣର ରୋଗୀ ନିଜେ ଦୁଃଖୀ ରହନ୍ତି ଓ ଅନ୍ୟକୁ ବି ଦୁଃଖୀ କରାଇଥାନ୍ତି। କୌଣସି ଧରଣର ଖୁସିରେ ସେମାନେ ଖୁସି ଖୋଜି ପାଆନ୍ତି ନାହିଁ। ଏମାନଙ୍କୁ ସଂସାରରେ କେହି ଭଲ ଲୋକ ଦିଶନ୍ତି ନାହିଁ। ସମସ୍ତେ ସ୍ୱାର୍ଥୀ ଓ ସୁବିଧାବାଦୀ ଲାଗନ୍ତି ଓ ଏହାହିଁ ସେମାନଙ୍କର ବିଷାଦ ରହିବାର କାରଣ ହୋଇଥାଏ। ଏହାର ଉପଚାର ହେଉଛି ଉତ୍ତମ ପୁସ୍ତକ ଓ ସଂଗୀତ ସହ ନିଜକୁ ଯୋଡ଼ିବା। ପରିବାର ଲୋକଙ୍କ ସହ ଘନିଷ୍ଠତା ବଢ଼ାଇବା। ଭଲ ଲାଗୁଥିବା ଲୋକ ସହ ବେଶି ସମୟ ଅତିବାହିତ କରିବା। ସବୁଠାରୁ ବଡ଼ କଥା ହେଲା, ନକରାତ୍ମକ ଦିଶୁଥିଲେ ବି ପ୍ରତ୍ୟେକ କଥାରେ ସକାରାତ୍ମକ ପକ୍ଷଟିକୁ ନିଜେ ଖୋଜିବାକୁ ଚେଷ୍ଟା କରିବା।

ସମ୍ବନ୍ଧିତ ଖବର