କେତେଟି ଘରୋଇ ଉପଚାର ସମ୍ପର୍କରେ ଜାଣନ୍ତୁ, ଯାହା ଆପଣଙ୍କର କାମରେ ଆସିବ

ଦୈନଦିନ ଜୀବନରେ ଏପରି କିଛି କାମ କରିଥାଉ ଯାହା ବିଷୟରେ ଆମେ ଜାଣି ନଥାଉ। ସେହି ପରି ଘରେ ଥିବା କେତେଟି ସାମଗ୍ରୀ ଦ୍ୱାରା ଆପଣଙ୍କ କିଛି ସମସ୍ୟା ଦୂର ହୋଇପାରି। ଯେମିତି କି…

ପିଆଜ କାଟିବା ବେଳେ ପାଖରେ ମହମବତି ଜଳାଇ ରଖିଲେ, ଆଖି ପୋଡ଼େ ନାହିଁ।

ସେହିପରି ପୋଷାକରେ ଚିଓ୍ଵିଙ୍ଗ୍‌ ଗମ୍‍ ଲାଗିଥିଲେ, ଖଣ୍ଡେ ବରଫ ନେଇ ଘଷନ୍ତୁ । ଦେଖିବେ ଚୁଇଙ୍ଗମ ସହଜରେ ସଫା ହୋଇଯିବ।

ସୁପ୍‌ ପ୍ରସ୍ତୁତ ବେଳେ ଟମାଟୋ ସମେତ ଅନ୍ୟ କୌଣସି ପରିବା ପକାଉଥିଲେ, ସେଥିରେ ଖିର ମିଶାନ୍ତୁନାହିଁ। ଏହାର ସୁପ୍‌ର ସ୍ୱାଦ ନଷ୍ଟ କରିଦିଏ।

ତେଲ ଥଣ୍ଡା ଥିବା ଅବସ୍ଥାରେ ଲେମ୍ବୁ ରସ ମିଶାଇ, ଗରମ କରି ପୁରି ଛାଣିଲେ, ପୁରି ତେଲିଆ ଲାଗେନାହିଁ।

ଭେଣ୍ଡି ଭାଜିବା ବେଳେ ସାମାନ୍ୟ ଲେମ୍ବୁ ରସ ପକାଇଦେଲେ, ଲାଳୁଆ ଅଂଶ ବାହାରିଯାଏ।

ଭାତ ରାନ୍ଧିବା ବେଳେ ଅଳ୍ପ ଲେମ୍ବୁ ରସ ପକାଇଦେଲେ ଭାତ ଗୋଟି ଗୋଟି ରହେ।

ସମ୍ବନ୍ଧିତ ଖବର