ଜାଣନ୍ତୁ , କେଉଁ ଲୋକଙ୍କୁ ହୃଦଘାତ ହେବାର ଆଶଙ୍କା ସବୁଠାରୁ ଅଧିକ ଥାଏ

କେଉଁ ଲୋକଙ୍କୁ ସବୁଠାରୁ ଅଧିକ ହୃଦଘାତ ହେବାର ଆଶଙ୍କା ଥାଏ ବୋଲି ଅନେକଙ୍କ ମନରେ ପ୍ରଶ୍ନ ଉଠିଥାଏ। ଇଂଲାଣ୍ଡର ୟୁନିଭର୍ସିଟି ଅଫ୍‌ କେମ୍ବ୍ରିଜ୍‌ର ବୈଜ୍ଞାନିକମାନେ ଏ ସଂପର୍କରେ ଗବେଷଣା କରିଥିଲେ।
ଏହି ଗବେଷଣାରୁ ଜଣାପଡ଼ିିଲା ଯେ ୫ ବା ତା’ଠାରୁ ଅଧିକ ସଂଖ୍ୟକ ପିଲା ଜନ୍ମ କରିଥିବା ମହିଳାମାନଙ୍କଠାରେ ହୃଦ୍‌ଘାତର ଆଶଙ୍କା ଦେଇଥାଏ। ଏହି ଗବେଷକମାନେ କହିଛନ୍ତି ଯେ ଏଭଳି ମହିଳାଙ୍କଠାରେ ହୃଦ୍‌ଘାତର ଆଶଙ୍କା ୪୦ ପ୍ରତିଶତ ଅଧିକ।
ଗବେଷକମାନଙ୍କ ମତରେ ଏହି ମହିଳାମାନଙ୍କର ଗର୍ଭାବସ୍ଥା ଓ ସନ୍ତାନ ପ୍ରସବ କରିବା ସମୟରେ ହୃଦୟ ଉପରେ ଅଧିକ ଚାପ ପଡିଥାଏ। ଖାଲି ସେତିକି ନୁହେଁ ସନ୍ତାନର ଲାଳନପାଳନ ବେଳେ ମଧ୍ୟ ମହିଳାଙ୍କ ଉପରେ ଅଧିକ ମାନସିକ ଚାପ ପଡିଥାଏ। ୫ ବା ତା’ଠାରୁ ଅଧିକ ସନ୍ତାନ ଜନ୍ମ କରିଥିବା ମହିଳାମାନଙ୍କ ତୁଳନାରେ ଗୋଟିଏ ବା ଦୁଇଟି ସନ୍ତାନର ଜନନୀ ମହିଳାଙ୍କର ଏହି ଆଶଙ୍କା ୩୦ ପ୍ରତିଶତ କମ୍‌ ବୋଲି ମଧ୍ୟ ଏହି ଗବେଷଣାରେ କୁହାଯାଇଛି।


ଏହି ଗବେଷଣାରେ ଆହୁରି ଏକ ଗୁରୁତ୍ୱପୂର୍ଣ୍ଣ କଥା ବି ଉଲ୍ଲେଖ ଯୋଗ୍ୟ ଯେ ସ୍ତନପାନ କରିବା ଫଳରେ ହୃଦୟକୁ ସୁରକ୍ଷିତ ରଖାଯାଇପାରିବ। କିନ୍ତୁ ଅଧିକ ସଂଖ୍ୟକ ସନ୍ତାନ ପ୍ରସବ କରିବା ଦ୍ୱାରା ତାହା ବି ଅସମ୍ଭବ। ଏହି ଗବେଷଣାରେ ୪୪ ରୁ ୪୬ ବର୍ଷ ବୟସ୍କା ପ୍ରାୟ ୮ହଜାର ମହିଳାଙ୍କୁ ସାମିଲ୍‌ କରାଯାଇଥିଲା।
ଏହି ଗବେଷଣାରେ ମହିଳାଙ୍କର ହୃଦୟକୁ କିପରି ସୁରକ୍ଷିତ ରଖା ଯାଇ ପାରିବ, ତାହା ବି ସ୍ଥାନ ପାଇଥିଲା।

ସମ୍ବନ୍ଧିତ ଖବର