ହୃଦ୍‌ଘାତର କାରଣ ଓ ନିରାକରଣ

ଅନେକଙ୍କର ଧାରଣା ଯେ ହୃଦ୍‌ଘାତ ହଠାତ୍‌ ଆସିଥାଏ। କିନ୍ତୁ ପ୍ରକୃତ କଥା ହେଲା ଏହି ରୋଗ ଅନେକ ଦିନ ଧରି ଆରମ୍ଭ ହୋଇ ଶରୀର ଭିତରେ ନିଜର କାୟା ବିସ୍ତାର କରି ଚାଲିଥାଏ। ଏହାର ଶେଷ ପରିଣତି ହେଉଛି ହୃଦ୍‌ଘାତ। ହୃଦ୍‌ଘାତର ମୁଖ୍ୟ କାରଣ ଗୁଡ଼ିକ ମଧ୍ୟରୁ ବ˚ଶାନୁଗତ(ହେରିଡିଟାରି), ମଧୁମେହ, ଉଚ୍ଚ ରକ୍ତଚାପ, ପୃଥୁଳତା ବା ମୋଟାହେବା, ରକ୍ତରେ ଚର୍ବିର ଆଧିକ୍ୟ, ଧୂମପାନ, ଆଳସ୍ୟ ବା ଶାରୀରିକ ନିଷ୍କ୍ରିୟତା, ଅତିରିକ୍ତ ଚିନ୍ତା, କ୍ରୋଧ, ଅଶାନ୍ତି ଓ ନକାରାତ୍ମକ ଭାବନା ଅନ୍ୟତମ। ପାଞ୍ଚଟିରୁ ଅଧିକ ସିଗାରେଟ୍‌ ପିଉଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ହୃଦ୍‌ଘାତ ଆଶଙ୍କା ଅଧିକ। ଏଥିରେ ଥିବା ନିକୋଟିନ୍‌ ଏବ˚ ଆଉ କେତେକ ବିଷ ହୃତ୍‌ପିଣ୍ତର ଧମନି ଅଣଓସାରିଆ କରିଦେଉଥିବାରୁ ହୃଦ୍‌ଘାତ ଆଶଙ୍କା ବଢ଼ିଥାଏ। ରକ୍ତରେ ଚର୍ବି ଅଧିକ ହେଲେ ଧମନି ସରୁ ହୋଇଯାଏ। ତେଣୁ ଚର୍ବିଜାତୀୟ ଖାଦ୍ୟ ଘିଅ, ଲହୁଣି, ନଡ଼ିଆ, କ୍ଷୀର ସର, ଅଣ୍ତା କେଶର, କାଜୁବାଦାମ, ଛଣା ଖାଦ୍ୟ, ଫାଷ୍ଟଫୁଡ୍‌ କମାନ୍ତୁ। ମାନସିକ ଚାପ, ଅବସାଦ, ବିରକ୍ତି ଭାବକୁ ନିୟନ୍ତ୍ରଣରେ ରଖନ୍ତୁ। ସନ୍ତୁଳିତ ଆହାର ଓ ନିୟମିତ ବ୍ୟାୟାମ ସାଙ୍ଗକୁ ଡାକ୍ତରଙ୍କ ପରାମର୍ଶ ନେଲେ ହୃଦ୍‌ରୋଗରୁ ରକ୍ଷା ମିଳିପାରିବ।

ସମ୍ବନ୍ଧିତ ଖବର