ଏହି ୫ଟି ଲକ୍ଷଣ ହୋଇପାରେ ହୃଦ୍ଘାତର କାରଣ
ଦେଶରେ ହୃଦ୍ଘାତରେ ମୃତ୍ୟୁବରଣ କରୁଥିବା ଲୋକମାନଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କ ପାଖରେ ଏହି ସମସ୍ୟା ଅଧିକ ଦେଖାଯାଉଛି । ଏହି ସବୁ ସମସ୍ୟାର ସମାଧାନ ପାଇଁ ମହିଳାମାନଙ୍କୁ ପୂର୍ବରୁ ଦେଖାଯାଉଥିବା ଲକ୍ଷଣ ବିଷୟରେ ଜାଣିବା ନିହାତି ଆବଶ୍ୟକ । ହୃଦ୍ଘାତ ହେବା ପୂର୍ବରୁ ମହିଳାମାନଙ୍କ ଶରୀରରେ ଅନେକ ପରିବର୍ତ୍ତନ ଆସିଥାଏ । କିନ୍ତୁ ମହିଳାମାନେ ସେ ବିଷୟରେ ଜାଣି ପାରନ୍ତି ନାହିଁ । ଆଜି ଆମେ ସେ ସବୁ ଲକ୍ଷଣ ବିଷୟରେ ଆପଣଙ୍କୁ ଜଣାଇବୁ। ଯାହାକୁ ଜାଣି ଆପଣ ନିଜକୁ ଏବଂ ନିଜ ପରିବାରକୁ ସତର୍କ କରାଇ ପାରିବେ…
Sambad is now on WhatsApp
Join and get latest news updates delivered to you via WhatsApp
୧.ପୁରୁଷମାନଙ୍କୁ ତୁଳନାରେ ମହିଳାମାନଙ୍କ ପାଖରେ ବାନ୍ତି ହେବା, ଖାଦ୍ୟ ହଜମ ନ ହେବା ଭଳି ସମସ୍ୟା ଅଧିକ ଦେଖାଯାଇଥାଏ । କିନ୍ତୁ ବେଳେ ବେଳେ ହୃଦ୍ଘାତ ହେବା ପୂର୍ବରୁ ମଧ୍ୟ ମହିଳାମାନଙ୍କ ମଧ୍ୟରେ ଏ ସବୁ ଲକ୍ଷଣ ଦେଖାଯାଇଥାଏ । ମୁଣ୍ଡ ବୁଲାଇବା, ମୁଣ୍ଡ ବିନ୍ଧା ହେବା, ବାନ୍ତି ହେବା ଭଳି ଲାଗିବାର ଲକ୍ଷଣ ଦେଖାଗଲେ ବିଳମ୍ବ ନ କରି ତୁରନ୍ତ ଡ଼ାକ୍ତରଙ୍କୁ ପରାମର୍ଶ କରାନ୍ତୁ ।
୨.ଯେତେବେଳେ ଶରୀରର ଉପର ଭାଗରେ ଯନ୍ତ୍ରଣା ହେବାକୁ ଲାଗିଥାଏ, ତାହା ହୃଦ୍ଘାତର ଲକ୍ଷଣ ହୋଇଥାଏ । ବେକ, ଦାନ୍ତ,ପିଠି ଏବଂ କାନ୍ଧରେ ଅସହନୀୟ କଷ୍ଟ ଅନୁଭବ ହେଲେ ତୁରନ୍ତ ଯାଇ ଡ଼ାକ୍ତରଙ୍କୁ ଦେଖାନ୍ତୁ ।
୩.ଗ୍ୟାଷ୍ଟ୍ରିକ୍ ସମସ୍ୟା ଥିଲେ ଛାତି ବିନ୍ଧା ହୋଇଥାଏ । ଯଦି ସେଭଳି କୌଣସି ସମସ୍ୟା ନ ଥାଇ ଛାତିି ବିନ୍ଧା ହେଉଛି । ତେବେ ତୁରନ୍ତ ଯାଇ ଡ଼ାକ୍ତରଙ୍କୁ ଦେଖାନ୍ତୁ ।
୪. ୪୨ପ୍ରତିଶତ ମହିଳା ହୃଦ୍ଘାତର ଶିକାର ହେବା ପୂର୍ବରୁ ସେମାନଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ ବୋଲି ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି । ଯଦି ଆପଣ ମଧ୍ୟ ସେଭଳି କିଛି ସମସ୍ୟାର ସାମ୍ନା କରୁଛନ୍ତି । ତେବେ ତୁରନ୍ତ ଯାଇ ଡ଼ାକ୍ତରଙ୍କୁ ପରାମର୍ଶ କରାନ୍ତୁ ।