ଆସନ୍ତୁ ଜାଣିବା, କାହିଁକି ହୁଏ ଫୁଡ୍‌ ପଏଜନିଂ ଏବଂ କ’ଣ ରହିଛି ଏହାର ଘରୋଇ ଉପଚାର

ନୂଆଦିଲ୍ଲୀ: ସଂପ୍ରତି ଲୋକମାନଙ୍କର ଖାଦ୍ୟପେୟଠିକ ରହୁ ନଥିବା ଯୋଗୁଁ ଶରୀରରେ ଅନେକ ପ୍ରକାରର ରୋଗ ଦେଖାଯାଉଛି। ଏଥି ମଧ୍ୟରୁ ସାଧାରଣତଃ ଫୁଡ୍‌ ପଏଜନିଂ, ଅଧିକ ମାତ୍ରରେ ସମସ୍ତଙ୍କ ନିକଟରେ ଦେଖିବାକୁ ମିଳିଥାଏ । ଏହାଘାତକ ରୋଗ ହୋଇ ନଥିଲେ ସୁଦ୍ଧା ବେଳେବେଳେ ଏହା ପ୍ରାଣଘାତକ ସାଜିଥାଏ । ଆସନ୍ତୁ ଜାଣିବା, କ’ଣ ରହିଛି ଫୁଡ୍‌ ପଏଜନିଂର କାରଣ? ଏବଂ କିପରି କରାଯିବା ଏହାର ଘରୋଇ ଉପଚାର…

Mobsea

ଫୁଡ୍‌ ପଏଜନିଂକୁ ଫୁଡ୍‌ ବର୍ଣ୍ଣ ଇଲ୍‌ନେସ ବୋଲି ମଧ୍ୟ କୁହାଯାଇଥାଏ । ଖାଦ୍ୟପେୟରେ ତାଳମେଳ ନରହିଲେ, ପାଚନ କ୍ରିୟାରେ ସମସ୍ୟା ସୃଷ୍ଟି ହୋଇଥାଏ; ଏବଂ ଯାହା ଫଳରେ ପେଟରେ ଯନ୍ତ୍ରଣା ଅନୁଭୂତ ହୋଇଥାଏ, ଯାହାକୁ ଫୁଡ୍‌ ପଏଜନିଂ କୁହା ଯାଇଥାଏ । କ୍ଷୀର ସହ ଖଟା ଜାତୀୟ ପଦାର୍ଥ , ମହୁ ସହ ଘିଅ , ସମୁଦ୍ର ଜାତୀୟ ଖାଦ୍ୟ ସହ କ୍ଷୀର , କଦଳୀ ଖାଇବା ପରେ ଦହି , ତରଭୁଜ ସହିତ ପୋଦିନା, ଚା’ ସହିତ ଦହି କିମ୍ବା କାକୁଡ଼ି ଆଦି ସେବନ କରିବା ଦ୍ୱାରା ଫୁଡ୍‌ ପଏଜନିଂ ସମସ୍ୟା ଉପୁଜିଥାଏ। ଖାଦ୍ୟମାନଙ୍କ ମଧ୍ୟରେ ଉତ୍ତମ ତାଳମେଳ ନ ରହିଲେ ଏହି ପ୍ରକାରର ସମସ୍ୟା ଦେଖାଯାଇଥାଏ ।

punjabkesari

ଫୁଡ୍‌ ପଏଜନିଂରୁ ରକ୍ଷା ପାଇବାର ଘରୋଇ ଉପଚାର:
ଫୁଡ୍‌ ପଏଜନିଂରୁ ରକ୍ଷା ପାଇବାର ସବୁଠାରୁ ସହଜ ଉପାୟ ହେଉଛି ଖାଦ୍ୟପେୟର ମଧ୍ୟରେ ସଠିକ ସାମଞ୍ଜସ୍ୟ ରଖିବା । ଏହା ସହଫୁଡ୍‌ ପଏଜନିଂ ପାଇଁ ସେଓ ରସ ବହୁ ଲାଭ ଦାୟକ ହୋଇଥାଏ । ଅଳ୍ପ ଉଷୁମ ପାଣିରେ ସେଓ ରସକୁ ମିଶାଇ ଦିନକୁ ଦୁଇ ଥର ସେବନ କରନ୍ତୁ ଦେଖିବେ ସ୍ୱାସ୍ଥ୍ୟ ଭଲ ରହିବା ସହ ପାଚନ ପ୍ରକ୍ରିୟା ସଠିକ୍‌ ଭାବେ ହେବ । ଏଥିରେ ରହିଥିବା ଆଣ୍ଟିବ୍ୟାକ୍ଟରିଆଲ ଗୁଣ ଶରୀର ପାଇଁ ବହୁ ଲାଭଦାୟକ ହୋଇଥାଏ ।
ରସୁଣରେ ଆଣ୍ଟିବ୍ୟାକ୍ଟରିଆଲ ଏବଂ ଆଣ୍ଟିଫଙ୍ଗସ ଗୁଣ ରହିଥାଏ । ଏହା ପ୍ରାକୃତିକ ଉପାୟରେ ସଂକ୍ରମଣକୁ ଶରୀରରୁ ଦୂରାଇ ରଖିଥାଏ । ଏହା ଦ୍ୱାରା ପାଚନ ପକ୍ରିୟା ମଧ୍ୟ ସକ୍ରିୟ ହୋଇଥାଏ ।
କଦଳୀ ଏବଂ ତୁଳସୀ ମଧ୍ୟ ଫୁଡ୍‌ ପଏଜନିଂ ପାଇଁ ବହୁ ଲାଭଦାୟକ ହୋଇଥାଏ । ଏହାକୁ ଦୈନିକ ସେବନ କରିବା ଦ୍ୱାରା ପାଚନ ପ୍ରକ୍ରିୟା ଠିକ ହେବା ସହ ଶରୀରର ଅନେକ ପ୍ରକାରର ସମସ୍ୟା ଦୂର ହୋଇଥାଏ ।

ସମ୍ବନ୍ଧିତ ଖବର