ହୃଦ୍‌ଘାତରେ ଚାଲିଗଲେ ଓଲିଉଡ୍‌ର ମାଆ! ଆପଣ ଶରୀରରେ ଏହି ସବୁ ଲକ୍ଷଣ ଦେଖା ଦେଉଛି କି? ତୁରନ୍ତ ହୁଅନ୍ତୁ ସାବଧାନ

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଜଗତର ଖ୍ୟାତାନାମା କଳାକାର ଅନୀତା ଦାସଙ୍କ ପରଲୋକ ପରେ ଓଲିଉଡ୍‌ ଇଣ୍ଡଷ୍ଟ୍ରି ଜଣେ ମହାନ ମାଆଙ୍କୁ ହରାଇଛି। ସେ ଶୁକ୍ରବାର କଟକସ୍ଥିତ ନିଜ ବାସଭବନରେ ଦୃଦ୍‌ଘାତରେ ପ୍ରାଣ ହରାଇଛନ୍ତି। ତାଙ୍କର ହୃଦ୍‌ଘାତ ହେବା ପରେ ଡାକ୍ତର ଆସି ପହଞ୍ଚିବା ପୂର୍ବରୁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ଅନୀତା ଦାସ। ତେବେ ଏହି ହୃଦ୍‌ଘାତ ଏବେ ଏକ ମହାମାରୀ ପାଲଟିଛି। ଆସନ୍ତୁ ସେ ସଂପର୍କରେ କିଛିଟା ସଚେତନତା ଅବଲମ୍ବନ କରିବା।

ଗବେଷକମାନଙ୍କ କହିବା କଥା ଯେ ଫାଷ୍ଟଫୁଡ୍‌ ଓ ଜଙ୍କ୍‌ଫୁଡ୍‌ ହେତୁ ହୃଦ୍‌ଘାତ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସେମାନେ ଆଦୌ ବି ଭୁଲ୍‌ ନୁହଁନ୍ତି। ଏବେ ହୃଦ୍‌ଘାତ ଏକ ବହୁ ହତ୍ୟାକରୀ ରୋଗରେ ପରିଣତ ହୋଇଯାଇଛି। ହୃଦ୍‌ଘାତ ହେତୁ ବହୁ ଲୋକଙ୍କ ମୃତ୍ୟୁ ଘଟୁଛି। ହୃଦ୍‌ଘାତର କିଛି ମାସ ପୂର୍ବରୁ ଶରୀର ଏହାର ସୂଚନା ଦେଇ ସାରିଥାଏ। ତେବେ ଚାଲନ୍ତୁ ଜାଣିବା ଶରୀରରେ କେଉଁ ସବୁ ଲକ୍ଷଣ ଉପୁଜିଲେ ଆମେ ହୃଦ୍‌ଘାତ ଆଶଙ୍କା କରିବା।

ରକ୍ତ ସଞ୍ଚାଳନ ଠିକ୍‌ ଭାବେ ନହେଲେ ଶରୀର ଦୁର୍ବଳ ହେବାକୁ ଲାଗିବ। ବିନା କୌଣସି କାରଣରେ ହଠାତ ଶରୀର ଦୁର୍ବଳ ହେବାକୁ ଲାଗିଲେ ଆମେ ହୃଦ୍‌ଘାତ ଆଶଙ୍କା କରିପାରିବା।

ଅନେକ ସମୟରେ ମୁଣ୍ଡ ବୁଲାଇବାକୁ ଆମେ ଏକ ସାଧାରଣ କଥା ଭୋଲି ଭାବି ଦେଇଥାନ୍ତି। ଦୁର୍ବଳ ହେତୁ ମୁଣ୍ଡ ବୁଲାଇଥାଏ ବୋଲି ଚିନ୍ତା କରି ଅଣଦେଖା କରିଥାନ୍ତି। ମାତ୍ର ମୁଣ୍ଡ ବୁଲା ସମସ୍ୟା ଦେଖାଦେଲେ ଆଗକୁ ହୃଦ୍‌ଘାତ ସମ୍ଭାବନା ରହିଛି।

ଶରୀର ଅପେକ୍ଷାକୃତ ଥଣ୍ଡା ଲାଗିଲେ କିମ୍ବା ଶରୀରରୁ ମାତ୍ରାଧିକ ଝାଳ ବୋହିବା ବି ବିପଦପୂର୍ଣ୍ଣ ହୋଇଥାଏ।  ଏପରି ସମସ୍ୟା ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ହଠାତ ଛାତି ଯନ୍ତ୍ରଣା ଅନୁଭୂତ ହେଲେ ଏକ ରକମର ନିଶ୍ଚିତ ହୁଅନ୍ତୁ ଯେ ଆପଣଙ୍କୁ ଆଗକୁ ହୃଦ୍‌ଘାତ ହୋଇପାରେ।

ଦୀର୍ଘ ଦିନ ଧରି ଥଣ୍ଡା ଜ୍ୱର ଲାଗି ରହିଲେ ବି ଆପଣ ହୃଦ୍‌ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଆପଣଙ୍କର ଆଗକୁ ହୃଦ୍‌ଘାତ ହୋଇପାରେ ବୋଲି ଏବେ ଏକ ଉତ୍ତମ ସୂଚନା।

ଦିନକୁ ଦିନ ଆପଣଙ୍କ ହଜମ ପ୍ରକ୍ରିୟା ଦୁର୍ବଳ ହୋଇପଡ଼ିବ। ଆପଣଙ୍କୁ ଅସହଜ ମନେ ହେଲେ ତୁରନ୍ତ ହସ୍ପିଟାଲ୍‌ ଯାଇ ଚିକିତ୍ସା କରନ୍ତୁ।

ନିଶ୍ୱାସରେ ବାଧା ସୃଷ୍ଟି ହେବା ବି ଏକ ପ୍ରକାରର ଦୃଦ୍‌ଘାତର ଲକ୍ଷଣ। କ୍ଷୁଦ୍ର କିମ୍ବା ଦୀର୍ଘ ନିଶ୍ୱାସ ହେଉଥିଲେ ଆପଣ ହୃଦ୍‌ଘାତ ଆଶଙ୍କା କରିପାରନ୍ତି।

 

 

 

ସମ୍ବନ୍ଧିତ ଖବର