ଚଳିତ ବର୍ଷ ସୁରକ୍ଷିତ ରହି ହୋଲି ଖେଳନ୍ତୁ, ଏ ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ପ୍ରତି ବର୍ଷ ହୋଲିକୁ ନେଇ ଲୋକମାନେ ନା ନା ପ୍ରକାରର ଯୋଜନା ତିଆରି କରିଥାନ୍ତି । କେଉଁଠାକୁ ଯିବେ, କେମିତି ଦିନଟିକୁ ବିତାଇବେ ସେ ନେଇ ଯୋଜନା ପ୍ରସ୍ତୁତ କରିଥାନ୍ତି । କିନ୍ତୁ ଏତେ ସବୁ ମଧ୍ୟରେ ହୋଲିର ରଙ୍ଗରୁ ନିଜକୁ କେମିତି ସୁରକ୍ଷିତ ରଖିବେ, ସେ ବିଷୟରେ କିଛି ଲୋକ ଭାବନ୍ତି ନାହିଁ । ତେବେ ଆଜି ଆମେ ଆପଣଙ୍କୁ ହୋଲି ଖେଳିବାକୁ ଯିବା ପୂର୍ବରୁ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବା ଦରକାର ସେ ବିଷୟରେ ଜଣାଇବୁ ।

searchkarlo.blogspot.com

୧. ହୋଲି ଖେଳିବା ପୂର୍ବରୁ ନିଜ କେଶକୁ ଭଲ ଭାବରେ ସଫା କରି ନିଅନ୍ତୁ । କାରଣ ମଇଳା କେଶରେ ରଙ୍ଗ ଖେଳିବା ଦ୍ୱାରା କେଶ ଝଡ଼ିବା ସମସ୍ୟା ଦେଖାଯିବାର ସମ୍ଭାବନା ରହିଥାଏ । ହୋଲି ଖେଳିବାକୁ ଯିବା ପୂର୍ବରୁ ସନ୍‌ସ୍କ୍ରିନ୍‌ ଲଗାଇବା ଯମା ବି ଭୁଲନ୍ତୁ ନାହିଁ ।

୨.କେଶକୁ ବାନ୍ଧି ରଖିବା ପାଇଁ ଚେଷ୍ଟା କରିବା ସହ ଢ଼ିଲା ପୋଷାକ ପିନ୍ଧନ୍ତୁ । ସୁତାରେ ତିଆରି କପଡ଼ା ପିନ୍ଧିବାକୁ ଚେଷ୍ଟା କରନ୍ତୁ ।

Unsplash

୩. ରଙ୍ଗ ଖେଳିବା ପାଇଁ ଘରୁ ବାହାରିବା ପୂର୍ବରୁ ମୁହଁ, ହାତ ଏବଂ ଗୋଡ଼ରେ ଭଲ ଭାବରେ ନଡ଼ିଆ ତେଲ ମାଲିସ କରି ଦିଅନ୍ତୁ । ଏପରି କରିବା ଦ୍ୱାରା ତ୍ୱଚାରେ ରଙ୍ଗ ଲାଗି ରହି ନଥାଏ । ଯାହାଦ୍ୱାରା ତ୍ୱଚା ଖରାପ ହେବାର ମଧ୍ୟ ସମ୍ଭାବନା ଦେଖା ଯାଇ ନଥାଏ ।

୪. ରଙ୍ଗ ଖେଳିବା ସମୟରେ ତାହା ଆଖିକୁ ଯିବା ସମ୍ଭାବନା ରହିଥାଏ । ସେଥିପାଇଁ ରଙ୍ଗ ଖେଳିବାକୁ ଯିବା ପୂର୍ବରୁ ଚଷମା ଲଗାଇ ଯିବାକୁ ଚେଷ୍ଟା କରନ୍ତୁ ।

unisci24.com
ସମ୍ବନ୍ଧିତ ଖବର