ଏହି ୪ଟି ଲକ୍ଷଣ ହୋଇପାରେ ହୃଦ୍‌ଘାତର କାରଣ

ଦେଶରେ ହୃଦ୍‌ଘାତରେ ମୃତ୍ୟୁବରଣ କରୁଥିବା ଲୋକମାନଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କ ପାଖରେ ଏହି ସମସ୍ୟା ଅଧିକ ଦେଖାଯାଉଛି । ଏହି ସବୁ ସମସ୍ୟାର ସମାଧାନ ପାଇଁ ମହିଳାମାନଙ୍କୁ ପୂର୍ବରୁ ଦେଖାଯାଉଥିବା ଲକ୍ଷଣ ବିଷୟରେ ଜାଣିବା ନିହାତି ଆବଶ୍ୟକ । ହୃଦ୍‌ଘାତ ହେବା ପୂର୍ବରୁ ମହିଳାମାନଙ୍କ ଶରୀରରେ ଅନେକ ପରିବର୍ତ୍ତନ ଆସିଥାଏ । କିନ୍ତୁ ମହିଳାମାନେ ସେ ବିଷୟରେ ଜାଣି ପାରନ୍ତି ନାହିଁ । ଆଜି ଆମେ ସେ ସବୁ ଲକ୍ଷଣ ବିଷୟରେ ଆପଣଙ୍କୁ ଜଣାଇବକୁ । ଯାହାକୁ ଜାଣି ଆପଣ ନିଜକୁ ଏବଂ ନିଜ ପରିବାରକୁ ସତର୍କ କରାଇ ପାରିବେ ।

୧.ପୁରୁଷମାନଙ୍କୁ ତୁଳନାରେ ମହିଳାମାନଙ୍କ ପାଖରେ ବାନ୍ତି ହେବା, ଖାଦ୍ୟ ହଜମ ନ ହେବା ଭଳି ସମସ୍ୟା ଅଧିକ ଦେଖାଯାଇଥାଏ । କିନ୍ତୁ ବେଳେ ବେଳେ ହୃଦ୍‌ଘାତ ହେବା ପୂର୍ବରୁ ମଧ୍ୟ ମହିଳାମାନଙ୍କ ମଧ୍ୟରେ ଏ ସବୁ ଲକ୍ଷଣ ଦେଖାଯାଇଥାଏ । ମୁଣ୍ଡ ବୁଲାଇବା, ମୁଣ୍ଡ ବିନ୍ଧା ହେବା,ବାନ୍ତି ହେବା ଭଳି ଲାଗିବାର ଲକ୍ଷଣ ଦେଖାଗଲେ ବିଳମ୍ବ ନ କରି ତୁରନ୍ତ ଡ଼ାକ୍ତରଙ୍କୁ ପରାମର୍ଶ କରାନ୍ତୁ ।
୨.ଯେତେବେଳେ ଶରୀରର ଉପର ଭାଗରେ ଯନ୍ତ୍ରଣା ହେବାକୁ ଲାଗିଥାଏ, ତାହା ହୃଦ୍‌ଘାତର ଲକ୍ଷଣ ହୋଇଥାଏ । ବେକ,ଦାନ୍ତ,ପିଠି ଏବଂ କାନ୍ଧରେ ଅସହନୀୟ କଷ୍ଟ ଅନୁଭବ ହେଲେ ତୁରନ୍ତ ଯାଇ ଡ଼ାକ୍ତରଙ୍କୁ ଦେଖାନ୍ତୁ ।

Related image
independent.co.uk

୩.ଗ୍ୟାଷ୍ଟ୍ରିକ୍‌ ସମସ୍ୟା ଥିଲେ ଛାତି ବିନ୍ଧା ହୋଇଥାଏ । ଯଦି ସେଭଳି କୌଣସି ସମସ୍ୟା ନ ଥାଇ ଛାତିି ବିନ୍ଧା ହେଉଛି । ତେବେ ତୁରନ୍ତ ଯାଇ ଡ଼ାକ୍ତରଙ୍କୁ ଦେଖାନ୍ତୁ ।

୪. ୪୨ପ୍ରତିଶତ ମହିଳା ହୃଦ୍‌ଘାତର ଶିକାର ହେବା ପୂର୍ବରୁ ସେମାନଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ ବୋଲି ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି । ଯଦି ଆପଣ ମଧ୍ୟ ସେଭଳି କିଛି ସମସ୍ୟାର ସାମ୍ନା କରୁଛନ୍ତି । ତେବେ ତୁରନ୍ତ ଯାଇ ଡ଼ାକ୍ତରଙ୍କୁ ପରାମର୍ଶ କରାନ୍ତୁ ।

ସମ୍ବନ୍ଧିତ ଖବର