ସାବଧାନ! କିଶୋର ଅବସ୍ଥାରେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହିଲେ ଏହି ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି

ଲଣ୍ଡନ: କିଶୋର ଅବସ୍ଥାରେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହିବା ହେତୁ ଏହା ଅଧିକ ଚାପଗ୍ରସ୍ତ କରାଉଛି ବୋଲି ଲଣ୍ଡନର ୟୁସିଏଲ(University College London) ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରୁ ଜଣାପଡ଼ିଛି।

ପ୍ରକାଶ ପାଇଥିବା ରିପୋର୍ଟରୁ ଜଣାପଡ଼ିଛି, ୪୦ ପ୍ରତିଶତ ଝିଅ ପ୍ରତିଦିନ ୫ଘଣ୍ଟାରୁ ଅଧିକ ସମୟ ସୋସିଆଲ ମିଡିଆରେ ସକ୍ରିୟ ରହୁଛନ୍ତି । ଯାହାର ପରିଣାମ ସ୍ୱରୂପ ମାନସିକ ଚାପଗ୍ରସ୍ତ ହେଉଛନ୍ତି ବୋଲି ଜଣାପଡ଼ିଛି । ତେବେ ପୁଅଙ୍କ ତୁଳନାରେ ୧୫ ପ୍ରତିଶତ କମ୍‌ ରହିଛି। ଏହି ସର୍ଭେ ପାଇଁ ୧୧ ହଜାର ଝିଅଙ୍କୁ ସାମିଲ କରାଯାଇଥିଲା । ଯେଉଁମାନଙ୍କର ବୟସ ୧୪ ବର୍ଷରୁ କମ ରହିଥିଲା। ମାନସିକ ଚାପଗ୍ରସ୍ତ ଶିକାର ଝିଅମାନେ ପୁଅଙ୍କ ସହ ତୁଳନା ଏବଂ ଅନ୍ୟାନ୍ୟ କାରଣ ଦର୍ଶାଯାଇଛି । ଏହାଦ୍ଵାରା ୨୮ ପ୍ରତିଶତ ପୁଅ, ୪୦ ପ୍ରତିଶତ ଅନିଦ୍ରା ରହୁଥିବା ଜଣାପଡିଛି । ଏହାଦ୍ଵାରା ଝିଅମାନଙ୍କ ପାଖରେ ଆତ୍ମ ର୍ନିଭରଶୀଳତା କମୁଥିବା ବେଳେ ଓଜନ ବଢୁଥିବା ନେଇ ଅସନ୍ତୋଷ ପ୍ରକାଶ କରୁଥିବା ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି ।

ସମ୍ବନ୍ଧିତ ଖବର