ଏହି ୪ଟି ଭଲ ଅଭ୍ୟାସକୁ ଆପଣାଇ ହୃଦ୍‌ଘାତକୁ ଦୂରରେ ରଖନ୍ତୁ

ଆଜିକାଲିର ବ୍ୟସ୍ତ ଜୀବନଶୈଳୀ ପାଇଁ ଲୋକମାନେ ବିଭିନ୍ନ ରୋଗର ଶିକାର ହେଉଛନ୍ତି । ଠିକ୍‌ ସମୟରେ ଠିକ୍‌ ଖାଦ୍ୟ ନ ଖାଇବାରୁ ହୃଦ୍‌ଘାତ ଭଳି ସମସ୍ୟା ବି ଦେଖାଯାଉଛି । ଏହି ସମସ୍ୟାରୁ ବଞ୍ଚିବା ପାଇଁ ହେଲେ ଆପଣଙ୍କୁ ଖରାପ ଅଭ୍ୟାସକୁ ଦୂର କରି ଭଲ ଅଭ୍ୟାସ ଆପଣାଇବାକୁ ପଡ଼ିବ । ଆସନ୍ତୁ ଜାଣିବା ସେ ବିଷୟରେ…

୧.ଶରୀରରେ କୋଲେଷ୍ଟ୍ରଲର ମାତ୍ରା ବଢ଼ିବାରୁ ହୃଦ୍‌ଜନିତ ସମସ୍ୟା ଦେଖା ଯାଇଥାଏ । କୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖିବା ପାଇଁ କେବଳ ଓଷଧ ନୁହେଁ ବରଂ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ନିହାତି ଜରୁରୀ ।
୨.ହୃଦ୍‌ଘାତ୍‌ ହେବାର ଏକ ମୁଖ୍ୟ କାରଣ ହେଉଛି ଧୂମପାନ । ଯେଉଁମାନେ ଗୋଟେ ଥର ହୃଦ୍‌ଘାତର ଶିକାର ହୋଇ ସାରିଛନ୍ତି । ସେମାନଙ୍କୁ ଧୂମପାନ ଆଦୌ କରିବା ଉଚିତ୍‌ ନୂହେଁ । ଗବେଷଣାରୁ ଜଣା ପଡ଼ିଛି କି ଯେଉଁମାନେ ଥରେ ହୃଦ୍‌ଘାତର ଶିକାର ହୋଇ ପୁଣି ଥରେ ଧୂମପାନ କରିବା ଆରମ୍ଭ କରୁଛନ୍ତି,ସେମାନେ ବର୍ଷକ ମଧ୍ୟରେ ମୃତ୍ୟୁବରଣ କରିଥାନ୍ତି ।

Image result for heart attack"
Livemint

୩.ଡ଼ାଏଟ୍‌ରେ ଭିଟାମିନ୍‌ ଇ ,ମ୍ୟାଗ୍ନେସିୟମ,ଫାଇବର ଏବଂ ପୋଟାସିୟମ ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ । ସେଥିପାଇଁ ଆଜି ହିଁ କାଜୁ ଖାଇବା ଆରମ୍ଭ କରନ୍ତୁ । ଯାହା ଶରୀରରେ କୋଲେଷ୍ଟ୍ରଲ କମ କରିବା ସହ ହୃଦ୍‌ଘାତର ସମସ୍ୟା ଦୂର କରିଥାଏ ।
୪.ପ୍ରତିଦିନ ଅତି କମରେ ଅଧଘଣ୍ଟା ବ୍ୟାୟାମ କରନ୍ତୁ । ସକାଳୁ ଉଠି ଚାଲିବା ବା ଯୋଗ କରିବା ଦ୍ୱାରା ହୃଦ୍‌ଘାତ ହେବାର ଆଶଙ୍କା କମ ହୋଇଥାଏ ।

ସମ୍ବନ୍ଧିତ ଖବର