ଜାଣନ୍ତୁ, କେଉଁ ଋତୁରେ ହୃଦଘାତର ଆଶଙ୍କା ଅଧିକ ଏବଂ କାହିଁକି?

ନିକଟରେ ଏକ ଗବେଷଣା କରାଯାଇଥିଲା। କେଉଁ ଋତୁରେ ହୃଦଘାତର ଆଶଙ୍କା ସବୁଠାରୁ ଅଧିକ ଥାଏ, ତାହା ଜାଣିବାକୁ ଏଥିରେ ପ୍ରୟାସ କରାଯାଇଥିଲା। ଏହି ଗବେଷଣାରେ ଏକ ନୂଆ କଥା ସାମ୍ନାକୁ ଆସିଛି। ତାହା ଅନୁଯାୟୀ, ଶୀତ ଋତୁରେ ହୃଦଘାତର ଆଶଙ୍କା ଅଧିକ।

ଶୀତ ଋତୁରେ ଥଣ୍ଡା,କାଶ,ଜ୍ୱର ଓ ଗଳା ସଂକ୍ରମଣ ଆଦି ଶାରୀରିକ ସମସ୍ୟା ଦେଖାଯିବା ସାଧାରଣ କଥା। କିନ୍ତୁ ଏଭଳି ଅନେକ ଶାରୀରିକ ସମସ୍ୟା ଛଡ଼ା ଯାହା ଶୀତ ଋତୁରେ ବେଶୀ ଘଟିଥାଏ, ତାହା ହେଲା ହୃଦ୍‌ଘାତ।

Image result for winter season
Image Source- India Today

ଗବେଷଣାରୁ ଜଣାଯାଇଛି ଯେ, ଗ୍ରୀଷ୍ମ ଋତୁ ତୁଳନାରେ ଶୀତ ଋତୁରେ ହୃଦଘାତର ଆଶଙ୍କା ଅଧିକ ଥାଏ, କାରଣ ଏହି ଋତୁରେ ଅଧିକ ଶୀତ ଅନୁଭୂତ ହେବା ଫଳରେ ରକ୍ତ ଏକଦମ୍‌ ଗାଢ଼ା ହେବାରେ ଲାଗିଥାଏ। ଶୀତ ହେତୁ ଶୀଘ୍ର ଥକ୍‌କା ଲାଗିଥାଏ। ଅଧିକାଂଶ କ୍ଷେତ୍ରରେ ହୃଦଘାତ କେବଳ ଏହି କ୍ଳାନ୍ତି ଯୋଗୁଁ ହୋଇଥାଏ। ଏହା ମସ୍ତିଷ୍କର ରକ୍ତ ପ୍ରବାହକୁ ବ୍ଲକ୍‌ କରି ଦେଇଥାଏ।

 

ସମ୍ବନ୍ଧିତ ଖବର