ତେଜପତ୍ର ଖାଇବା ଦ୍ୱାରା ଓଜନ ହ୍ରାସ ହେବା ସହ ଶରୀରକୁ ମିଳିଥାଏ ଏସବୁ ଫାଇଦା

ତେଜପତ୍ରର ବ୍ୟବହାର ଭାରତରେ ଅଧିକାଂଶ ଘରେ ମସଲା ଭାବେ କରାଯାଇଥାଏ। କିନ୍ତୁ ତେଜପତ୍ରକୁ ମସଲା ବ୍ୟତୀତ ମଧୁମେହ, କର୍କଟ, ଓଜନହ୍ରାସ ଓ ଭଲ ନିଦ ପାଇଁ ବି ବ୍ୟବହାର କରି ପାରିବା। ଆସନ୍ତୁ ଜାଣିବା ତେଜପତ୍ରର ଉପକାରିତା ବିଷୟରେ…

ମଧୁମେହ: ମଧୁମେହ ରୋଗୀଙ୍କ ପାଇଁ ତେଜପତ୍ର ଏକ ମହୋଷଧୀ । ଆୟୁର୍ବେଦରେ ତେଜପତ୍ର ବ୍ଲଡ ଗ୍ଲୁକୋଜଓ କୋଲଷ୍ଟ୍ରଲସ୍ତରକୁ କମ୍‌ କରିବା ପାଇଁ ବ୍ୟବହାର କରାଯାଇଥାଏ। ତେଜପତ୍ର ପାଉଡର ନିୟମିତ ଭାବେ ସେବନ କରିବା ଦ୍ୱାରା ଶରୀରରେ ସୁଗାର ସ୍ତରରେ ନିୟନ୍ତ୍ରଣ ରହିଥାଏ।

କର୍କଟ: ତେଜପତ୍ରରେ ଆଣ୍ଟି-କ୍ୟାନସର ଗୁଣ ରହିଥାଏ। ଯାହାକି ଶରୀରରେ କର୍କଟ କୋଷିକାର ବିକାଶକୁ ରୋକିବାରେ ସାହାଯ୍ୟ କରିଥାଏ। ଏହାର ନିୟମିତ ସେବନ ଦ୍ୱାରା ବିଭିନ୍ନ ପ୍ରକାର କର୍କଟ ଆଶଙ୍କା ଦୂର ହୋଇଥାଏ।

ଓଜନ ହ୍ରାସ: ତେଜପତ୍ରରେ ଡାଲଚିନିକୁ ମିଶ୍ରଣ କରି ପିଇବା ଦ୍ୱାରା ପାଚନକ୍ରିୟା ସଠିକ୍‌  ହୋଇଥାଏ। ଏହା ଶରୀରରୁ ଅତିରିକ୍ତ ଚର୍ବି ଦୂର କରିଥାଏ। ଓଜନ କମ୍‌ କରିବା ପାଇଁ ତିନିଟି ତେଜପତ୍ର, ୧ ଖଣ୍ଡ ଡାଲଚିନି ଓ ଗୋଟିଏ ଚାମୁଚ ସବୁଜ ଚା’ରେ ପାଣି ମିଶାଇ ୧୦ ମିନିଟ୍‌ ପର୍ଯ୍ୟନ୍ତ ଫୁଟାନ୍ତୁ। ଏହି ଚା’କୁ ପ୍ରତିଦିନ ସେବନ କରନ୍ତୁ।

ଭଲନିଦ: ତେଜପତ୍ର ତେଲର କିଛି ବୁନ୍ଦା ପାଣିରେ ମିଶାଇ ସେବନ କରନ୍ତୁ। ଏହାଦ୍ୱାରା ମନରୁ ଅବସାଦ ଦୂର ହୋଇଥାଏ। ରାତିରେ ଭଲ ନିଦ ହୋଇଥାଏ।

ସମ୍ବନ୍ଧିତ ଖବର