ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ବ୍ୟକ୍ତି ଆପଣାଇ ପାରନ୍ତି ଏହି ଘରୋଇ ଉପାୟ

ଅନେକ ଲୋକ ଏବେ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ । ଏମାନଙ୍କ ମଧ୍ୟରୁ କେତେକ ଛୋଟ ଛୋଟ କଥାରେ ରାଗି ଯାଆନ୍ତି, ଆଉ କେତେକଙ୍କର ମୁଣ୍ଡ ବ୍ୟଥା ହୁଏ ବା ମୁଣ୍ଡ ଚକ୍କର କାଟେ । ଏଥିରୁ ରକ୍ଷା ପାଇବା ଲାଗି ସେମାନେ ଡାକ୍ତରଙ୍କ ସହାୟତା ଲୋଡିଥାନ୍ତି । କେହି କେହି ଏକ ପେନ୍‌ କିଲର୍‌ ସେବନ କରିଥାଆନ୍ତି । ହେଲେ ଏଭଳି ସମସ୍ୟାରୁ ମୁକୁଳିବା ଲାଗି କେତେକ ଘରୋଇ ଉପାୟ ଆପଣାଇ ପାରନ୍ତି ।

ବଡ ଅଳେଇଚରେ ଏଭଳି କେତେକ ଔଷଧିୟ ଗୁଣ ରହିଛି, ଯାହା ଆଜ୍‌ମା ଓ ରକ୍ତଚାପ ଭଳି ରୋଗ ପାଇଁ ମହୌଷଧି ସଦୃଶ ହୋଇଥାଏ । ୨୦୦ ଗ୍ରାମର ବଡ ଅଳେଇଚ ନେଇ ଭାଜି ଦିଅନ୍ତୁ । ତାକୁ ଏଭଳି ଭାଜନ୍ତୁ, ଯେପରି ତାହା ଜଳି ପାଉଁଶ ହୋଇଯିବ । ତା’ପରେ ତା‘କୁ ଗୁଣ୍ଡ କରି ଏକ ଡବାରେ ଭର୍ତ୍ତି କରି ନିଜ ପାଖରେ ରଖନ୍ତୁ ।

ଏହାକୁ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଖାଲି ପେଟରେ ଖାଦ୍ୟ ଗ୍ରହଣର ୧ ଘଣ୍ଟା ପୂର୍ବରୁ ୫ ଗ୍ରାମ୍‌ ଅଳେଇଚ ପାଉଁଶକୁ ୨ ଚାମଚ ମହୁ ସହିତ ମିଶାଇ ଖାଆନ୍ତୁ । କ୍ରମାଗତ ଭାବେ ୧୫ ରୁ ୨୦ ଦିନ ଯାଏଁ ଏହି ଉପାୟ ଆପଣାଇଲେ ଆପଣଙ୍କର ଉଚ୍ଚ ରକ୍ତଚାପଜନିତ ସମସ୍ୟା ରହିବ ନାହିଁ ବା ସେଥିପାଇଁ ଔଷଧ ସେବନ କରିବାକୁ ପଡ଼ିବ ନାହିଁ ।

ସମ୍ବନ୍ଧିତ ଖବର