କର୍କଟ ରୋଗରୁ ବଞ୍ଚିବାକୁ ଚାହୁଁଥିଲେ ଏବେ ହିଁ ରୋଷେଇ ଘରୁ ବାହାରେ ଫିଙ୍ଗି ଦିଅନ୍ତୁ ଏ ସବୁ ଜିନିଷ
କର୍କଟ ରୋଗ ଏକ ଏଭଳି ରୋଗ, ଯେଉଁ ରୋଗରେ ପୀଡ଼ିତ ହୋଇ ପ୍ରତି ବର୍ଷ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି । ତେବେ ଏହି ରୋଗର କାରଣ ଅନେକ ରହିଥିବା ବେଳେ ରୋଷେଇ ଘରେ ବ୍ୟବହାର କରାଯାଉଥିବା କିଛି ଜିନିଷ ମଧ୍ୟ ଏହି ରୋଗର କାରଣ ପାଲଟିଥାଏ । ଆସନ୍ତୁ ଜାଣିବା ସେ ବିଷୟରେ…..
Sambad is now on WhatsApp
Join and get latest news updates delivered to you via WhatsApp
୧. କୌଣସି ତେଲ ରିଫାଇନଡ୍ କରିବା ପାଇଁ ଏସିଡ୍ର ବ୍ୟବହାର କରାଯାଇଥାଏ । ଏହା ସହ ଏହାର ଗନ୍ଧକୁ ଦୂର କରିବା ପାଇଁ ହେକ୍ସାନାଲ ନାମକ ଏକ ରସାୟନ ବ୍ୟବହାର କରାଯାଇଥାଏ । ଏହାକୁ ଗରମ କରିବା ଦ୍ୱାରା ଏହା ଟ୍ରାନ୍ସ ଫ୍ୟାଟ୍କୁ ଅକ୍ସିଡାଇଜ୍ କରି ବାହାର କରିଥାଏ । ଯାହା କର୍କଟ ଏବଂ ହୃଦ୍ରୋଗର କାରଣ ବନି ଯାଇଥାଏ । ଏଥି ପାଇଁ ସୋରିଷ ତେଲ ବ୍ୟବହାର କରନ୍ତୁ ।
୨. ଆଜିକାଲି ଖାଇବା ତିଆରି କରିବା ପାଇଁ ଲୋକେ ନନ୍ଷ୍ଟିକ୍ ପାତ୍ର ବ୍ୟବହାର କରୁଛନ୍ତି । କିନ୍ତୁ ଏହାକୁ ବ୍ୟବହାର କରିବା ଦ୍ୱାରା କର୍କଟ ରୋଗ ହେବାର ଆଶଙ୍କା ବଢ଼ି ଯାଇଥାଏ । ନନ୍ଷ୍ଟିକ୍ ପାତ୍ର ବଦଳରେ କପର, ତମ୍ବା, ଲୁହା ବା ଷ୍ଟିଲର ପାତ୍ର ବ୍ୟବହାର କରନ୍ତୁ ।
୩. ପ୍ଲାଷ୍ଟିକ ଚପିଂ ବୋର୍ଡରେ ରୋଗ ସୃଷ୍ଟିକାରୀ ବ୍ୟାକ୍ଟେରିଆ ରହିଥାଏ । ସେଥିରେ ପରିବା କାଟିବା ଦ୍ୱାରା ପେଟକୁ ସହଜରେ ବ୍ୟାକ୍ଟେରିଆ ଯିବା ସହ ସଂକ୍ରମଣର କାରଣ ବନିଥାଏ । ଯାହା ପରେ କର୍କଟ ରୋଗର କାରଣ ବନି ଯାଇଥାଏ । ସେଥିପାଇଁ କାଠର ଚପିଂ ବୋର୍ଡ ବ୍ୟବହାର କରନ୍ତୁ ।
୪. ବଜାରରୁ ଯେଉଁ ଫଳକୁ ତାଜା ଭାବି ଆପଣ ଘରକୁ ନେଇ ଆସିଥାନ୍ତି, ତାକୁ ତାଜା ରଖିବା ପାଇଁ ସେଥିରେ ରସାୟନ ପଦାର୍ଥର ବ୍ୟବହାର କରାଯାଇଥାଏ । ଯାହାକୁ ଖାଇବା ଦ୍ୱାରା ପରେ ତାହା କର୍କଟ ରୋଗର କାରଣ ବନି ଯାଇଥାଏ ।