ଏହି ସବୁ ଦିଗକୁ ଧ୍ୟାନ ଦେଲେ ହେବ ନାହିଁ ହୃଦ୍‌ଘାତ! ଆପଣାନ୍ତୁ ଏପରି ଉପାୟ

ଦିନକୁ ଦିନ ହୃଦ୍‌ଘାତ ହେତୁ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏହା ଏକ ମହାମାରୀ ବେମାର ହୋଇ ଛିଡ଼ା ହେବାକୁ ଲାଗିଲାଣି। ଏହାକୁ ଅୟତ୍ତରେ ନରଖିଲେ ନିମିଷକରେ ଜୀବନ ଯାଇପାରେ। ନିଜର ଦୈନନ୍ଦିନ ଜୀବନର ଖାଦ୍ୟପେୟ ଏହି ରୋଗ ସହ ଅଙ୍ଗାଅଙ୍ଗି ଭାବେ ଯଡ଼ିତ। ଖାଇବା ପିଇବାର ଠିକ୍‌ଠିକଣା ନରହିଲେ ହୃଦ୍‌ଘାତ ଆଶଙ୍କା ସୃଷ୍ଟି ହୋଇଥାଏ। ସୁସ୍ଥକର ଖାଦ୍ୟ ଓ ସୁସ୍ଥକର ଜୀବନ ହିଁ ଏହି ରୋଗକୁ ହରାଇ ଜଣେ ବ୍ୟକ୍ତିକୁ ସୁସ୍ଥ ଜୀବନ ଦେଇପାରେ।

: ଆପଣଙ୍କ ଦୈନନ୍ଦିନ ଡାଏଟ୍‌ରେ କାବ୍ରୋହାଇଡ୍ରେଟ୍‌ସ, ପ୍ରୋଟିନ୍‌, ଫ୍ୟାଟ୍‌, ଭିଟାମିନ୍‌ ଏବଂ ଫାଇବର୍‌ ରଖିବାକୁ ଭୁଲନ୍ତୁ ନାହିଁ। ଯଦି ଆପଣ ଓଜନ କମାଇବାକୁ ଚାହୁଁଥାନ୍ତି ତେବେ ପ୍ରୋଟିନ୍‌ ଖାଇବା ଟିକେ କମ୍‌ କଲେ ଚଳିବ।

: ପ୍ରଚୁର ପରିମାଣର ଫଳ ଓ ପରିବା ଖାଆନ୍ତୁ। ବିଶେଷ କରି ଶାଗ ଖାଇବାକୁ ଆଦୌ ଭୁଲନ୍ତୁ ନାହିଁ। ବାଦାମ ଓ ବିଭିନ୍ନ ପ୍ରକାରର ମଞ୍ଜି ଖାଦ୍ୟରେ ସାମିଲ୍‌ କରନ୍ତୁ।

HealthXchange

: ଡାଲି ଜାତୀୟ ଖାଦ୍ୟ ଓ ମାଛ ଖାଇବା ଦ୍ୱାରା ବ୍ୟକ୍ତି ସୁସ୍ଥ ରହିଥାଏ। ଜଣେ ସଂପୂର୍ଣ୍ଣ ସୁସ୍ଥ ବ୍ୟକ୍ତିଙ୍କୁ ହୃଦ୍‌ଘାତ କବଳିତ କରିପାରେ ନାହିଁ।

: ବିଶେଷ କରି ଘରେ ପ୍ରସ୍ତୁତ କରାଯାଉଥିବା ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ। ବାହାର ଖାଦ୍ୟ ଯେତେ ନଖାଇବେ ସେତେ ଭଲ।

: ମନେ ରଖନ୍ତୁ ଆପଣଙ୍କର ଯଦି ସିଗାରେଟ୍‌ କିମ୍ବା ମଦ୍ୟପାନର ଅଭ୍ୟାସ ଅଛି ତେବେ ଏହାକୁ ନିଶ୍ଚିତ ଭାବେ ଛାଡ଼ିବାକୁ ପଡ଼ିବ। ଏସବୁ ମାନିବା ଦ୍ୱାରା ହୃଦ୍‌ଘାତକୁ ଏଡ଼ାଇ ଦିଆଯାଇପାରେ।

ସମ୍ବନ୍ଧିତ ଖବର