ଏହି ଦୁଇଟି ଜିନିଷ ଏକାସାଙ୍ଗେ ସେବନ କଲେ ହୃଦ୍‌ଘାତର ଆଶଙ୍କା ବହୁଗୁଣିତ ହୋଇଥାଏ!

ଭିଟାମିନ୍‌ ଡି ଏବଂ କାଲସିଅମ୍‌ ଉଭୟେ ସ୍ୱାସ୍ଥ୍ୟ ପାଇଁ ଭଲ। ଏହା ହାଡ଼କୁ ସୁସ୍ଥ ଓ ଶକ୍ତ ରଖିଥାଏ। କିନ୍ତୁ ଯଦି ଉଭୟ ମଧ୍ୟରୁ କୌଣସି ଗୋଟିକର ଅଭାବତା ଘଟେ,ତେବେ ହାଡ଼ ଦୁର୍ବଳ ହୋଇଯାଏ ଏବଂ ହାଡ଼ -ଭାଙ୍ଗିବାର ଆଶଙ୍କା ବି ଥାଏ।
କିନ୍ତୁ ଏକା ସାଙ୍ଗେ କାଲସିଅମ୍‌ ଓ ଭିଟାମିନ୍‌ ଡି ସେବନ କରିବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ବୋଲି ଜଣାଯାଇଛି। ନିକଟରେ କରାଯାଇଥିବା ଏକ ଗବେଷଣାରେ ଜଣାଯାଇଛି ଯେ ଯଦି କାଲସିଅମ୍‌ ଓ ଭିଟାମିନ୍‌ ଡି ଏକା ସାଙ୍ଗେ ସେବନ କରାଯାଏ, ତେବେ ହୃଦ୍‌ଘାତର ଆଶଙ୍କା ବହୁଗୁଣିତ ହୋଇଥାଏ।

Image result for vitamin d and calcium
photo-national osteroporosis foundation

ଦ ଏନେଲ୍‌ସ ଅଫ୍‌ ଇଣ୍ଟରର୍ଣ୍ଣସ ମେଡିସିନ୍‌ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଅରୋରା ସ୍କେଲେରୋସିସ୍‌ ରୋଗ ହେବାର ଆଶଙ୍କା ମଧ୍ୟ ରହିଛି। ଏଥିରେ ୧୬ ପ୍ରକାରର ଭିନ୍ନ ଭିନ୍ନ ନ୍ୟୁଟ୍ରିସନାଲ୍‌ ସପ୍ଲିମେଣ୍ଟସ ଓ ୮ ଡାଏଟ୍ରି ଇଣ୍ଟରଭେସନ୍‌ ଉପରେ ଗବେଷଣା କରାଯାଇଥିଲା। ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ଏକା ସାଙ୍ଗେ କାଲସିଅମ୍‌ ଓ ଭିଟାମିନ୍‌ ଡି ସେବନ କରିଲେ ହୃଦଘାତର ଆଶଙ୍କା ୧୭ ପ୍ରତିଶ୍ରତ ବୃଦ୍ଧି ପାଇଥାଏ।

ତେବେ ଏକଥାକୁ ସତ ବୋଲି ମାନିବାକୁ ପ୍ରସ୍ତୁତ ନୁହଁନ୍ତି ଦିଲ୍ଲୀର ମାକ୍ସ ହସ୍ପିଟାଲର ଇଣ୍ଟରନେସନାଲ ମେଡିସିନର ସହଯୋଗ ନିର୍ଦ୍ଦେଶକ ଡାକ୍ତର ରାମିଲ ଟିକ୍‌କୁ । ସେ କହିଛନ୍ତି ଯେ ଏକ ସଙ୍ଗେ କାଲସିଅମ୍‌ ଓ ଭିଟାମିନ୍‌ ଡି ସେବନ କରୁଥିବା ଲେକେ ହୃଦଘାତର ଶିକାର ହେବା ଘଟଣା ଆଦୌ ଦେଖି ନାହାନ୍ତି।

ସମ୍ବନ୍ଧିତ ଖବର