ପ୍ରଜନନ କ୍ଷମତା ହ୍ରାସ ପାଉଛି? ଆପଣାନ୍ତୁ ଏହି ସବୁ ଘରୋଇ ଉପାୟ

ବିବାହକୁ କିଛି ବର୍ଷ ହୋଇଗଲେ ସନ୍ତାନ ପ୍ରାପ୍ତି ଇଚ୍ଛା ପତି-ପତ୍ନୀଙ୍କର ପ୍ରାଥମିକତା ହୋଇଯାଏ। କେବେ କେବେ ଆମମାନଙ୍କ ଜୀବନଚର୍ଯ୍ୟା ଏବଂ ଶାରୀରିକ ଅସୁସ୍ଥତା ଏଥିରେ ବାଧା ହୋଇଥାଏ। ତେବେ ଆପଣ ଜାଣିରଖନ୍ତୁ ଯେ ୨ ପ୍ରକାରର ଯୌନ ଅକ୍ଷମତା ରହିଛି। ଗୋଟାଏ ଜଣା ଏବଂ ଅନ୍ୟଟି ଅଜଣା। ଯେଉଁ ଅକ୍ଷମତା ବିଷୟରେ ଡାକ୍ତର ଅବଗତ ହୋଇପାରନ୍ତି ତାହାର ତ ଚିକିତ୍ସା ରହିିଛି ବା ସମାଧାନ ରହିଛି। ମାତ୍ର ଏମିତି କିଛି ଅକ୍ଷମତା ରହିଛି ଯେଉଁ ସଂପର୍କରେ ଜାଣିହୁଏ ନାହିଁ। ବେଳେ ବେଳେ ଏହାର କାରଣ ଭାବପ୍ରବଣତା ହୋଇଥାଏ ତ କେତେବେଳେ ଏହାର କାରଣ କଠିନ ପରିଶ୍ରମ ହୋଇଥାଏ। ବିଶାଦଗ୍ରସ୍ତ ବ୍ୟକ୍ତିଙ୍କ ଭିତରେ ବିଶେଷ ଯୌନ ଅକ୍ଷମତା ଦିଶିଥାଏ। ଏହାର ସମାଧାନ ବାଟ ନିମ୍ନରେ ଦିଆଯାଇଛି।

ଯେତେ ପାରୁଛନ୍ତି ମହିଳାମାନେ ନିଜକୁ ଶାନ୍ତ ରଖିବା ଉଚିତ। କୌଣସି ବି ଚିନ୍ତାଗ୍ରସ୍ତ ପରିସ୍ଥିତିରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ।

କ୍ଲାନ୍ତି ବା ଚିନ୍ତା ଦୂର କରିବା ପାଇଁ ଆବଶ୍ୟକୀୟ ବ୍ୟାୟାମ ସବୁ କରନ୍ତୁ। ବ୍ୟାୟାମ କରିବା ଦ୍ୱାରା କିଛି ମାତ୍ରାରେ ଯୌନ ଅକ୍ଷମତାକୁ ଦୂରେଇ ଦେଇ ହେବ।

କାର୍ବୋହାଇଡ୍ରେଟ୍‌ ଜାତୀୟ ଖାଦ୍ୟ ଖାଆନ୍ତୁ। କାର୍ବୋହାଇଡ୍ରେଟ୍‌ ରକ୍ତରେ ଗ୍ଲୁକୋଜ ପରିମାଣ ବୃଦ୍ଧି କରାଏ, ଯାହାକି ଶକ୍ତି ଦେଇଥାଏ। ଯୌନ କ୍ଷମତା ବୃଦ୍ଧି ପାଇଁ ପ୍ରୋଟିନ୍‌ ଜାତୀୟ ଖାଦ୍ୟ ବି ଉତ୍ତମ ହୋଇଥାଏ।

ଶୋଇବାରେ ଜମା ବି ସାଲିସ୍‌ କରନ୍ତୁ ନାହିଁ। ଖାଲି ଅନେକ ସମୟ ଶୋଇଲେ ହେବ ନାହିଁ, ଉଚିତ ସମୟରେ ଶୋଇବା ବି ଜରୁରୀ।

ଜୀବନଚର୍ଯ୍ୟା ତାଲିକାରେ ଭଲ ଜିନିଷ ସାମିଲ୍‌ କରନ୍ତୁ। ସବୁବେଳେ ସକାରାତ୍ମକ ଚିନ୍ତା କରନ୍ତୁ।

ସମ୍ବନ୍ଧିତ ଖବର