ଜାଣନ୍ତୁ କେଉଁ ସବୁ ଖାଦ୍ୟ ଖାଇଲେ ମୁହଁରୁ ଦୁର୍ଗନ୍ଧ ଆସେ

କେବେ କୌଣସି ବ୍ୟକ୍ତିଙ୍କ ମୁହଁରୁ ଦୁର୍ଗନ୍ଧ ଆସିବାର ଯଦି କେବେ ଅନୁଭବ କରିଥିବେ ତାହା ବୋଧହୁଏ ଆପଣଙ୍କ ସବୁଠାରୁ ଖରାପ ଅନୁଭୂତି ହୋଇଥିବ। ଆପଣଙ୍କ ମୁଖରୁ ଯଦି ଦୁର୍ଗନ୍ଧ ବାହାରୁଥାଏ ତେବେ କେହି ବି ଲୋକ ପାଖ ପୂରାଇବାକୁ ଚାହିଁବେ ନାହିଁ। ତେବେ ଆସନ୍ତୁ ଜାଣିବା କେଉଁ ସବୁ ଖାଦ୍ୟ ଖାଇବା ଦ୍ୱାରା ପାଟିରୁ ଦୁର୍ଗନ୍ଧ ନିର୍ଗତ ହୋଇଥାଏ।

ବେଳେ ବେଳେ ଗ୍ୟାସ୍‌ ସମସ୍ୟା ପାଇଁ ହେଉ କିମ୍ବା ପେଟ ଜନୀତ କୌଣସି ସମସ୍ୟା ପାଇଁ ଏପରି ଅସୁବିଧା ଅନୁଭୂତ ହୋଇଥାଏ। ଏହି ସମସ୍ୟା ପଛରେ ରହିଛି ନିର୍ଦ୍ଦିଷ୍ଟ କେତେ ପ୍ରକାରର ଖାଦ୍ୟ। ପାଟିରୁ ଦୁର୍ଗନ୍ଧ ବାହାରିବା ପାଇଁ କେବଳ ଖାଦ୍ୟ ନୁହେଁ ଦୈନନ୍ଦିନ ଅଭ୍ୟାସ ବି ଦାୟୀ ହୋଇଥାଏ। ଏକଥା ତ ଆପଣ ନିଶ୍ଚୟ ଜାଣିଥିବେ ଯେ ମଦ୍ୟପାନ ଓ ଧୁମପାନ ଏପରି ଏକ ସମସ୍ୟାର ମୁଖ୍ୟ କାରଣ ହୋଇଥାଏ। ଏହାଛଡ଼ା କୌଣସି ବି ପ୍ରକାର ନିଶାଦ୍ରବ୍ୟ ବ୍ୟକ୍ତିର ପେଟକୁ ପ୍ରଭାବିତ କରିଥାଏ। ଫଳରେ ତାହା ପାଟିକୁ ପ୍ରଭାବିତ କରେ। ମଦ୍ୟପାନ, ଧୁମପାନ ବା ଘୁଙ୍ଗୁଡ଼ି ହେତୁ ପାଟି ଶୁଖିଲା ହୋଇ ଯାଇଥାଏ। ଫଳରେ ପାଟିରୁ ଆଉ ଲାଳ ବାହାରେ ନାହିଁ। ପାଟି ଲାଳୁଆ ନରହିଲେ ଦୁର୍ଗନ୍ଧ ଆସିଥାଏ।

ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଯେପରିକି ମାଛ, ମାଂସ, ଅଣ୍ଡା, ଦୁଗ୍ଧ ଆଦି ବି ପାଟି ଦୁର୍ଗନ୍ଧର ଗୋଟାଏ ଗୋଟାଏ ବିରାଟ କାରଣ। ଏହାଛଡ଼ା ପିଆଜ ଓ ରସୁଣରେ ସଲ୍‌ଫର୍‌ ଯୌଗିତ ଥିବା ହେତୁ ଏସବୁ ଖାଧ୍ୟ ପ୍ରତି ସଚେତନ ରହବା ଉଚିତ।

ସମ୍ବନ୍ଧିତ ଖବର